ଟଙ୍କା ବଞ୍ଚାଇବାର ଏମିତି 6 ଟି ଉପାୟ, ଯାହା ଆଜି ପର୍ଯ୍ୟନ୍ତ କେହି ବି ଆପଣଙ୍କୁ କହି ନଥିବେ

ଆଜିକାଲୀ ଦୁନିଆରେ ଧନ ବିନା କିଛି ବି ହୋଇପାରେ ନାହିଁ । ଧନ ବିନା ମାନବ ସମାଜ ରେ ବଞ୍ଚିବା ଦୂର୍ବିସହ ହୋଇଯାଏ । ଧନୀ ହେଉ ବା ଗରିବ ସମସ୍ତଙ୍କର ଧନ ଆବଶ୍ୟକ ହୋଇଥାଏ । କିଛି ଲୋକଙ୍କ ପାଖରେ କିଛି ଅଳ୍ପ ପରିମାଣରେ ଧନ ଥାଏ ଓ କିଛି ଲୋକଙ୍କ ପାଖରେ ବହୁତ ଧନ ଥାଏ । କିନ୍ତୁ ଯଦି ଧନକୁ ସମୟ ଥାଉ ଥାଉ ସଞ୍ଚୟ କରାନଯାଏ ତ ଧନୀ ହେଉ ବା ଗରିବ ହେଉ ତାକୁ ଭବିଷ୍ୟତରେ ବହୁତ ସମସ୍ୟା ରେ ପଡିଥାଏ ।

ଆପଣଙ୍କୁ ଆଜି ଏଭଳି ଛଅଟି  ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଜାଣିପାରିବେ ଯେ ଧନ କିଭଳି ସଞ୍ଚୟ କରିପାରିବେ ଆପଣ କିଭଳି ଧନୀ ଲୋକ ହୋଇପାରିବ । ଆମେ ଯେଉଁ ଉପାୟଟି କହିବୁ ତାକୁ ଶୁଣିକି ଆପଣଙ୍କୁ ଅଜବ  ଲାଗିପାରେ । ଆପଣ  ନିଜ ଜୀବନରେ ଏହି ଉପାୟକୁ ପ୍ରୟୋଗ କରି ନିଶ୍ଚିତ ଭାବରେ ଧନ ସଞ୍ଚୟ କରିବାରେ ସଫଳ ହେବେ ।

ପ୍ରଥମ ଉପାୟ

 

ଆପଣ ଯେତେବେଳେ ବି କୌଣସି ଧନ ରୋଜଗାର କଋ ଘରକୁ ଆଣୁଛନ୍ତି ସେହି ଧନର କୌଣସି ଖରଚ କରିବା ପୂର୍ବରୁ ତାକୁ ପ୍ରଥମେ ଭଗବାନଙ୍କ ପାଖରେ ବା ଭଗବାନ ଙ୍କ ଚରଣ ଛୁଇଁ ସେହି ଧନକୁ ଖରଚ କରିବା ଉଚିତ । ଏହା ଦ୍ଵାରା ଧନକୁ ଆମେ ବୁଝିବିଚାରୀ ଖରଚ କରିଥାଉ । କାହିଁକି ନା ଧନ ସହ ଆମର ଆସ୍ଥା ସହିତ ଜଡିତ ଥାଏ । ଏଥିପାଇଁ ଆପଣ ଅର୍ଜନ କରିଥିବା ପ୍ରଥମ ଧନକୁ ନିଶ୍ଚିତ ଭାବରେ ଭଗବାନଙ୍କ ପାଖରେ ଅର୍ପଣ କରି ବ୍ୟବହାର କରନ୍ତୁ ।

ଦ୍ଵିତୀୟ ଉପାୟ

ଏହି ଧନ ସଞ୍ଚୟ କରିବା ଉପାୟ ଶିଖଧର୍ମରେ ୫୦୦ ବର୍ଷ ପୂର୍ବରୁ ବର୍ଣ୍ଣିତ ପ୍ରଥା ଅନୁସାରେ ଆପଣ କାହାର ବି  ସାହାଜ୍ୟ କରିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ବହୁତ ଖୁସି ମିଳିଥାଏ । ଏଥି ପାଇଁ ଆପଣ ଯାହାବି ରୋଜଗାର କରୁଛନ୍ତି ତାହାର କିଛି ପରିମାଣ ରେ କୌଣସି ଗରିବ ବ୍ୟକ୍ତି ଙ୍କୁ ଅଥବା କୌଣସି ଅନୁଷ୍ଠାନ ବା ସ୍କୁଲର ପିଲାମାନଙ୍କୁ କିଛି ସାହାଜ୍ୟ କରନ୍ତୁ ତ ଆପଣଙ୍କୁ ବହୁତ ଖୁସି ମିଳିବ ଏବଂ ଏହି ଖୁସି  ଆପଣଙ୍କୁ ଧନୀ କରିବାରେ ସାହାଜ୍ୟ କରିବ । ଆପଣ ଯେତେବେଳେ ଆପଣଙ୍କ ସମୟ ଓ ଧନ ଅନ୍ୟକୁ ଦାନ କରୁଛନ୍ତି ତେବେ ଏହା ଭବିଷ୍ୟତରେ ନିଜ ପାଖକୁ ଫେରିଆସେ ।

