ଟିମ ଇଣ୍ଡିଆ କୁ ମିଳିଗଲା ନୁଆ ମହେନ୍ଦ୍ର ସିଂ ଧୋନୀ, ବିଶ୍ବକପ ହାରିଗଲା ପରେ ସମସ୍ତେ ଧୋନୀ ଙ୍କୁ ଖୋଜିଲେ ।

ନମସ୍କାର ବନ୍ଧୁଗଣ । ବିଶ୍ଵକପ ଫାଇନାଲ ଶେଷ ହେବା ପରେ ଭାରତର ସମସ୍ତ କ୍ରିକେଟ ଫ୍ୟାନ୍ସ ଦୁଃଖ ରେ ଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ମ୍ୟାଚ ଚାଲିଛି ସେଥିରେ ଜଣେ ନୂଆ ଧୋନୀ ଆସିଛନ୍ତି । ବିଶ୍ଵକପ ଶେଷ ହେବା ପରେ ସମସ୍ତେ ମନେ ପକାଇଥିଲେ ମହେନ୍ଦ୍ର ସିଂ ଧୋନୀ ଙ୍କୁ । କାରଣ ଧୋନୀ ଯେମିତି ଖେଳ ପରିଚାଳନା କରନ୍ତି ଯେଉଁ ଭଳି ଭାବେ କ୍ଯାପଟେନ ହୋଇ ଦଳ କୁ ନିୟନ୍ତ୍ରଣ କରୁଥିଲେ ଓ ବିଶ୍ଵକପ ଥିଲେ ।

ସେଥିପାଇଁ ଧୋନୀ ଙ୍କୁ ସମସ୍ତେ ମନେ ପକାଇ ଥିଲେ । ଆଉ ଏବେ ଟି-20 ମ୍ଯାଚରେ ଏମିତି ଜଣେ ଖେଳାଳୀ ଙ୍କୁ ଦେଖି ସମସ୍ତେ କହୁଛନ୍ତି ଆମକୁ ମିଳିଗଲା ଆମର ନୂଆ ଧୋନୀ । ଯେଉଁ ଧୋନୀ କ୍ରିକେଟ ପ୍ରେମୀ ମନେ ମିସ କରୁଥିଲେ ଏବେ ସେମିତି ଜଣେ ଧୋନୀ ଟିମ ଇଣ୍ଡିଆ ପାଇଁ ଖେଳୁଛନ୍ତି । ବିଶ୍ଵକପ ଶେଷ ହେବା ପରେ ଭାରତ ଅଷ୍ଟ୍ରେଲିୟା ବିପକ୍ଷ 5 ମ୍ଯାଚ ବିଶିଷ୍ଟ ଘରୋଇ ଟି-20 ସିରିଜ ଖେଳୁଛି ।

ଆଉ ପ୍ରଥମ ମ୍ଯାଚ ବିଶାଖାପାଟଣା ରେ ଖେଳ ଯାଇଥିଲା । ଏଥିରେ ଭାରତ 200ରୁ ଅଧିକ ରନ ସଂଗ୍ରହ କରି ଜିତି ଯାଇଥିଲା । କିନ୍ତୁ ଟିମ ଇଣ୍ଡିଆର ବିଜୟ ପଛରେ ରିନକୁ ସିଂ ଙ୍କର ବଡ ଅବଦାନ ରହିଛି । ଏବେ ଋଙ୍କୁ ଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଚାପ ପରିସ୍ଥିତିରେ ଲୋୟର ଅର୍ଡର ବ୍ୟାଟ୍ସ ମ୍ୟାନ ଙ୍କ ସହ ଧର୍ଯ୍ୟ ବଜାୟ ରଖିଥିଲେ ଋଙ୍କୁ ସିଂ । ଓ ଶେଷ ବଲ ରେ 4ଟି ଚଉକା ସହ ଦଳକୁ ବିଜୟୀ କରାଇ ଥିଲେ ଋଙ୍କୁ ସିଂ ।

ତାଙ୍କର ଇନିଙ୍ଗ୍ସ ଦେଖି ପୁଣି ଥରେ ମହେନ୍ଦ୍ର ସିଂ ଧୋନି ଙ୍କ କଥା ସମସ୍ତଙ୍କର ମନେ ପଡି ଯାଇଛି । ଧୋନୀ ପ୍ରାୟ 15 ବର୍ଷ ଧରି ଲୋୟର ଅର୍ଡର ରେ ବ୍ଯାଟିଙ୍ଗ କରୁଥିବା ବେଳେ ଭଲ ଇନିଙ୍ଗ୍ସ ମଧ୍ୟ ଅନେକ ଥର ଖେଳିଛନ୍ତି । ଧୋନୀ ନିଜ ଦଳକୁ ଅସୁବିଧାରୁ ବାହାର କରି ବିଜୟ ଆଡକୁ ଏଇଛନ୍ତି । ଧୋନୀ ଙ୍କ ଅବସର ପରେ କୌଣସି ଖେଳାଳୀ ତାଙ୍କର ଭୁମିକା ଗ୍ରହଣ କରିପାରି ନ ଥିଲେ ।

କିନ୍ତୁ ବର୍ତ୍ତମାନ ଭାରତର ପରବର୍ତ୍ତୀ ଏମ ଏସ ଧୋନୀ ଙ୍କୁ ରିଙ୍କୁ ସିଂ ଙ୍କ ରୂପରେ ଦେଖିବାକୁ ମିଳିଛି । ଯାହାକି ଏବେ ସମସ୍ତେ ଆଲୋଚନା କରିଛନ୍ତି । ଅଷ୍ଟ୍ରେଲିୟା ବିପକ୍ଷରେ ଖେଳା ଯାଇଥିଲା ପ୍ରଥମ ଟି-20 ମ୍ଯାଚ ରେ ଟିମ ଇଣ୍ଡିଆର 209 ରନ ର ବିଜୟ ଲକ୍ଷ୍ୟ ରଖିଥିଲା । ଆଉ ରିଙ୍କୁ ସିଂ ଙ୍କର ଭଲ ପ୍ରଦର୍ଶନ କାରଣରୁ ଟିମ ଇଣ୍ଡିଆ ଜିତି ଯାଇଛି ।

ମ୍ଯାଚର ଶେଷ ଯାଏଁ ଅଷ୍ଟ୍ରେଲିୟା ଭାରତର 8 ଟି ୱିକେଟ ନେଇ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ରିଙ୍କୁ ସିଂ 14 ବଲ ରେ 22 ରନ ର ଇନିଙ୍ଗ୍ସ ଖେଳିଥିଲେ । ଓ ତାଙ୍କ ଦଳକୁ 19.5 ଓଭୋର ରେ ବିଜୟୀ କରାଇ ଥିଲେ । ଏଥିପାଇଁ ରିଙ୍କୁ ସିଂଙ୍କୁ ଏବେ ନୂଆ ଧୋନୀ ଭାବେ କୁହାଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ନିମନ୍ତେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।