‘ତାଙ୍କର ନିବିଡତା ଏତେ ଭିତରକୁ ଗଲାଣି ଯେ ଆଉ…’ Tapaswini ଓ Sumit ଙ୍କ ଏକାଠି ରହିବାକୁ ନେଇ Sura Routray ଯାହା କହିଲେ ଶୁଣିଲେ ଆପଣ ହସି ହସି ଗଡିଯିବେ, ଦେଖନ୍ତୁ video

ବହୁଚର୍ଚ୍ଚିତ ତପସ୍ଵିନୀ ଓ ସୁମିତଙ୍କ ମାମଲା କାହାକୁ ଅଜଣା ହୋଇ ରହିନାହିଁ । ତପସ୍ଵିନୀଙ୍କ ତପସ୍ୟା ସତେ ଯେମିତି ତାଙ୍କ ମନୋସ୍କାମନାରେ ରଙ୍ଗ ଭରି ଦେଇଛି । ଦୀର୍ଘ ଦିନ ଧରି ସ୍ଵାମୀଙ୍କ ସହ ରହିବି ବୋଲି ଶ୍ଵଶୁର ଘର ସାମନାରେ ଜିଦ୍ ଧରି ବସି ରହିବା ପରେ ଏବେ ତାଙ୍କୁ ସ୍ଵାମୀଙ୍କ ସହ ରହିବାକୁ ସୁଯୋଗ ମିଳିଛି । ଆଉ ଏହିପରି ଏକ ସୁଯୋଗ ଆଣି ଦେଇଛନ୍ତି ଏସଡ଼ିଜେଏମ କୋର୍ଟ । ସାତ ଦିନ ପର୍ଯ୍ୟନ୍ତ ତପସ୍ଵିନୀ ଓ ସୁମିତଙ୍କୁ ଏକାଠି ରହିବାକୁ ନିଷ୍ପତ୍ତି ଶୁଣାଇଥିଲେ ।

ଏଥିପାଇଁ ପୋଲିସ ଏବଂ ସୁରକ୍ଷାକର୍ମୀ ମାନଙ୍କୁ ମଧ୍ୟ ସେମାନଙ୍କ ସୁରକ୍ଷା କରିବାକୁ ଓ ତଦାରଖ କରିବାକୁ ଜଗାଇଛନ୍ତି । ପ୍ରଥମେ ସେମାନଙ୍କୁ ଚିନିଶିଳ୍ପ ଗେଷ୍ଟହାଉସରେ ରଖା ଯାଇଥିବା ବେଳେ ସେମାନଙ୍କ ପାଇଁ ଏକ ଭଡାଘର ବ୍ୟବସ୍ଥା କରିବାକୁ କରିବାକୁ ଆସ୍କା ଆଇଆଇସି ଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହି ସାତ ଦିନ ପର୍ଯ୍ୟନ୍ତ ଉଭୟଙ୍କ ଘରଲୋକ କେହି ମଧ୍ୟ ସେମାନଙ୍କୁ ଯୋଗାଯୋଗ କରିବେ ନାହିଁ କିମ୍ବା ସେମାନୀ ମଧ୍ୟ କୌଣସି ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବେ ବୋଲି କୋର୍ଟ ସର୍ତ୍ତାବଳୀରେ ଉଲ୍ଲେଖ କରିଛନ୍ତି ।

ଏହି ସାତ ସୁମିତ ଓ ତପସ୍ଵିନୀ ସ୍ଵାମୀ ସ୍ତ୍ରୀ ଭଳି ରହିବେ ଓ ପରସ୍ପର ପ୍ରତି ସେମାନଙ୍କ କର୍ତ୍ତବ୍ୟ ତୁଲାଇବେ  ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ସେମାନେ ପାଳନ କରୁଛନ୍ତି ଏବଂ ପୋଲିସ କର୍ମୀମାନେ ମଧ୍ୟ ସେମାନଙ୍କ ଉପରେ ନଜର ରଖିଛନ୍ତି । ଯେପରିକି ସେମାନଙ୍କ ପାଖକୁ କେହି ପରିବାର ଲୋକ ନ ଆସନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ପାରିବାରିକ ହିଂସା ନ ଜନ୍ମେ ।

ଆଉ ପ୍ରତିଦିନର ରିପୋର୍ଟ ନେଇ ମଧ୍ୟ ମାନନୀୟ କୋର୍ଟରେ ଦାଖଲ କରୁଛନ୍ତି । ତେବେ ତପସ୍ଵିନୀ ଓ ସୁମିତଙ୍କ ଏହି ରହଣିକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା । ଆଉ ଏହାର ଉତ୍ତରରେ ସୁର ରାଉତରାୟ ନିଜ ମନ୍ତବ୍ୟରେ ସୁମିତ ଓ ତପସ୍ଵିନୀଙ୍କ ପାଇଁ ଏହିଭଳି ନିର୍ଦ୍ଦେଶ ଶୁଣାଇଥିବା ଜଜ୍ ଙ୍କ ନିଷ୍ପତ୍ତିକୁ ସେ ଭୁରିଭୁରି ପ୍ରଶଂସା କରିଛନ୍ତି ।

ତପସ୍ଵିନୀ ଏବଂ ସୁମିତ ଏକାଠି ରହିବା ଦ୍ଵାରା ସେମାନଙ୍କ ମନ ସଂପୂର୍ଣ୍ଣ ଭାବେ ମିଶି ଗଲାଣି ଆଉ ସେମାନଙ୍କୁ ଏବେ ଆଉ କେହି ମଧ୍ୟ ଅଲଗା କରିପାରିବେ ନାହିଁ ବୋଲି ସେ କହିଛନ୍ତି । ସେମାନଙ୍କ ନିବିଡତା ଏତେ ଭିତରକୁ ପଶି ଗଲାଣି ଯେ ଆଉ ଛିଣ୍ଡିବନି ବୋଲି ସେ କହିଛନ୍ତି ।

ସେହିଭଳି ବିବାଦୀୟ ଯୋଡି ଅନୁଭବ ଓ ବର୍ଷାଙ୍କ ବିଷୟରେ ମଧ୍ୟ ତାଙ୍କୁ ପଚରା ଯିବାରୁ ସୁର ଭାଇ କହିଛନ୍ତି ଯେ ସେମାନଙ୍କୁ ମଧ୍ୟ ଏହିଭଳି ନିଷ୍ପତ୍ତି ଶୁଣାଗଲେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ । ତେବେ ସୁର ଭାଇଙ୍କ ମନ୍ତବ୍ୟ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।