କଣ ଆପଣ କୋଭିଡ ଭ୍ୟାକ୍ସିନ ନେଇଛନ୍ତି ? ଏହି ଲକ୍ଷଣ ଦେଖା ଦେଲେ ହୋଇଯାନ୍ତୁ ସାବଧାନ ! ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

କୋରୋନାର ଦିତୀୟ ଲହର ଏତେ ମାତ୍ରାରେ ତାର ପ୍ରକୋପ ବିସ୍ତାର କରିବାରେ ଲାଗିଛି । କୋରୋନାରେ ଆକ୍ରାନ୍ତ ହୋଇ ପ୍ରତି ଦିନ ହଜାର ହାଜର ଲୋକ ମାନେ ନିଜର ପ୍ରା-ଣ ହରାଉଛନ୍ତି ।

ଏଥି ପାଇଁ କୋଭିଡ ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଲୋକ ମାନେ କୋରୋନାରେ ସଂକ୍ରମଣ ହେଉଛନ୍ତି । ବର୍ତ୍ତମାନ କୋରୋନା ଆକ୍ରାନ୍ତ ଅପେକ୍ଷା ଏହାର ଟିକାକୁ ନେଇ ବହୁତ ଗୁରୁତ୍ଵ ଦିଆଯାଉଛି । କୋରୋନାର ଦିତୀୟ ଲହରରେ ଯୁବକ ଗୋଷ୍ଠୀ ମାନଙ୍କୁ ଏହି ଟୀକାକରଣରେ ଅଧିକରୁ ଅଧିକ ମାତ୍ରାରେ ସାମିଲ କରାଯିବ ଉଚିତ । କାରଣ କୋରୋନର ଦିତୀୟ ଲହରରେ ଅଧିକାଂଶ ଯୁବକ ମାନେ ଆକ୍ରାନ୍ତ ହେଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ କୋରୋନା ଟୀକା ନେବା ପରେ କିଭଳି ପାର୍ଶ୍ଵ ପ୍ରକ୍ରିୟା ଦେଖା ଯାଉଛି ସେହି ବିଷୟରେ ସୂଚନା ଦେବାକୁ ଯାଉଛୁ । ବର୍ତ୍ତମାନ କୋରୋନା ଟିକାର ପାର୍ଶ୍ଵ ପ୍ରକ୍ରିୟା ଦେଖିବାକୁ ମିଳିଛି । ବ୍ରିଟେନରେ ଆଷ୍ଟ୍ରାଜେନେକା ଅକ୍ଷଫୋର୍ଡ ଭ୍ୟାକ୍ସିନ ନେବା ପରେ ଶରୀରରେ ରକ୍ତ ଜମାଟ ହେବାର ଏକ ନୂଆ ପ୍ରତିକ୍ରିୟା ବର୍ତ୍ତମାନ ଭାରତରେ ପରିଲକ୍ଷିତ ହେଉଛି । ଟୀକାକରଣର 20 ଦିନ ମଧ୍ୟରେ ରକ୍ତ ଜମାଟ ହେବାର ଲକ୍ଷଣକୁ ଚିହ୍ନଟ କରା ଯାଇଛି । ଏଥି ପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଏଥି ପାଇଁ ଯଦି ଶରୀରରେ କୌଣସି ଜଟିଳ ଲକ୍ଷଣ ଦେଖାଯାଏ ଯେମିତିକି ଛାତିରେ ଯନ୍ତ୍ରଣା ଅନୁଭବ କରିବା, ବାନ୍ତି ନ ହୋଇ ପେଟ ଦରଜ ରହିବା, ଦେହ ହାତ ଦରଜ ହେବା, ଶରୀର ଫୁଲିଯିବା, ଶ୍ଵାସ କ୍ରିୟା ସମୟରେ କଷ୍ଟ ଅନୁଭବ ହେବା ଆଦି ଲକ୍ଷଣ ଦେଖାଏ ତେବେ ତୁରନ୍ତ ଟୀକାକରଣ କେନ୍ଦ୍ରରେ ସୂଚନା ଦିଅନ୍ତୁ । ଟୀକା ନେବା ଜାଗାରେ ବା ଶରୀରର ଅନ୍ୟ କୌଣସି ଜାଗାରେ ନାଲି ରଙ୍ଗର ଚିହ୍ନ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉ ନ ଥାଏ କିନ୍ତୁ ବାନ୍ତି ହେଉଥାଏ ତେବେ ଏହା କୋରୋନା ଭ୍ୟାକ୍ସିନର ପାର୍ଶ୍ଵ ପ୍ରତିକ୍ରିୟା ହୋଇପାରେ । ତେଣୁ ତୁରନ୍ତ ଟୀକାକରଣ କେନ୍ଦ୍ରରେ ଜଣାନ୍ତୁ । ଟୀକା ନେବା ପରେ ଶରୀର ଠକା ଲାଗିବା, ବାରମ୍ବାର ବାନ୍ତି ହେବା, ଆଖି ଦରଜ ହେବା ବା ଝାପସା ଦେଖାଯିବା ଆଦି ଲକ୍ଷଣ ଦେଖାଗଲେ ତୁରନ୍ତ ଟୀକାକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାନ୍ତୁ ।

ଭାରତରେ କୋରୋନା ଭ୍ୟାକ୍ସିନର ରକ୍ତ ଜମାଟ  ଲକ୍ଷଣ ୧୦.୬ ମାମଲା ସାମନାକୁ ଆସିଛି । ତେଣି ଶେଷରେ ଏତିକି କୁହା ଯାଇପାରେ ଯେ ମନରେ ଭୟ ନ କରି ଯଦି ଏପରି କୌଣସି ଲକ୍ଷଣ ପରିଲକ୍ଷିତ ହେଉଥାଏ ତେବେ ତୁରନ୍ତ ଡାକରଙ୍କ ସହ ପରାମର୍ଶ କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