“ଖୁବ ଶୀଘ୍ର ଆମର ହେବ ରିୟୁନିଅନ, ମୋ ପାଇଁ ଟଙ୍କା…” ଦେଖନ୍ତୁ ଏମିତି କାହିଁକି କହିଲେ Tapaswini ? ଦେଖନ୍ତୁ video

ଦୀର୍ଘ ଦୁଇ ମାସରୁ ଅଧିକ ହେବ ବ୍ରହ୍ମପୁରର ତପସ୍ଵିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲା ଗଡିଚାଲିଛି । ଇତିମଧ୍ୟରେ ଅନେକ ମୋଡ ଦେଇ ଗତି ସାରିଲାଣି ଏହି ମାମଲା । ତେବେ ଅନେକ ଦିନ ପରେ ଆଜି ତପସ୍ଵିନୀଙ୍କୁ କୋର୍ଟରେ ଦେଖିବାକୁ ମିଳିଥିଲା । କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କ ଭରଣପୋଷଣ ପାଇଁ ସୁମିତ ଦେଇଥିବା ୧୭ ହଜାର ଟଙ୍କା ନେବା ପାଇଁ ସେ ଆଜି କୋର୍ଟ ଆସିଥିଲେ । ଯାହାକି ସୁମିତ ଡିମାଣ୍ଡ ଡ୍ରାଫ୍ଟରେ ଦେଇଥିଲେ ।

ତେବେ ତପସ୍ଵିନୀ ଫେରିବା ବେଳେ କହିଥିଲେ କି, ସୁମିତଙ୍କୁ କୋର୍ଟ ଦୁଇ ମାସ ହେବ ଟଙ୍କା ଦେବା ପାଇଁ କହିଥିଲେ ମଧ୍ୟ ସୁମିତ ଗୋଟିଏ ମାସର ଟଙ୍କା ଦେଇଛନ୍ତି । କିନ୍ତୁ ଏଇଟା ତାଙ୍କ ପାଇଁ ମ୍ୟାଟର କରେନି । ସେ ଆରମ୍ଭରୁ ହିଁ କେବଳ ସୁମିତଙ୍କ ସହ ସୁମିତଙ୍କ ଘରେ ରହିବାକୁ ଚାହିଁଛନ୍ତି । ଯିଏ ଏତେ ଦିନ ହେବ ସ୍ଵାମୀ ପାଇଁ ଦାଣ୍ଡ ଦୁଆରେ ରହିପାରେ ତା’ର ଟଙ୍କା କଣ ହେବ । ସେ ସୁମିତଙ୍କୁ ଚାହାନ୍ତି । ଅନେକ ଦିନ ଟଙ୍କା କୋର୍ଟରେ ରହିବାରୁ ସେମାନେ ଡକେଇବାରୁ ତପସ୍ଵିନୀ ଆଜି ବାଧ୍ୟ ହୋଇ ଆସିଛନ୍ତି ବୋଲି କହିଲେ ।

ତେବେ ସୁମିତ ଚଳିତ ମାସ ୫ ତାରିଖ ଆଡକୁ ଘରକୁ ଆସିଥିଲେ । ଶାଶୁ ମଧ୍ୟ ତପସ୍ଵିନୀଙ୍କ ସହ କଥା ହେଉଛନ୍ତି , ଯଦିଓ ଅଧିକ କଥା ସେମାନେ ହେଉ ନାହାନ୍ତି କିନ୍ତୁ ଦରକାର ହେଲେ ଯେତିକି ବି କଥା ହେଉଛନ୍ତି ସେଥିରେ ତପସ୍ଵିନୀ ଖୁସି ଅଛନ୍ତି ବୋଲି କହିଛନ୍ତି । ତପସ୍ଵିନୀଙ୍କ ଦେହ ମଧ୍ୟ ଭଲନାହିଁ, ତେଣୁ ତାଙ୍କୁ ଡାକ୍ତର ଅଧିକ ବାହାରକୁ ଯିବାକୁ ମନା କରିଛନ୍ତି ।

ତେବେ ତପସ୍ଵିନୀ ଶେଷରେ କହିଥିଲେ କି ତାଙ୍କର ଏବଂ ସୁମିତଙ୍କ ମଧ୍ୟରେ କଣ କଥାବାର୍ତ୍ତା ଚାଲିଛି ତାହା କେବଳ ସେମାନେ ଜାଣିଛନ୍ତି । ସେ କେବଳ ଏତିକି କହିପାରିବେ କି ଆଗକୁ ନିଶ୍ଚୟ ସ୍ଵାମୀ ସୁମିତଙ୍କ ସହ ତାଙ୍କର ରିୟୁନିଅନ ହେବ । ଆଉ ଏହା ବହୁତ ଶୀଘ୍ର ହେବ ବୋଲି ଗ୍ୟାରେଣ୍ଟି ଦେଇ କହୁଛନ୍ତି ବୋଲି ମଧ୍ୟ ତପସ୍ଵିନୀ କହିଛନ୍ତି ।

ତେବେ ଅନେକ ଦିନରୁ ଚାଲି ଆସିଥିବା ଏହି ମାମଲାରେ ତପସ୍ଵିନୀଙ୍କୁ ସୁମିତ ଗ୍ରହଣ କରନ୍ତୁ ବୋଲି ଅନେକ ଲୋକ କାମନା କରି ଆସୁଥିଲେ । ଯଦି ସେମାନେ ଏକତ୍ର ରୁହନ୍ତି ତେବେ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବ । ତପସ୍ଵିନୀଙ୍କ ଏହିଭଳି ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।