ତୃତୀୟ ଉପାୟ

ଆପଣ ସପ୍ତାହକୁ ଥରେ ଚିନ୍ତା କରନ୍ତୁ କି କୌଣସି ଗୋଟିଏ ଦିନ ଆପଣ କୌଣସି ଧନ ଖରଚ କରିବେ ନାହିଁ  । ଏହା ଦ୍ଵାରା ଆପଣଙ୍କର ଖରଚ କମିବ ଓ ଆପଣଙ୍କର ଅଯଥା ଖରଚ ସୁରକ୍ଷିତ ରହିଯିବ । ଅର୍ଥାତ ଆପଣ ମାସକୁ ୪ ଥର ଖରଚ ରୁ ବଞ୍ଚିତ ହେବେ ଏହାଦ୍ବାରା ଆପଣ କିଛି ଧନ ସଞ୍ଚୟ କରିବାରେ ସଫଳ ହେବେ । ଏହି ସଞ୍ଚିତ ଅର୍ଥକୁ ଆପଣ ଭବିଷ୍ୟତରେ ବହୁତ ସାହାଜ୍ୟ କରିବ ।

ଚତୁର୍ଥ ଉପାୟ

ଆପଣ ସବୁ ଖରଚକୁ ଆପଣ ଟଙ୍କା ଦ୍ଵାରା ହିଁ କରନ୍ତୁ । କିନ୍ତୁ ଆପଣ କୌଣସି ଡେବିଡ ବା କ୍ରେଡିଡ କାର୍ଡ ଦ୍ଵାରା ଖରଚ କରିବା ଦ୍ଵାରା ଆପଣଙ୍କୁ ଜଣା ନାହିଁକି କେତେ ଟଙ୍କା ଖରଚ କଲେ । କିନ୍ତୁ ଆପଣ ଯେତେବେଳେ ଟଙ୍କା ଦେଇ କୌଣସି ଜିନିଷ କିଣୁଛନ୍ତି ବା ଖରଚ କରୁଛନ୍ତି ସେତେବେଳେ ଆପଣଙ୍କୁ ବାଧିବ କି ଆପଣ ଏତେ ଟଙ୍କା ଖରଚ କରିଦେଲେ ଓ ଆପଣ କୌଣସି ଖରଚରୁ ବିରତ  ରହିବେ ।

ପଞ୍ଚମ ଉପାୟ

ଆପଣ ଯେତେବେଳେ କୌଣସି ଜିନିଷ କିଣୁଛନ୍ତି ବା ଖରଚ କରୁଛନ୍ତି ସେଥିରେ ବଞ୍ଚୁଥିବା ଖୁଚୁରା ପଇସାକୁ ଆପଣ କୌଣସି ଜାଗାରେ ସଞ୍ଚୟ କରି ରଖନ୍ତୁ । ଏହା ସହ ବେଳେ ବେଳେ କିଛି ବଡ ଟଙ୍କା ମଧ୍ୟ ସେହି ସଞ୍ଚୟ ବାକ୍ସରେ ରଖିଦିଅନ୍ତୁ । ଯାହାଫଳରେ କି ଆପଣ ମାସ ଶେଷରେ କିଛି ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ ଯାହାକି ଆପଣଙ୍କର ଭବିଷ୍ୟତରେ ଏହି ଅର୍ଥ ଜରୁରୀ କାର୍ଯ୍ୟରେ ଆସିବ ।

ଷଷ୍ଠ ଉପାୟ

ଏହି ଉପାୟକୁ ବହୁଳ ଭାବରେ ସାହୁକାର ମାନେ ପ୍ରୟୋଗ କରିଥାନ୍ତି । ସାହୁକାରମାନେ ସବୁବେଳେ ଟଙ୍କାକୁ କୌଣସି ଲଫାପା କିମ୍ବା କୌଣସି କପଡାରେ ଗୁଡାଇ ରଖନ୍ତି । ଆପଣ ବି ଯଦି ଏପରି କରନ୍ତି ତେବେ ଆପଣଙ୍କୁ ଟଙ୍କାର କୌଣସି ଖର୍ଚ କରିବାରେ ଇଚ୍ଛା ହୁଏ ନାହିଁ । ପର୍ସରେ ଟଙ୍କା ନ ରଖିବା ଦ୍ଵାରା ଆପଣଙ୍କ ଖର୍ଚକୁ ସୀମିତ ରଖିଥାଏ । ପର୍ସରେ ଟଙ୍କା ରଖିବା ଦ୍ଵାରା ଆବଶ୍ୟକ ପଡୁ ନା  ସଙ୍ଗେ ସଙ୍ଗେ ଆମେ ଟଙ୍କା ଖର୍ଚ କରିଥାଉ । ଏହା ଦ୍ଵାରା ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।