ଠାକୁରଙ୍କୁ ଘରେ ପୂଜା କରିବାର ସଂପୂର୍ଣ୍ଣ ବିଧି ଜାଣନ୍ତୁ… ଆପଣଙ୍କ ପୂଜା କେବେବି ବ୍ୟର୍ଥ ଯିବନି… Puja at home

ବନ୍ଧୁଗଣ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାଇ ପ୍ରତ୍ଯେକ ଲୋକଙ୍କ ଘରେ ଘରେ ଠାକୁର ଘର ରହିଛି । ଯେଉଁ ଠାରେ ଦେବାଦେବୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖାଯାଇ ପୂଜାଅର୍ଚନା କରାଯାଉଛି । ତେବେ ପ୍ରତ୍ଯେକ ଦିନ ସକାଳ ଓ ସନ୍ଧ୍ଯାରେ ଲୋକମାନେ ଭଗବାନଙ୍କର ପୂଜା ଆରାଧନା କରିଥାନ୍ତି । ଯାହାଦ୍ୱାରା ଘର ପରିବେଶରେ ଆଧ୍ୟାତ୍ମିକ ବାତାବରଣ ଖେଳିଯିବା ସହ ଇଶ୍ଵରଙ୍କ କୃପା ଘରେ ଉପରେ ସଦା ସର୍ବଦା ରହିଥାଏ । ତେବେ ବନ୍ଧୁଗଣ ଠାକୁର ପୂଜା ଯଦି ଆପଣ ଉଚିତ ନୀତିନିୟମ ମାନି କରନ୍ତି, ତେବେ କେବେ ବି ଆପଣଙ୍କ ପୂଜାପାଠ ବ୍ୟର୍ଥ ଯାଇନଥାଏ ।

ପ୍ରଥମେ ନିଜର ଠାକୁର ଘରକୁ କେବେ ମଧ୍ୟ ଅପରିଷ୍କାର କରି ରଖିବେ ନାହିଁ । ଠାକୁର ଘରେ ଧୁଳି ଅଳନ୍ଧୁ ଜମିବାକୁ ଦେବେ ନାହିଁ । ସର୍ବଦା ଠାକୁର ଘରକୁ ପୋଛି ପରିଷ୍କାର ପରିଚ୍ଛନ କରି ରଖିବା ଉଚିତ । ପ୍ରତ୍ଯେକ ଶନିବାରକୁ ଶନିବାର ଠାକୁର ଘରୁ ଅଳନ୍ଧୁ କାଢି ସଫା କରିଦେବା ଉଚିତ । ଘରେ କିମ୍ବା ଠାକୁର ଘରେ ଯଦି ମାଟିରେ କୁମ୍ଭାଟୁଆ ମାନେ ବସା କରି ରହିଯାଇଥାନ୍ତି । ତେବେ ଶନିବାର ଦିନ ଦିନ ତାହାକୁ ଭଲ ଭାବରେ ସଫା କରି ଦିଅନ୍ତୁ ।

ଠାକୁର ଘରକୁ ନୈରୁତ କୋଣରେ କେବେ ମଧ୍ୟ ରଖିବେ ନାହିଁ । ସେଠାରେ ଠାକୁର ଘର କରି ପୂଜା କରିବା ଦ୍ଵାରା ଦେବାଦେବୀ ମାନେ ଅସନ୍ତୁଷ୍ଟ ରହିଥାନ୍ତି । ସର୍ବଦା ଐଶାନ୍ୟ କୋଣରେ ଠାକୁର ଘର କରି ପୂଜା କରିବା ଉଚିତ । ଠାକୁର ଘର କବାଟକୁ ଜାଉଁଳି କବାଟ କରିବା ଉଚିତ । ଠାକୁର ଘରେ ପବନ ଚଳାଚଳ କରିବା ପାଇଁ ବ୍ୟବସ୍ତା ରଖିବା ଉଚିତ । ଘରେ କରିଥିବା ଠାକୁର ଘରେ ଘଣ୍ଟି ଲଗାଇବା ବହୁତ ଶୁଭ ହୋଇଥାଏ । କାରଣ ଠାକୁର ଘରକୁ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଯିବା ହିଁ ଉଚିତ ।

ଠାକୁରଙ୍କ ପାଖରେ ଦୀପ, ଧୂପ ଓ କର୍ପୁରରେ ଆଳତୀ କରିସାରିଲା ପରେ ଠାକୁର ଘରେ ଯେଉଁ ୪ ଟି କୋଣ ରହିଥିବ । ସେହି ୪ କୋଣ ମଧ୍ୟରୁ ଅଗ୍ନୀ କୋଣରେ ସେହି ଧୂପ ଦୀପ ଲଗାଇ ସେହି ଠାରେ ରଖିବେ । ଏହା ସହିତ ଐଶାନ୍ୟ କୋଣରେ ଜଳ ପାତ୍ର ରଖିବେ । ଜଳ ପାତ୍ରକୁ ଯଦି ଦକ୍ଷିଣାବର୍ତ୍ତୀ ଶଙ୍ଖରେ ରଖନ୍ତି । ତେବେ ତାହା ଘର ପାଇଁ ବହୁତ ଶୁଭ ଦାୟକ ହୋଇଥାଏ ।

ଐଶାନ୍ୟ କୋଣରେ ଏକ ତମ୍ବା, ପିତ୍ତଳ କିମ୍ବା କାଚର ପାତ୍ରରେ ପାଣି ରଖି ସେଥିରେ କଇଁଛ, ମାଛ, କଉଡି, ଗୋମତୀ ଚକ୍ର, ଦକ୍ଷିଣବର୍ତ୍ତୀ ଶଙ୍ଖ ଓ ଶ୍ରୀ ଜନ୍ତ୍ର ସବୁ ସେଥିରେ ରଖିବେ । ସେହି ପାତ୍ରର ଜଳ ସବୁଦିନ ପରିବର୍ତ୍ତନ କରୁଥିବେ । ଏହା ସହିତ ଫୁଲ ପାଣି ଦେଇ ସବୁବେଳେ ପୂଜା କରୁଥିବେ ।

ଏହି ସବୁ ନୀତି ନିୟମ ମାନି ଠାକୁରଙ୍କୁ ନିଷ୍ଟାର ସହ ପୂଜା କରିବା ଦ୍ଵାରା ଶୁଭ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।