ଦୀର୍ଘ ନଅ ମାସରୁ ଅଧିକ ସମୟ ଧରି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଛନ୍ତି କେ. ଦୀପିକା । ତାଙ୍କ ମାମଲା ଏବେ ସାମାନ୍ଯ ଥମି ଯାଇଥିଲେ ମଧ୍ୟ ଦୀପିକା ନିଜ ସଂଘର୍ଷ ନିଜେ ଜାରି ରଖିଛନ୍ତି । ଏବେ ଯାଏଁ ମନ ହାରି ନାହାନ୍ତି ବରଂ ପୂର୍ବ ଅପେକ୍ଷା ଆହୁରି ସବଳ ହୋଇ ନ୍ୟାୟ ଅପେକ୍ଷା କରିଛନ୍ତି । ଆଗକୁ ଏସଡ଼ିଜେଏମ କୋର୍ଟରେ ଦୀପିକାଙ୍କ ଆଉ ଏକ ଶୁଣାଣି ରହିଥିବା ବେଳେ ଦୀପିକା ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।
ଦିନେଶ ତାଙ୍କୁ ସିନ୍ଦୂର ଦେଇ ସ୍ତ୍ରୀ ଭାବେ ଗ୍ରହଣ କରନ୍ତୁ ଏବଂ ତାଙ୍କ ପୁଅକୁ ବାପାର ପରିଚୟ ଦିଅନ୍ତୁ ବୋଲି ଦୀପିକା ଦିନେଶଙ୍କ ଘର ଆଗରେ ଅଡି ବସିଛନ୍ତି । ହେଲେ ଦୀପିକାଙ୍କ ପରିବାର ଲୋକଙ୍କ ମନ ଏବେ ସୁଦ୍ଧା ପରିବର୍ତ୍ତନ ହୋଇନାହିଁ । ସେମାନେ ଦିନେଶଙ୍କୁ କେଉଁଠି ଲୁଚେଇକି ରଖିଛନ୍ତି ବୋଲି ଦୀପିକା କହିଛନ୍ତି । ଦୀପିକା ଓ ଦିନେଶ ପ୍ରେମ ସମ୍ପର୍କରେ ଥିବାବେଳେ ଦିନେଶ ମାଆଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ଦୀପିକା ।
ତାଙ୍କ ଠାରୁ ଯେଉଁ କୁକୁର ନେଇଥିଲେ ତା’ର ଯତ୍ନ କେମିତି ନେବେ ସବୁ କଥା ଦୀପିକାଙ୍କୁ ପଚାରି ବୁଝିଥିଲେ । କିନ୍ତୁ ଦୀପିକା ଯେତେବେଳେ ଗର୍ଭବତୀ ହୋଇ ଯାଇଥିଲେ ସେତେବେଳେ ଦିନେଶଙ୍କ ମନ ବଦଳି ଯାଇଥିଲା । ଏପରିକି ବାପାଙ୍କ ସହ ଯାଇ ତାଙ୍କୁ ଟଙ୍କା ଦେଇ ଚୁପ୍ କରିବାକୁ ଚେଷ୍ଟା କରିଥିଲେ । ଦୀପିକା କିନ୍ତୁ ଟଙ୍କା ନେଇ ନଥିଲେ ବରଂ ସ୍ତ୍ରୀ ଏବଂ ତାଙ୍କ ପିଲା ପାଇଁ ବାପାର ଅଧିକାର ସେ ଦାବି କରିଥିଲେ ।
ଦୀପିକା କହିଛନ୍ତି କି, ଦିନେଶଙ୍କ ପରିବାର ପାଖରେ ଟଙ୍କା ଅଛି ବୋଲି ଟଙ୍କା ଦେଇ ସମସ୍ତଙ୍କ ମୁହଁ ଚୁପ୍ କରେଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ପୁଅକୁ ଦୁଇ ବର୍ଷ ଦୁଇ ମାସ ହୋଇଗଲାଣି । ଆଉ କେଇଟା ମାସ ପରେ ସେ ସ୍କୁଲ ଯିବ । ତେଣୁ ତାକୁ ଏହା ପୂର୍ବରୁ ବାପାର ପରିଚୟ ମିଳୁ ବୋଲି ଏ ଚାହୁଁଛନ୍ତି । କିନ୍ତୁ ଦିନେଶଙ୍କ ପରିବାର ତାଙ୍କୁ ସୁ-ଇ-ସା-ଇ-ଡ କରିବା ପାଇଁ ବାଧ୍ୟ କରୁଛନ୍ତି । ଏପରିକି ତାଙ୍କୁ ଓ ତାଙ୍କ ପୁଅକୁ ହ-ତ୍ୟା ଧ-ମ-କ ମଧ୍ୟ ଦେଉଛନ୍ତି । ଦୀପିକା କହିଛନ୍ତି କି, ସମସ୍ତଙ୍କ ଦ୍ଵାରା କିଛି ନା କିଛି ଭୁଲ ହୋଇଥାଏ ।
ତା’ ମାନେ ନୁହେଁ ଯେ ସେ ନ୍ୟାୟ ପାଇବା ଯୋଗ୍ୟ ନୁହେଁ । ନଅ ମାସ ଧରି ନ୍ୟାୟ ଅପେକ୍ଷାରେ ଥିବାବେଳେ ତାଙ୍କ ପାଇଁ କାହା ମନ ତରଳୁନି । ଏମିତିକି ପ୍ରମିଳା ମା ମଧ୍ୟ ଟଙ୍କା ନେଇ ମୁହଁ ଚୁପ୍ କରି ବସିଥିବା କହିଛନ୍ତି ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।