ତୀର୍ଥ ଯାତ୍ରାରୁ ଫେରୁଥିବା ବେଳେ ବସ୍ ଦୁର୍ଘଟଣାରେ ଜୀବନ ଚାଲିଗଲା । ଜଣେ କି ଦୁଇଜଣ ନୁହେଁ ବରଂ ଗୋଟିଏ ଗାଁ’ର ୨୬ ଜଣଙ୍କ ଜୀବନ ଏକାସାଙ୍ଗେ ଚାଲିଯାଇଛି । ତୀର୍ଥ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ପାଲଟିଛି । ତୀର୍ଥ ଯାତ୍ରା ପାଇଁ ଯାଇଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଉତ୍ତର ପ୍ରଦେଶ କାନପୁରର ୨୬ ଜଣ ଲୋକଙ୍କ ଜୀବନ ଏକାସାଙ୍ଗରେ ମୃତ୍ୟୁ ହୋଇଛି । ଗାଁ’ରେ ଏକସାଙ୍ଗେ ବନ୍ଧା ହୋଇଛି ୨୬ଟି କୋକେଇ ।

କିଏ ଜାଣିଥିଲା ଏହି ତୀର୍ଥ ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରା ହେବ ବୋଲି ! କେହି କିଛି ବୁଝିବା ପୂର୍ବରୁ ଚାଲିଗଲା ୨୬ଟି ଅମୂଲ୍ୟ ଜୀବନ । ହସଖୁସିରେ ସମସ୍ତେ ତୀର୍ଥ ଯାତ୍ରା ପାଇଁ ବାହାରି ଯାଇଥିଲେ । ହେଲେ କିଏ ଜାଣିଥିଲା କି ରାସ୍ତାରେ ସେମାନନକୁ ଯମ ଜଗି ବସିଛି ବୋଲି । କାନପୁରର ଏକ ଗ୍ରାମର ପ୍ରାୟ ୫୦ ଜଣ ଗରିବ ପରିବାର ଲୋକ ତୀର୍ଥ ଯାତ୍ରା ପାଇଁ ବାହାରି ଯାଇଥିଲେ । ତୀର୍ଥ ଦର୍ଶନ ପରେ ସେମାନେ ନିଜ ଗ୍ରାମକୁ ଫେରୁଥିଲେ ।
ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିରରେ ଦର୍ଶନ ସାରି ଫେରିବା ପରେ ଘଟିଥିଲା ଏହି ହୃଦୟ ବିଦାରକ ଘଟଣା । ତୀର୍ଥ ଯାତ୍ରୀଙ୍କ ମଧ୍ୟରେ ଅନେକ ମହିଳା ଏବଂ ପିଲାମାନେ ମଧ୍ୟ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୬ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବେଳେ ଆହୁରି ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗୁରୁତର ଆହତ ଅଛନ୍ତି ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତ ୨୬ ଜଣ ତୀର୍ଥ ଯାତ୍ରୀଙ୍କୁ ସେମାନଙ୍କ ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ୨୬ଟି କୋକେଇ ଏକା ସାଙ୍ଗେ ବନ୍ଧା ହେବା ବେଳେ ଗାଁ’ର ପ୍ରତିଟି ଲୋକଙ୍କ ଆଖିରେ ଲୁହ ଥିଲା । କାନ୍ଦବୋବାଳିରେ ଫାଟି ପଡୁଥିଲା ସଂପୂର୍ଣ୍ଣ ପରିବେଶ । ମା’ଙ୍କର ଦର୍ଶନ ପାଇଁ ଟ୍ରାକ୍ଟର ଟ୍ରଲି ଯୋଗେ ସମସ୍ତେ ଯାଇଥିଲେ ।
କିନ୍ତୁ ଟ୍ରଲି ଟି ଓଲଟି ପଡିବା ସହ ନିକଟରେ ଥିବା ଗାଡିଆ ମଧ୍ୟକୁ ଖସିପଡିବା ପରେ ଏଭଳି ମର୍ମନ୍ତୁଦ ଘଟଣା ଘଟି ଯାଇଥିଲା । ଯାହାକି ବର୍ତ୍ତମାନ ସାରା ଦେଶରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।