3 ସିନିୟରଙ୍କୁ ନେଇ ପୋଲିସ ହାତରେ ଲାଗିଲା ସୁରାକ, 2 ଦିନିଆ ଜେରା ପରେ ଧରା ପଡିଛନ୍ତି ଏହି 3 ସିନିୟର ଛାତ୍ରୀ…

ଏହାରି ଭିତରେ ତିନିଦିନ ବିତିଯାଇଛି ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ । ସେବେ ଠାରୁ ସବୁଠୁ ସେଇ ଗୋଟିଏ ଚର୍ଚ୍ଚା ଲାଗିରହିଛି କି ଷେହୀ ତିନିଜଣ ସିନିୟର କିଏ । ଯେଉଁମାନଙ୍କ ଅତ୍ୟାଚାର ସୀମା ଲଂଘିବା ଫଳରେ ସହ୍ୟ ନକରି ପାରି ଜୀବନ ହାରିଦେଲେ ରୁଚିକା । ତେବେ ତିନିଦିନର ତୁଣ୍ଡିତୋଫାନ ପରେ ସେହି ସିନିୟର ଛାତ୍ରୀମାନେ ସାମ୍ନାକୁ ଆସିଛନ୍ତି । ତିନିଜଣ ଯାକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ବୋଲି ଜଣାପଡିଛି ।

ଆଉ ଆଜି ସେହି ଅତ୍ୟାଚାରୀ ସିନିୟର ମାନଙ୍କୁ ଜେରା କରିବ ପୋଲିସ । ଗତ ଦୁଇ ଦିନ ଧରି ଜେରା କରିବା ପରେ ସେହି ତିନି ସିନିୟରଙ୍କ ବିଷୟରେ ପୋଲିସକୁ କିଛି ସୁରାକ ମିଳିଛି । ସେହି ସମସ୍ତେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ବୋଲି ଚିହ୍ନଟ କରିସାରିଛି ପୋଲିସ । କିନ୍ତୁ ରାଗିଂକୁ ନେଇ ସେମାନଙ୍କର କିଛି ସମ୍ପୃକ୍ତି ଅଛି କି ନାହିଁ ସେନେଇଏ ବର୍ତ୍ତମାନ ଯାଏଁ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

ସେଠାରେ ରୁଚିକା ଲେଖିଥିବା ତାଙ୍କ ଶେଷ ଚିଠିକୁ ହ୍ୟାଣ୍ଡ ରାଇଟିଂ ବ୍ଯୁରୋକୁ ପଠାଯାଇଛି । ସେହି ଚିଠିକୁ ରୁଚିକା ନିଜେ ଲେଖିଛନ୍ତି କି ନାହିଁ ତା’ର ରିପୋର୍ଟ ମଧ୍ୟ ଆସିବ । ଆଉ ସେହି ରିପୋର୍ଟ ଆସିବା ପରେ ପୋଲିସ ସ୍ପଷ୍ଟ କରିବ ଯେ ସେହି ଚିଠିଟିକୁ ରୁଚିକ ଲେଖିଛନ୍ତି ନା ଆଉ କିଏ ଲେଖିଛନ୍ତି । ତା’ପରେ ହିଁ ସାମ୍ନାକୁ ଆସିବେ ଏହି ତିନି ସିନିୟର ।

ତେବେ ଏସବୁ ଯାହା ହେଉନା କାହିଁକି ସେହି ସିନିୟରଙ୍କ ସାମ୍ନାକୁ ଆସିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଯେଉଁ ସିନିୟରଙ୍କ ଅତ୍ୟାଆଚାର ରୁଚିକ ସହିପାରିଲେ ନାହିଁ ଆଉ ଶେଷରେ ଶାନ୍ତ ସରଳ ସ୍ଵଭାବର ଝିଅଟିଏ ନିଜ ଜୀବନ ହାରିବା ଭଳି ନିଷ୍ପତ୍ତି ନେଇଗଲା । ରୁଚିକା ଜଣେ ମେଧାବୀ ଛାତ୍ରୀ ଥିଲେ ଓ ପାଠ ପଢିବାରେ ହିଁ ଅଧିକ ସମୟ ବିତାଉଥିଲେ ।

ଜୀବନରେ ଆଇଏଏସ ହେବାର ଲକ୍ଷ୍ୟ ରଖିଥିଲେ ରୁଚିକା, ଆଉ ତାଙ୍କ ବାପାମା ମଧ୍ୟ ଝିଅର ଲକ୍ଷ୍ୟ ପୂରଣ ନେଇ ସ୍ଵପ୍ନ ଦେଖୁଥିଲେ । କିନ୍ତୁ ଅକାଳରେ ଝିଅ ଚାଲିଯିବା ପରେ ତାଙ୍କର ସବୁ ଆଶା ଓ ସ୍ଵପ୍ନ ଭୁଷୁଡି ପଡିଛି । ଏବେ ଖାଲି ଝିଅ ପାଇଁ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ବାପାମା ଓ ପୁରା ପରିବାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।