ତକିଆ ତଳେ ରସୁଣ ରଖି ଶୋଇଲେ କେଉଁ ଲାଭ ପ୍ରାପ୍ତ ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନରେ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ କରିବାକୁ ହେଲେ କିଛି ବାସ୍ତୁ ତଥା ଜ୍ଯୋତିଷ ଉପାୟ ପାଳନ କରିବା ଜରୁରୀ ଅଟେ । ଯେଉଁ ପୁରୁଷଙ୍କ ସ୍ମିତହାସ୍ୟ ମନ ମୋହି ନେଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ଯେଉଁ ପୁରୁଷମାନେ ମହିଳାଙ୍କ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ଯେଉଁ ପୁରୁଷ କେବେବି ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ଯାହାର ଅହଂକାର ନଥାଏ ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିଥାଏ ।

ଯେଉଁ ଲୋକଙ୍କ ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ବ୍ୟକ୍ତି ହୋଇଥାନ୍ତି । ଦକ୍ଷିଣ ଦିଗକୁ ମୁଖକରି କେବେବି ଭୋଜନ କରିବା ଉଚିତ ନୁହେଁ, ଏହାଦ୍ବାରା ଅଶୁଭ ହେବାସହ ଆୟୁ କମ୍ ହୋଇଥାଏ । ପୂର୍ବ ଦିଗକୁ ମୁଖକରି ଭୋଜନ କରିବା ଉଚିତ, ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ରୋଗବ୍ୟାଧି ଦୂର ହୋଇଥାଏ । କେବେବି ଖଟ ଉପରେ ବସି ଭୋଜନ କରିବା ଉଚିତ ନୁହେଁ, ଏହାଦ୍ବାରା ମଧ୍ୟ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

ଭୋଜନ ପରେ କେବେବି ଥାଳିରେ ହାତ ଧୋଇବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଅନ୍ନର ଅପମାନ ହୋଇଥାଏ । ପଙ୍ଗତରେ ବସି ଖାଇବା ବେଳେ ଅନ୍ୟମାନଙ୍କ ପୂର୍ବରୁ ଉଠିବ ଅନୁଚିତ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

ଏକାଦଶୀ ଦିନ କେବେବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ଅନର୍ଥର କାରଣ ହୋଇଥାଏ । ଭାଙ୍ଗି ଯାଇଥିବା କିମ୍ବା ଭଲ ଭାବେ ସଫା ହୋଇ ନଥିବା ବାସନରେ କେବେବି ଖାଦ୍ଯ ଖାଇବା ଉଚିତ ନୁହେଁ, ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । କେବେବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ଯ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଅମଙ୍ଗଳକାରୀ ହୋଇଥାଏ ।

ଯେଉଁ ଲୋକଙ୍କ ଓଠରେ କଳାଜାଇ ଚିହ୍ନ ରହିଥାଏ ସେମାନେ ମିଷ୍ଟଭାଷୀ ହୋଇଥାନ୍ତି ଓ ନିଜ କଥାରେ ଅନ୍ୟମାନଙ୍କ ମନ କିଣିଥାନ୍ତି । ତକିଆ ତଳେ ରସୁଣ ରଖି ଶୋଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଏହା ସୌଭାଗ୍ୟ ପ୍ରାପ୍ତି କରିବାରେ ସାହାଯ୍ୟ କରିଥାଏ । ତକିଆ ତଳେ କୌଣସି ଲୁହା ଜିନିଷ ତଥା ଚାବି ଇତ୍ୟାଦି ରଖିବା ଦ୍ଵାରା ଶୁଭ ହୋଇଥାଏ ।

ତକିଆ ତଳେ କୌଣସି ଧାର୍ମିକ ବସ୍ତୁ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଓ ସମସ୍ତ ପ୍ରକାରର ଭୟ ଦୂର ହୋଇଥାଏ । ତକିଆ ତଳେ ପଇସା ରଖି ଶୋଇବା ଶୁଭ ହୋଇଥାଏ ଏବଂ ସକାଳେ ଏହାକୁ ଭିକାରୀ ମାନଙ୍କୁ ଦାନ କରିବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇଥାଏ ।

ତକିଆ ତଳେ ମୟୂର ପଙ୍ଖ ରଖିବା ଦ୍ଵାରା ଶୁଭ ହେବାସହ ଗ୍ରହ ଦୋଷ ଦୂର ହୁଏ ଓ ଉତ୍ତମ ଭାଗ୍ୟ ପ୍ରାପ୍ତି ହୁଏ । ତକିଆ ତଳେ ତୁଳସୀ ପତ୍ର ରଖି ଶୋଇବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।