ଦାଣ୍ଡରେ ଆଲଣା ଠାରୁ ଆରମ୍ଭ କରି ଫ୍ରିଜ, କୁଲର ଓ ଫ୍ୟାନ ଆଦି ଅନେକ ଜିନିଷ ରଖାଯାଇଛି । ଯେକେହି ଦେଖିଲେ ଭାବିବ କି ନୂଆ ବୋହୂ ବୋଧେ ବିଦା ହୋଇ ଶାଶୁଘରକୁ ଆସିଛି । ସେଥିପାଇଁ ଘର ବାହାରେ ଏତେ ସବୁ ଜିନିଷ ରଖାଯାଇଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଦୃଶ୍ୟ ଭାର ଆସିବାର ନୁହେଁ ବରଂ ବାପାମା’ଙ୍କୁ ଘରୁ ତ-ଣ୍ଟି-ଆ ମା-ରି ବିଦା କରିଦେବା ପରର ଦୃଶ୍ୟ । ପରିଣତ ବୟସରେ ସାହା ହେବ ପିଲା ଜନ୍ମ କରି ମଣିଷ କରିଥିଲେ ।

ହେଲେ ବାପାମା’ଙ୍କୁ ପରିଣତ ବୟସରେ ଘରୁ କେମିତି ଧ-କ୍କା ମା-ରି ବାହାର କରି ଦେଉଛନ୍ତି ଦେଖିଲେ ଆପଣଙ୍କୁ ବିଚଳିତ ଲାଗିବ । ଝିଅ ଓ ଜ୍ଵାଇଁ ମିଶି ବାପାମା’ଙ୍କୁ ଘରୁ ବାହାର କରିବା ସହ ତାଙ୍କର ଜିନିଷପତ୍ର ସବୁ ବି ବାହାରେ ଫୋପାଡି ଦେଉଛନ୍ତି । ଝିଅ ବିପଦ ଆପଦରେ ସାହା ହେବ ବୋଲି ଭାବି ଯେଉଁ ଝିଅକୁ ଜନ୍ମ ଦେଇଥିଲେ ଆଜି ସେହି ଝିଅ ଓ ଜ୍ଵାଇଁ ମିଶି ତାଙ୍କୁ ତ-ଣ୍ଟି-ଆ ମା-ରି ବିଦା କରି ଦେଇଛନ୍ତି ।
ଏପରିକି ନିଜ ମା’ର ହାତକୁ ବି କା-ମୁ-ଡି ଦେଇଛି ଝିଅ । ନିଜ ବୃଦ୍ଧା ମା’କୁ ମା-ଡ ମା-ରି-ବା-କୁ ବି ଝିଅ ପଛାଉ ନାହିଁ । ଏହି ବାପାମା’ ଘରେ ଥିବା ସବୁ ଆସବାବପତ୍ର ସହ ନିଜ ନାଁରେ ଜମିକୁ ମଧ୍ୟ ଝିଅ ନାଁରେ କରି ଦେଇଥିଲେ । ହେଲେ ଜାଗା, ଘର ଓ ଜମି ସବୁ ହାତେଇବା ପରେ ଏବେ ବୁଢା ବାପାମା’ଙ୍କୁ ତ-ଣ୍ଟି-ଆ ମା-ରି ଘରୁ ବିଦା କରି ଦେଇଛି ଝିଅ ।

କୋର୍ଟ ଓ ପୋଲିସର ଆଶ୍ରା ନେଇ ବାପାମା’ଙ୍କ ଜାଗାବାଡି ଓ ସମ୍ପତ୍ତି ସବୁ ନିଜ ନାଁରେ କରି ନେଇଛି ଝିଅ ଓ ଜ୍ଵାଇଁ । ତେବେ ଏଠି ଆଇନର ଦୋ-ଷ ବା କଣ ! ଯେଉଁ ଝିଅ ନିଜ ଜନ୍ମ କଲା ବାପାମା’ଙ୍କୁ ଏମିତି ବାହାର କରି ଦେଉଛି ତା’ର ମାନବିକତା ଏଥିପାଇଁ ଦାୟୀ । ଏମିତି ଝିଅ ଜ୍ଵାଇଁକୁ କଣ କୁହାଯିବ ଆପଣ ଥରେ ଚିନ୍ତା କରନ୍ତୁ ।
ମଣିଷ ସମ୍ପତ୍ତି ପାଇଁ ନିଜ ରକ୍ତ ସମ୍ପର୍କ ବି ଭୁଲି ଯାଉଛି । ପରିଣତ ବୟସରେ ବୃଦ୍ଧ ବାପାମା’ଙ୍କୁ ପୁଅମାନେ ଘରୁ ବାହାର କରି ଦେଇଥିବା ଘଟଣା ଦେଖିବାକୁ ମିଳୁଥିବା ବେଳେ ଏଠାରେ ଝିଅ ନିଜ ବାପାମା’ଙ୍କୁ ଘରୁ ତଡିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।