ରେଳ ଷ୍ଟେସନ ରେ ଶୁଣା ଯାଉଥିବା ସ୍ଵର ” ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ’ କାହାର ଅଟେ? ଜାଣନ୍ତୁ କିଏ ଅଛି ଏହା ପଛରେ

ଭାରତୀୟ ରେଳ ଭାରତର ଏକ ଯାତାୟାତ ର ପ୍ରମୁଖ ସାଧନ ଅଟେ । ରେଳଗାଡି କାରଣରୁ ଭାରତର ବିକାଶ ବହୁତ ଶୀଘ୍ର ହେଉଛି । ଟ୍ରେନ କାରଣରୁ ବହୁତ ଲୋକମାନେ ଏକା ସାଙ୍ଗରେ ଦୂର ଜାଗାକୁ ଯାଉଛନ୍ତି । ଏହାର ଭଡା ବହୁତ କମ ହୋଇଥାଏ । ଟ୍ରେନ ରେ ଏକ ବିଶାଳ ଇଞ୍ଜିନ ଲାଗିଥାଏ । ଯାହା ବହୁତ ଶକ୍ତିଶାଳୀ ହୋଇଥାଏ । ଟ୍ରେନ ବହୁତ ଡବାକୁ ଏକା ସହିତ ଟାଣି ପାରିବ ଏବଂ ବହୁତ ସ୍ପୀଡ ମଧ୍ୟ ଯାଇ ପାରିବ ।

ଟ୍ରେନ ରେ କେବଳ ଯାତ୍ରୀମାନେ ଯିବା ଆସିବା କରନ୍ତି ନି ଅଧିକ ଓଜନ ଜିନିଷ ମଧ୍ୟ ନେବା ଆଣିବା ହୋଇଥାଏ । ଭାରତର ଉନ୍ନତି ଟ୍ରେନ ର ଏକ ମହତ୍ଵପୂର୍ଣ ଯୋଗଦାନ ଅଛି । କିନ୍ତୁ ରେଳ ଷ୍ଟେସନରେ ଆପଣ ଏକ ଶବ୍ଦ ଯାହାକୁ ଆମେମାନେ ସବୁଠୁ ବେଶି ଶୁଣିବାକୁ ମିଳିଥାଏ ତାହା ହୋଇଥାଏ ଅନାଉଂସମେଂଟ କରୁଥିବା ମହିଳାର ‘ଯାତ୍ରୀଗଣ କୃପୟା ଧ୍ୟାନ ଦିଅନ୍ତୁ’ ।

ସରଲା ଚୌଧରୀ ରେଲୱେ ରେ ୨୦ ବର୍ଷ ହେବ ଅନାଉଂସମେଂଟ କରୁଛନ୍ତି । ୧୯୮୨ ମସିହାରେ ସାରଳା ରେଲୱେ ଅନାଉଂସମେଂଟ ପଦ ପାଇଁ ଟେଷ୍ଟ ଦେଇଥିଲେ । ଟେଷ୍ଟ ରେ ପାସ ହେବା ପରେ ତାଙ୍କୁ ସେଂଟ୍ରଲ ରେଲୱେରେ ଦୈନିକ ହିସାବରେ ରଖା ଯାଇଥିଲା ।

ତାହ ପରେ ତାଙ୍କର ବହୁତ କଷ୍ଟ ଏବଂ ଶବ୍ଦ କୁ ଦେଖି ତାଙ୍କୁ ୧୯୮୬ ମସିହାରେ ଏହି ପଦରେ ସ୍ଥାୟୀ କରି ଦିଆ ଗଲା । ପ୍ରଥମ ସମୟରେ ଅନାଉଂସମେଂଟ କରିବା ଏତେ ସହଜ କଥା ନଥିଲା । ସେହି ସମୟରେ ସବୁ ଷ୍ଟେସନରେ ଯାଇ ଅନାଉଂସମେଂଟ କରିବାକୁ ପଡିଥିଲା ।

ଏକ ଇଣ୍ଟରଭିୟୁ ରେ ସରଳା କହିଥିଲେ କି ପ୍ରଥମ ସମୟରେ କମ୍ପ୍ୟୁଟର ନଥିବା କାରଣରୁ ଅନାଉଂସମେଂଟ ର ଏହି କାମ ତାଙ୍କୁ ନିଜେ ସବୁ ଷ୍ଟେସନ ରେ ଯାଇ କରିବାକୁ ପଡୁଥିଲା । ସେ କହିଲେ କି ସେ ପ୍ରଥମେ ବହୁତ ଅଲଗା ଅଲଗା ଭାଷାରେ ବି ଅନାଉଂସମେଂଟ କରିଛନ୍ତି । ଏହି ଅନାଉଂସମେଂଟର ରେକର୍ଡ କରିବା ପାଇଁ ତାଙ୍କୁ ୩ ରୁ ୪ ଦିନ ଲାଗିଯାଉଥିଲା । କିନ୍ତୁ ପରେ ରେଲୱେ ଷ୍ଟେସନରେ ସବୁ ଅନାଉଂସମେଂଟ ସମ୍ଭାଳିବା କାମ ଟ୍ରେନ ମାନେଜମେଣ୍ଟ ସିଷ୍ଟମଙ୍କୁ ଦିଆଗଲା ।

ଷ୍ଟାଣ୍ଡ ବାୟ ମୋଡରେ ସରଳାଙ୍କ ଶବ୍ଦ କୁ ଏହି ବିଭାଗ କନ୍ଟ୍ରୋଲ ରୁମରେ ଶେବ କରିନେଲେ । ସରଳା କହିଲେ କି ନିଜର କିଛି ବ୍ୟକ୍ତିଗତ କାରଣରୁ ସେ ଏହି କାମକୁ ୧୨ ବର୍ଷ ପୂର୍ବରୁ ଛାଡି ସାରିଛନ୍ତି । ସେ ବର୍ତ୍ତମାନ OHE ବିଭାଗରେ କାର୍ଜଳୟ ଅଧିକ୍ଷକ ରୂପରେ ଅଛନ୍ତି । ତାଙ୍କୁ ବହୁତ ଖୁସି ମିଳେ ଯେତେବେଳେ ଲୋକମାନେ ତାଙ୍କ ଶବ୍ଦ ଶୁଣି ତାଙ୍କର ପ୍ରଶଂସା କରୁଥିଲେ ନ ଦେଖି ।