ନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ଠକ ଯୁବତୀଙ୍କ ଘର ଦେଖିଲେ ଆପଣ ତାଜୁବ ହୋଇଯିବେ । ତାଙ୍କ ଘର ଆଗରେ ଭଲ ଭଲ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା ସାଙ୍ଗକୁ ଦାମୀ ଆସବାବପତ୍ର ଦେଖିବା ଲୋକର ଆଖି ଝଲସାଇ ଦେବ । ଗିରଫ ଯୁବତୀଙ୍କ ଘରର ସାଜସଜ୍ଜାରେ ଆପଣ ଦେଖିପାରିବେ ଆଭିଜାତ୍ୟର ଝଲକ । ଯିଏ ଦେଖିବ ସହଜରେ କହିପାରିବ କି ଯୁବତୀ ଜଣକ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ।
ଆଉ ବର୍ତ୍ତମାନ ସେ ଗିରଫ ହେବା ପରେ କଳା ଟଙ୍କାରେ ଏହି ଘର ତିଆରି ହୋଇଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବ୍ଲାକମେଲିଂରୁ ଆସୁଥିବା ଟଙ୍କାରେ ସୁନ୍ଦରୀ ତରୁଣୀ ଅଏସ୍ କରିଥିଲେ ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ । ଏହି ଯୁବତୀଙ୍କ ଘରେ ଅନେକ ଓଡିଆ ଫିଲ୍ମ ଏବଂ ୱେବସିରିଜ ସବୁର ଶୁଟିଙ୍ଗ ହେଉଥିଲା । ଯୁବତୀଜଣକ ଫିଲ୍ମ ଶୁଟିଙ୍ଗ କାମରେ ତାଙ୍କ ଘରକୁ ବ୍ୟବହାର କରୁଥିଲେ । ଟିଭିରେ ଦେଖା ଯାଉଥିବା ଏଭଳି ଘର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।
ବଡ ଘର ସହ ଘର ଭିତରର ଡିଜାଇନ ବେଶ ମନଲୋଭା ଓ ଆକର୍ଷଣୀୟ । ଘରେ ବିଭିନ୍ନ ଦାମୀ ଘରସଜ୍ଜା ଜିନିଷ ସାଙ୍ଗକୁ ବଡ ବଡ ଝୁମର ମଧ୍ୟ ଲାଗିଛି । ଯାହାକି ଜଣେ ସେଲିବ୍ରିଟି ବା କୋଟିପତି ହିଁ କରିପାରିବେ । ଜଣେ ସାଧାରଣ ଲୋକ କେବେବି ଏଭଳି ଜାକଜକମରେ ଘର ତିଆରି କରିପାରିବ ନାହିଁ । ତେବେ ସଙ୍ଗୀନ ଯୁବତୀଙ୍କୁ କମିଶନରେଟ ପୋଲିସ ହାତକଡି ପିନ୍ଧାଇଛି ।
ସ୍ଵାମୀଙ୍କୁ ଛାଡି ଏକାକୀ ରହୁଥିଲେ ଯୁବତୀ ଏବଂ ପେଷାରେ ଥିଲେ ଜଣେ ଓକିଲ । ହେଲେ ଭିତରେ ଚଳାଇଥିଲେ ଏଭଳି କିଛି କଳା କାରନାମା ଯାହା ଶୁଣିବା ଲୋକ ମୁଣ୍ଡରେ ହାତ ଦେଇଦେବ । ନେତା ମନ୍ତ୍ରୀଙ୍କୁ ନିଜ ଜାଲରେ ଫସେଇ ଖରାପ ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ସଙ୍ଗୀନ ଯୁବତୀ । ପୂର୍ବରୁ ଜଣେ ହୋଟେଲ ମାଲିକ ଏବଂ ଜଣେ ସୁନା ଦୋକାନୀଙ୍କୁ ମଧ୍ୟ ସେ ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଛି ।
କେବଳ ସେତିକିରେ ଅଟକି ନାହାନ୍ତି ବରଂ ନେତା ମନ୍ତ୍ରୀ ଓ ଫିଲ୍ମର ପ୍ରଯୋଜକ ଏବଂ ଅଭିନେତା ମାନଙ୍କୁ ମଧ୍ୟ ଉକ୍ତ ଯୁବତୀ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ହାସଲ କରିବା ସହ ଏଭଳି ଏକ ଆଲିଶାନ ଘରେ ରହୁଥିଲେ । ଯାହା ଦେଖିଲେ ଦେଖିବା ଲୋକର ଆଖି ଲାଖି ହୋଇ ରହିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।