ପ୍ରାୟତଃ ଆପଣ ବହୁତ ଲୋକଙ୍କୁ ନିଜ ଗୋଡରେ କଳା ସୂତା ବାନ୍ଧିଥିବାର ଦେଖି ଥିବେ, କିନ୍ତୁ କଣ ଆପଣ ଜାଣିଛନ୍ତି କି କାହିଁକି ସେମାନେ କଳା ସୂତା ବାନ୍ଧିଥାନ୍ତି ? ଏମିତି ଦେଖିବାକୁ ଗଲେ କିଛି ଲୋକ ଏହାକୁ ଷ୍ଟାଇଲ ରେ ମଧ୍ୟ ବାନ୍ଧି ଥାଆନ୍ତି । କିନ୍ତୁ ଯେଉଁ ଲୋକ ଧାର୍ମିକ ପ୍ରକୃତିର ସେମାନଙ୍କ ଗୋଡରେ କଳା ସୂତା ବାନ୍ଧିବାର ବହୁତ ମହତ୍ଵ ଅଛି । ଏମିତିରେ ଯଦି ଆପଣ ଜାଣି ନାହାନ୍ତି ଲୋକେ କଳା ସୂତା କାହିଁକି ବାନ୍ଧନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କି କାହିଁକି ଲୋକମାନେ ଗୋଡରେ କଳା ସୂତା ବାନ୍ଧନ୍ତି ।
କଳା ସୂତା ବାନ୍ଧିବାର ଲାଭ
ଆପଣ ବହୁତ ଲୋକଙ୍କର ପେଟ ଦରଜ ହେଉଥିବାର ଅଭିଯୋଗ ଶୁଣି ଥିବେ, ଏହାର କାରଣ ହେଲା ସେମାନଙ୍କ ନାଭି ରେ କିଛି ସମସ୍ଯା ହୁଏ ଏବଂ ସେଥିପାଇଁ ପେଟରେ ଅସହନୀୟ କଷ୍ଟ ଆରମ୍ଭ ହୋଇ ଯାଏ । ଏମିତି ଲୋକଙ୍କୁ ନିଜ ଗୋଡର ଦୁଇ ବୁଢା ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଆବଶ୍ୟକ, ଏହା ଦ୍ଵାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ ।
ଯଦି ଆପଣ ଦିନ ସାରା ମେଶିନ ଭଳି କାମ କରୁ ଛନ୍ତି ତେବେ ଆପଣଙ୍କ ପଦରେ କଷ୍ଟ ହେବା ତ ସ୍ଵାଭାବିକ, କାହିଁକି ନା କିଛି ସମୟ ପରେ ଶରୀର ମଧ୍ୟ ରେଷ୍ଟ ଚାହେଁ । ସେଥି ପାଇଁ ଯଦି ଅଧିକା କାମ କରିଲେ ଆପଣଙ୍କ ପାଦ ଦରଜ ହେଉଛି ତେବେ ଗୋଡରେ ଏକ କଳା ଧାଗା ବା ସୂତା ବାନ୍ଧି ଦିଅ । ଗୋଡର ଦରଜ ସଙ୍ଗେ ସଙ୍ଗେ ପଳାଇବ ।
ଗୋଡରେ କଳା ଧାଗା ବାନ୍ଧିଲେ
ଗୋଡରେ ଖଣ୍ଡିଆ ହେଲେ ବେଳେ ବେଳେ ଏହା ଶୀଘ୍ର ସୁଖୀ ନଥାଏ । ସେଥିପାଇଁ ଆପଣ ଯେତେ ବି ମେଡିସିନ ଖାଇଥିଲେ ମଧ୍ୟ ସେହି ଜିଦ୍ଦି ଖଣ୍ଡିଆ ଶୁଖିବାର ନାଁ ନିଏ ନାହିଁ । ତେବେ ସେହି ଘା କୁ ଶୀଘ୍ର ସୁଖାଇବା ପାଇଁ ନିଜ ଗୋଡରେ ଗୋଟେ କଳା ସୂତା ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘା ଶୀଘ୍ର ଶୁଖିଯିବ ।
ଶାସ୍ତ୍ର ଅନୁସାରେ ଯଦି ମଙ୍ଗଳବାର ଦିନ ଆପଣ ନିଜର ଡାହାଣ ପାଦରେ କଳା ସୂତା ବାନ୍ଧନ୍ତି ତେବେ ଆପଣଙ୍କ ଘରେ ଧନ ର ବର୍ଷା ହେବ । ତେଣୁ ଯଦି ଆପଣ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉ ଛନ୍ତି ତେବେ ନିଜ ପଦରେ ଗୋଟେ କଳା ସୂତା ନିଶ୍ଚୟ ବାନ୍ଧନ୍ତୁ ।