Health Tips: Thyroid କୁ କଣ୍ଟ୍ରୋଲ କରିଥାଏ ଏହିସବୁ ଖାଦ୍ଯ, ନିୟମିତ ସେବନ କରି ଦେଖନ୍ତୁ ଔଷଧକୁ ଭୁଲିଯିବେ

ଥାଇରଏଡ ଏମିତି ଏକ ରୋଗ ଯାହାକୁ ଭଲ ହେବା ବହୁତ ସମୟ ଲାଗିଥାଏ । କାରଣ ଏହା ଏକ ଏମିତି ରୋଗ ଯାହାର ଚିକତ୍ସା କେବଳ ଔଷଧରେ ନୁହେଁ ବରଂ ଆମ ଜୀବନଶୈଳୀ ଏବଂ ଖାଦ୍ଯପେୟରେ ଲୁଚି ରହିଥାଏ । ଥାଇରଏଡ ହରମୋନକୁ ସନ୍ତୁଳିତ ରଖିବା ପାଇଁ ଆମେ ଔଷଧ ଉପରେ ନିର୍ଭର ଣକରି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ତେବେ ଅନେକ ମାତ୍ରାରେ ଉପକୃତ ହୋଇପାରିବା । ତେବେ ଚାଲନ୍ତୁ ଜାଣିବା ଥାଇରଏଡକୁ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଖାଦ୍ୟ ଆମ ଡାଏଟରେ ସାମିଲ କରିବା ଉଚିତ ।

ନଡିଆ ତେଲରେ ଫ୍ୟାଟି ଏସିଡ ବହୁଳ ମାତ୍ରାରେ ଥାଏ ଓ ଏହା ମ ଶରୀରର ମେଟାବୋଲିଜିମକୁ ବଢାଇବାରେ ସାହାଯ୍ୟ କରିଥାଏ । ଥାଇରଏଡ ସମସ୍ଯା ଆମ ଶରୀରର ମେଟାବୋଲିଜିମକୁ ଦୁର୍ବଳ କରିବା ହେତୁ ବ୍ୟକ୍ତି ମୋଟା ହୋଇଯାନ୍ତି ଓ ସବୁବେଳେ ଶକ୍ତିର ଅଭାବ ଅନୁଭୂତ ହୁଏ । ତେଣୁ ଥାଇରଏଡ ସମସ୍ଯା ଥିବା ବ୍ୟକ୍ତି ପ୍ରତିଦିନ ଗରମ ପାଣି, ଗରମ କ୍ଷୀର କିମ୍ବା ଡାଲି ସହ ଗୋଟିଏ ଚାମୁଚ ନଡିଆ ତେଲ ସେବନ କରିବା ଉଚିତ । ଥାଇରଏଡ ଓ ମୋଟାପଣ ବ୍ଯତୀତ ଏହା ହାର୍ଟ ସମସ୍ଯାକୁ ମଧ୍ୟ ଠିକ କରିଥାଏ ।

ଦହିରେ ଥିବା ଭିଟାମିନ-ଡି, ସେଲେନିୟମ ଓ ଆୟୋଡିନ ଥାଇରଏଡ ହରମୋନ ପାଇଁ ଲାଭଦାୟକ ହୋଇଥାଏ । ତେଣୁ ଗୋଟେ ଗିନା ଦହି ଖାଇବା ମଧ୍ୟ ଥାଇରଏଡ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଧନିଆପତ୍ର ଓ ଧନିଆ ଥାଇରଏଡର ଲକ୍ଷଣକୁ କମ କରିଥାଏ ଓ ଏହା ବ୍ଯତୀତ ମୋଟାପଣ, ବ୍ୟାଡ କୋଲେଷ୍ଟ୍ରୋଲ ଓ ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ସପ୍ତାହରେ ତିନିରୁ ଚାରିଥର ଧନିଆ ପତ୍ର ଜୁସ୍ କିବା ଧନିଆକୁ ପାଣିରେ ଫୁଟାଇ ସେହି ପାଣିର ସେବନ କରିପାରିବେ ।

