ବିଶ୍ୱକପ୍ ଟ୍ରଫି ଉପରେ ଗୋଡ ରଖି ଅସମ୍ମାନ କରିଥିଲେ ଅଷ୍ଟ୍ରେଲିୟା ଖେଳାଳି ମିଚେଲ ମାର୍ଶ ଏବେ ଫସିଗଲେ ।

ବିଶ୍ଵକପ ଟ୍ରଫି ଉପରେ ପାଦ ରଖିଥିଲେ । ବିଶ୍ଵକପ ଜିତିବା ପରେ ଅପମାନ ଦେଇଥିଲେ । କଙ୍ଗାରୁ ଦଳର ବ୍ୟାଟର ଏବେ ନାମ ନେବେ । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ଜିତିବା ପରେ ଷଷ୍ଠ ଥର ପାଇଁ ବିଶ୍ଵ ଚାମ୍ପିୟାନ ହୋଇଛି ଅଷ୍ଟ୍ରେଲିୟା । ଗତ ରବିବାର ଫାଇନାଲ ମ୍ଯାଚ ରେ ଭାରତକୁ ହରାଇ କଙ୍ଗାରୁ ଦଳ ବିଶ୍ଵକପ ଟ୍ରଫି ହଟେଇ ନେଇଥିଲା । କିନ୍ତୁ ଟ୍ରଫି ଜିତିବା ପରେ ଅଷ୍ଟ୍ରେଲିୟା ଦଳ ଯେଉଁ ଗର୍ବ ଦେଖାଇ ଥିଲା ତାହା କୋଟି କୋଟି କ୍ରିକେଟ ପ୍ରେମୀ ଙ୍କ ମନକୁ ଆଘାତ ଦେଇଥିଲା ।

ଅଷ୍ଟ୍ରେଲିୟା ଖେଳାଳି ମିଚେଳ ମାର୍ଶ ବିଶ୍ଵକପ ଟ୍ରଫି ଉପରେ ପାଦ ରଖିକି ଫୋଟୋ ସେୟାର କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ତାଙ୍କ କଡା ନିନ୍ଦା କରା ଯାଇଥିଲା ସୋସିଆଲ ଆକାଉଣ୍ଟ ରେ । ଭାରତରେ ଖେଳା ଯାଇଥିବା ICC ଦିନିକିଆ ପୁରୁଷ ବିଶ୍ଵକପ 2023 ରେ ଅଷ୍ଟ୍ରେଲିୟା ଚାମ୍ପିୟାନ ହେବା ପର ଏ ଏହି ଦଳର ହରକତ କିଛି ଏମିତି ଥିଲା ଯାହା ସୀମା ଟପି ଯାଇଥିଲା ।

ଖେଳ ସରିବା ପରେ ଅଷ୍ଟ୍ରେଲିୟା ଦଳର ଖେଳାଇ ମିଚେଲ ମାର୍ଶ ଡ୍ରେସିଙ୍ଗ ରୁମରେ ବସି ଚଟଣାରେ ବିଶ୍ଵକପ ରଖିକି ତା ଉପରେ ଗୋଡ ରଖିଥିଲେ । ଆଉ ଏହି ସମୟରେ ମିଚେଲ ମାର୍ଶ ହାତରେ ଏକ ବୀୟର ଗ୍ଳାସ ମଧ୍ୟ ରଖିଥିଲେ । ଯାହାର ଫୋଟୋ କୁ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଥିଲେ ଅଷ୍ଟ୍ରେଲିୟା ଦଳର କ୍ଯାପଟେନ ପ୍ୟାଟ କମିଙ୍ଗ୍ସ । ଏହି ଫୋଟୋ ଭାଇରାଲ ହେବା ପରେ କଡା ସମାଲୋଚନା କରା ଯାଇଥିଲା ।

ତେବେ ଏଥିରେ ସବୁଠୁ ବଡ ଅପମାନ ପାଇଥିଲେ ଭାରତୀୟ । କାରଣ ଚଳିତ ବର୍ଷ ଭାରତରେ ବିଶ୍ଵକପ ଖେଳା ଯାଇଥିଲା । ଆଉ ବିଶ୍ଵକପ ଟ୍ରଫି ଉପରେ ପାଦ ରଖିକି ଭାରତର 140 କୋଟି ଲୋକଙ୍କର ସମ୍ମାନ ହାନି କରିଥିଲେ ମିଚେଳ ମାର୍ଶ । ଯାହାକୁ ନେଇ ତାଙ୍କ ନାଁ ରେ ଥାନାରେ ଏତାଲା ରୁଜୁ ହୋଇଛି । ବିଶ୍ଵକପ ଟ୍ରଫି କୁ ପାଦ ତଳେ ରଖି ଭାରତୀୟ ଖେଳାଳିଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ରେ ମିଚେଳ ମାର୍ଶ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ହୋଇଛି ।

ଆଲିଗଡ ର ସୂଚନା ଅଧିକାର କର୍ମୀ ପଣ୍ଡିତ କେଶବ ମାର୍ଶ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଅଭିଯୋଗ ଆଧାରରେ ମାର୍ଶ ଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରା ଯାଇଛି । ଅଭିଯୋଗର କପି ପ୍ରଧାନମନ୍ତ୍ରୀ ଓ ଖେଳ ମନ୍ତ୍ରୀ ଙ୍କୁ ଦେଇଛନ୍ତି ପଣ୍ଡିତ କେଶବ । ଭାରତ ଅଷ୍ଟ୍ରେଲିୟା ମ୍ଯାଚରେ ମିଚେଲ ମାର୍ଶ ଙ୍କ ଖେଳିବା ଉପରେ ଆଜୀବନ କଟକଣା ଲଗାଯାଉ ବୋଲି ସେ ଦାବି କରିଛନ୍ତି ।

ବିଶ୍ଵକପ ଫାଇନାଲ ରେ ମାର୍ଶ 15 ବଲ ରେ 15 ରନ କରି କୌଣସି ୱିକେଟ ପାଇ ନ ଥିଲେ । କିନ୍ତୁ ଦଳ ଟ୍ରଫି ଜିତିବା ପରେ ତାଙ୍କର ଏତେ ଗର୍ବ ହୋଇଥିଲା କି ଟ୍ରଫି ଉପରେ ପାଦ ରଖିକି ଅସମାନ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ନିମନ୍ତେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।