17 ହଜାର ପାଇଁ କୋର୍ଟରେ ହାଜର ହେଲେ Tapaswini, ଏ ନେଇ କଣ କହିଲେ ତାଙ୍କ ଓକିଲ ଦେଖନ୍ତୁ ଏହି video

ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ବିବାଦ ଏବେବି କୋର୍ଟରେ ଚାଲିଛି । ତପସ୍ଵିନୀ ଆରମ୍ଭରୁ ହିଁ ଦାବି କରିଥିଲେ କି ସେ ସ୍ଵାମୀଙ୍କ ସହ ତାଙ୍କ ଘରେ ରହିବାକୁ ଚାହାନ୍ତି । କିନ୍ତୁ ସୁମିତଙ୍କ ପରିବାର ତାଙ୍କୁ ଆଜି ଯାଏଁ ମଧ୍ୟ ବୋହୂ ବୋଲି ସ୍ଵୀକାର କରିବାକୁ ରାଜି ହେଉ ନାହାନ୍ତି । ଏପରିକି ଡାକ୍ତର ସୁମିତ ମଧ୍ୟ ତପସ୍ଵିନୀଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ତେବେ ଆଜି ଅନେକ ଦିନ ପରେ ଜିଲ୍ଲା କୋର୍ଟରେ ତପସ୍ଵିନୀଙ୍କୁ ତାଙ୍କ ଓକିଲଙ୍କ ସହ ଦେଖିବାକୁ ମିଳିଥିଲା ।

ତାଙ୍କ ଭରଣପୋଷଣ ବାବଦକୁ ସୁମିତ ଦେଇଥିବା ଟଙ୍କା ସେ ନେବାକୁ ଆସିଥିବା ଜଣାପଡିଛି । ତପସ୍ଵିନୀ ଅନେକ ଦିନରୁ ଅସୁସ୍ଥ ଥିଲେ ସେଥିପାଇଁ ସେ ତାଙ୍କ ଗତ ଶୁଣାଣି ମାନଙ୍କରେ ମଧ୍ୟ ହାଜିର ହୋଇପାରି ନଥିଲେ । ତେବେ ତପସ୍ଵିନୀଙ୍କୁ ମାସିକ ଭରଣପୋଷଣ ବାବଦକୁ ଟଙ୍କା ଦିଆଯାଉ ବୋଲି ତାଙ୍କ ପକ୍ଷରୁ ପ୍ରଥମେ ଦାବି କରା ଯାଇଥିଲା । କିନ୍ତୁ ଏସଡ଼ିଜେଏମ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ତା’ପରେ ଏହି ଅପିଲକୁ ନେଇ ସେ ଜିଲ୍ଲାକୋର୍ଟଙ୍କ ପାଖରେ ଚ୍ୟାଲେଞ୍ଜ କରିଥିଲେ ।

ସେଠାରେ ସୁମିତ ତପସ୍ଵିନୀଙ୍କୁ ଘରେ ରହିବାକୁ ଦେବେ ଏବଂ ତାଙ୍କ ଭରଣପୋଷଣ ବାବଦକୁ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦେଶ ଦେଇଥିଲେ । ଯାହାକୁ ନେଇ ସୁମିତ ପୁଣି ଠାରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ହାଇକୋର୍ଟ ମଧ୍ୟ ତପସ୍ଵିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଯାହାଫଳରେ ସୁମିତ ୧୦ ତାରିଖ ସୁଦ୍ଧା ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବାର ଥିଲା । କିନ୍ତୁ ଟଙ୍କା ଦେବା ନେଇ ସୁମିତ ପ୍ରଥମେ ବାହାନା କରିଥିଲେ ।

ସେ ବର୍ତ୍ତମାନ ନୋ ୱାର୍କ ନୋ ପେ ସାଲାରୀ ବ୍ୟାସିସରେ ଅଛନ୍ତି ତେଣୁ ତାଙ୍କର ଏବେ କୌଣସି ରୋଜଗାର ନାହିଁ ବୋଲି କହିଥିଲେ । ତେବେ ଟଙ୍କା ଯୋଗାଡ କରୁଛନ୍ତି ହେଲେ ସେ ତପସ୍ଵିନୀଙ୍କୁ ଟଙ୍କା ଦେବେ ବୋଲି କହିଥିଲେ । ତେବେ ୧୦ ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ସେମାନେ ଆସି ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ତପସ୍ଵିନୀଙ୍କୁ ଟଙ୍କା ଦେଇଥିଲେ । ଦେହ ଅସୁସ୍ଥ ଥିବାରୁ ତପସ୍ଵିନୀ ଟଙ୍କା ନେବାକୁ ଆସିପାରୁ ନଥିଲେ । ଆଜି ସୁସ୍ଥ ଅନୁଭବ କରିବାରୁ ତପସ୍ଵିନୀ କୋର୍ଟରେ ଟଙ୍କା ନେବା ପାଇଁ ପହଞ୍ଚିଥିବା ଦେଖିବାକୁ ମିଳିଛି ।

ତେବେ ତପସ୍ଵିନୀଙ୍କ ଓକିଲ ସୁମିତଙ୍କ ପରିବାରକୁ ଅନୁରୋଧ କରିଛନ୍ତି କି ତପସ୍ଵିନୀଙ୍କୁ ଘରେ ସ୍ଥାନ ମିଳିଲା, ଟଙ୍କା ମଧ୍ୟ ଦେଲେ, କିନ୍ତୁ ତାଙ୍କୁ ବୋହୂ ରୂପେ କାହିଁକି ଗ୍ରହଣ କରୁ ନାହାନ୍ତି ? ଯଦି ଏପରି କରନ୍ତେ ତେବେ ଏହି ମାମଲା ସମାଧାନ ହେବା ସହ ତାଙ୍କ ସୁନାର ସଂସାର ପୁଣି ଥରେ ଗଢି ଉଠନ୍ତା । ତପସ୍ଵିନୀଙ୍କ ଓକିଲଙ୍କ ଏହିପରି ରାୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।