ଏକ ଗବେଷଣାରୁ ଜଣାପଡିଛି ଯେ ପ୍ରତିଦିନ ଅଶ୍ଵଗନ୍ଧାର ସେବନ ଦ୍ଵାରା ଥାଇରଏଡର T3 ଓ T4 ହରମୋନରେ ୪୦ରୁ ୫୦% ପର୍ଯ୍ୟନ୍ତ ସନ୍ତୁଳନ ଅଣା ଯାଇପାରେ । ଏହା ବ୍ଯତୀତ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଚାଇନିଜ ଚିକିତ୍ସାରେ ଥାଇରଏଡ ଭଲ କରିବା ପାଇଁ ଅଦା, ଲେମ୍ବୁ ଓ ମହୁରେ ତିଆରି ଚାହା ସେବନ କରିବାକୁ ପରାମର୍ଶ ଦିଆଯାଏ । ଅଳ୍ପ ପାଣିରେ ଅଦା ଓ ଲେମ୍ବୁ ପକାଇ ଫୁଟାନ୍ତୁ ଓ କପରେ ଢାଳି ସେଥିରେ ମହୁ ମିଶାଇ ସେବନ କରନ୍ତୁ ।

ଏହି ସବୁ ସାମଗ୍ରୀ ଥାଇରଏଡ ସମସ୍ୟାକୁ ଦୂର କରିବାରେ ଖୁବ ସହାୟକ ହୋଇଥାଏ । ପାଳଙ୍ଗ ଶାଗରେ ଥିବା ପୋଷକତତ୍ତ୍ଵ ମଧ୍ୟ ଥାଇରଏଡ ସମସ୍ୟାକୁ ଠିକ କରିବା ଅତ୍ୟନ୍ତ ଉପାଦେୟ ହୋଇଥାଏ । ପାଳଙ୍ଗ ଶାଗକୁ ୫ରୁ ୧୦ମିନିଟ ଯାଏଁ ଗରମ ପାଣିରେ ବୁଡାଇ ରଖନ୍ତୁ ଓ ସେଥିରେ ଲେମ୍ବୁ ରସ ମିଶାଇ ଜୁସ୍ ତିଆରି କରି ସପ୍ତାହରେ ତିନିଥର ସେବନ କରନ୍ତୁ । ଥାଇରଏଡ ବ୍ଯତୀତ ଏହା ଆପଣଙ୍କୁ ଅସ୍ଥିକୁ ସବଳ ସହ କେଶ ଏବଂ ତ୍ଵଚା ପାଇଁ ଲାଭଦାୟକ ହୋଇଥାଏ ।

ମାଛରେ ମଧ୍ୟ ଥାଇରଏଡ ରୋଗକୁ ଠିକ କରିବା ପାଇଁ ସବୁପ୍ରକାର ପୋଷକତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ଏଥିପାଇଁ ମାଛ ତେଲରେ ଫ୍ରାଏ କରିବା ଉଚିତ ନୁହେଁ, ନଚେତ ଏହା ଖ୍ଯାତି ପହଞ୍ଚାଇ ଥାଏ । ଡାଲଚିନି ମଧ୍ୟ ଆମ ଶରୀରର ମୋଟାପଣକୁ ସୁଧାରିବା ସହ ଆମ ଥାଇରଏଡ ଗ୍ରନ୍ଥିରେ ସୁଧାର ଆଣିଥାଏ । ଡାଲଚିନି ଗୁଣ୍ଡା ବନେଇ ଏହାକୁ ଉଷୁମ ପାଣି କିମ୍ବା ମହୁ ସହ ସେବନ କରିପାରିବ ।

ସେହିପରି ଗାଜର ଏବଂ ଅଅଁଳା ମଧ୍ୟ ଥାଇରଏଡ ରୋଗ ଭଲ କରିବାରେ ଚମତ୍କାର ଭାବେ କାର୍ଯ୍ୟ କରିଥାଏ । ଗାଜରକୁ କଞ୍ଚା କିମ୍ବା ସାଲଡ କରି ଖାଇପାରିବେ ଓ ଅଅଁଳାକୁ ଜୁସ୍ ବନେଇ ପିଇପାରିବେ । ନଚେତ ଅଅଁଳା ଗୁଣ୍ଡ ମହୁ ସହ ଖାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।