ବନ୍ଧୁଗଣ ଓଡିଆ ଢଗଢମାଳି ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । କାରଣ ସେଥିରେ ବହୁତ ମଜାଳିଆ ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର ରହିଥାଏ । ତେବେ ସେଥିରେ ସବୁଠାରୁ ଭଲ କଥା ହେଲା, ଆପଣ ମାନେ ସେହି ସବୁରୁ ଜ୍ଞାନ ମଧ୍ୟ ଶିଖିବାକୁ ପାଇଥାନ୍ତି । ଆଜି ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଚତୁର ପ୍ରଶ୍ନ ଓ ତା’ ସହ ତାହାର ଉତ୍ତର ମଧ୍ୟ ରହିଅଛି । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଆସନ୍ତୁ ସେହି ସମ୍ପର୍କରେ ଏଠାରେ ଆଲୋଚନା କରିବା । ଯେଉଁଥିରୁ ଆପଣ ମଜା ନେବା ସହ ସେଥିରୁ କିଛି ଜ୍ଞାନ ମଧ୍ୟ ଶିଖିପାରିବେ ।
1- ଯଦି ଆପଣଙ୍କୁ କୁହାଯାଏ ନିଜ ପାଖରେ ଥିବା ଟଙ୍କାକୁ ଖୁବ ଶୀଘ୍ର ଦୁଇଗୁଣ କରିଦିଅ ତେବେ ଆପଣ ସେଥିପାଇଁ ଏହାକୁ କେଉଁଠାରେ ରଖିବେ ?
ଉତ୍ତର :- ଦର୍ପଣ ଆଗରେ
2- ସେ କିଏ ଯାହାର ଚାରୋଟି ଗୋଡ ଥାଇ ମଧ୍ୟ ଚାଲିପାରେ ନାହିଁ ?
ଉତ୍ତର :- ଟେବୁଲ
3- କେଉଁ ରାତି ବାସ୍ନା ହୁଏ ?
ଉତ୍ତର :- ଗୁଜୁରାତି
4- କାଳି ଗାଈ କାଳି ଘାସ ଖାଏ ବେକ ମୋଡିଦେଲେ, ଘରକୁ ଯାଏ । ତାହା କଣ ?
ଉତ୍ତର :- ଖୁର
5- ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇନଥାଉ ?
ଉତ୍ତର :- ପ୍ଲେଟ ବା ଥାଳି
6- କିଏ ଚାଲିଥାଏ । ଥକି ପଡିଲେ ବେକ କାଟ ହୁଏ । ତା ପରେ ପୁଣି ଚାଲେ ?
ଉତ୍ତର :- ପେନସିଲ
7- ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର :- ଜନ୍ମ ଦିନର କେକ
8- କାହାକୁ ନ ଧରି ଭାଙ୍ଗି ହୁଏ ?
ଉତ୍ତର :- ପ୍ରତିଜ୍ଞା
9- କାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?
ଉତ୍ତର :- ରାଣ
10- ରାମଚନ୍ଦ୍ରଙ୍କ ବାପା ଦଶରଥ, ଆଉ କିଏ ଦଶରଥ ?
ଉତ୍ତର :- କଙ୍କଡା
11- ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ କିଛି ନାହିଁ । ତାହା କ’ଣ ?
ଉତ୍ତର;- ତାରା ।
ଏହା ଥିଲା ଆଜି ଆପଣଙ୍କ ପାଇଁ 10 ଗୋଟି ଚତୁର ପ୍ରଶ୍ନ ଓ ତାହାର ଉତ୍ତର । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆପଣ ମାନଙ୍କୁ ଏହି ଲେଖାଟି ଭଲ ଲାଗିଥିବେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