ଏହି 3 ଡର କେବେବି ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ଦିଏ ନାହିଁ, ଜାଣି ନିଅନ୍ତୁ ଓ ଏଥିରୁ ଡରିବାରୁ ବଞ୍ଚନ୍ତୁ -Krishna Vani

ସବୁ ମନୁଷ୍ୟ ଜୀବନର କାହାକୁ ନା କାହାକୁ ନିଶ୍ଚିତ ଭୟ କରିଥାଏ । ଏହି ଭୟ ପାଇଁ ସେ ଭୁଲିଯାଏ କି କାହାକୁ ଭୟ କରିବା ଉଚିତ ଓ କାହାକୁ ନୁହେଁ । ମନୁଷ୍ୟ ଯାହାକୁ ଡ଼ରିବା କଥା ତାକୁ ସାହସର ସହ ସାମ୍ନା କରିଥାଏ ଓ ଯାହାକୁ ଭୟ କରିବା କଥା ନୁହେଁ ତାକୁ ଭୟ କରେ । ଆମକୁ ମିଛ କହିବା, କାହା ସହ ବିଶ୍ବାସଘାତ କରିବା ଉଚିତ ନୁହେଁ । କିନ୍ତୁ ଏହି କାମକୁ କରିବା ପାଇଁ ଆମକୁ ଭଲ ଲାଗି ଥାଏ । ଆମକୁ ଯେତେବେଳେ ଏହାର ପରିଣାମ ମିଳେ ଜୀବନ ଭରି ଆମେ କଷ୍ଟ ପାଇଥାଉ । ତେବେ ଆସନ୍ତୁ ଜାଣିବା ଏହି ୩ ଟି ଭୟ ବିଷୟରେ ।

ପ୍ରେମରେ ହଜିଯିବାର ଭୟ

କାହାର ପ୍ରେମରେ ହଜିଯିବାର ଭୟ । ଏହା କାହାକୁ ଦେଖାଯାଏ ନାହିଁ କିନ୍ତୁ ସମସ୍ତଙ୍କ ପାଖରେ ଥାଏ । ସବୁ ବ୍ୟକ୍ତି ଭାବେ ଯଦି ତାର ପ୍ରେମୀ କିମ୍ବା ପ୍ରେମିକ ତାକୁ ଛାଡି ଯାଏ ତେବେ ତାର କଣ ହେବ । ଯଦି ସ୍ୱାମୀ ବା ସ୍ତ୍ରୀ ତାକୁ ଛାଡି ଚାଲି ଯାଏ ତେବେ ତାର କଣ ହେବ । ସବୁ ମନୁଷ୍ୟ ଚିନ୍ତା କରନ୍ତି କି ଯଦି କେହି ତାଙ୍କୁ ଛାଡି ଚାଲିଯାଆନ୍ତି ତେବେ ତାଙ୍କର ଜୀବନ ବର୍ବାଦ ହୋଇଯିବ । ସେ ତା ବିନା ମରିଯିବି । ଆପଣ ଏହି କଥା ନିଜ ମନରୁ ବାହାର କରି ଦିଅନ୍ତୁ । କାହିଁକି ନା କେହି ଛାଡି ଚାଲିଗଲେ ଜୀବନ ସରିଯାଏ ନାହିଁ । କେହି କାହା ବିନା ମରେ ନାହିଁ ।

ଦ୍ଵିତୀୟ ଆଲୋଚନାର ଭୟ

ସବୁ ଲୋକ ଏହି କଥାରେ ଡରନ୍ତି କି ଲୋକ କଣ କହିବେ । ତାଙ୍କ ମା ବାପା, ଭାଇ ଭଉଣୀ, ପ୍ରେମିକା କଣ କହିବେ । ବହୁତ ଯୁବକ ଯୁବତୀ କମ ବୟସରେ ଭଲ ପାଇଁ ବସନ୍ତି ଓ ଜୀବନରେ କୌଣସି ବଡ ନିଷ୍ପତି ନେଇ ପାରନ୍ତି ନାହିଁ । କାହିଁକି ନା ତାଙ୍କୁ ଭୟ ଥାଏ କି ସାମ୍ନାରେ ଥିବା ମନୁଷ୍ୟ ତାଙ୍କୁ ଛାଡି ନ ଯାଉ । ଏହି ଡର ଆପଣଙ୍କୁ କେବେ ବି ଆଗକୁ ବଢିବାକୁ ଦିଏ ନାହିଁ ।

ତୃତୀୟ ଭୟ ଗରିବର ଭୟ

ଯେତେବେଳେ କୌଣସି ବ୍ୟକ୍ତି ନୂଆ ବ୍ୟବସାୟ କରେ, ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରେ ତେବେ ସେ ପ୍ରଥମେ ନିଜର ଗରିବତା ବିଷୟରେ ଚିନ୍ତା କରିଥାଏ ଓ ଚିନ୍ତା କରେ କି ଏହା ଆମ ଦ୍ୱାରା ସମ୍ଭବ ନୁହେଁ ଓ ଯଦି ମୁଁ ଏଥିରେ ଫେଲ ହୋଇଯିବି ତ ? ଏହି ଡର ସବୁ ଗରୀବଙ୍କ ପାଖରେ ଥାଏ ।

କିନ୍ତୁ ଯଦି ଏହିଭଳି କିଛି ବି ହବ ତେବେ ଆପଣ ମୃତ୍ୟୁବରଣ କରିବେ ନାହିଁ ପୁଣି କିଛି ସମୟ ପରେ ଆଗକୁ ବଢିଯିବେ । ସେଥିପାଇଁ ନିଜକୁ କେବେ ଗରିବ ବୋଲି ଭାବିବେ ନାହିଁ, ଯଦି କିଛି ଚିନ୍ତା କରିବେ ତେବେ ଏହି ଗରିବତାରୁ କିପରି ମୁକ୍ତି ପାଇବେ ସେହି ବିଷୟରେ ଚିନ୍ତା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।