ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଭାରତର ସବୁଠୁ ବଡ ଜେଲ୍ କେଉଁଠାରେ ଅଛି ?
ଉ: ଦିଲ୍ଲୀରେ (ତିହାର ଜେଲ୍) ।
୨- ଦୁନିଆର ସବୁଠାରୁ ମହଙ୍ଗା ସହରର ନାମ କଣ ?
ଉ: ତେଲ ଆଭିଭ (ଇସ୍ରାଏଲରେ ଅବସ୍ଥିତ) ।

୩- କେଉଁ ଦେଶରେ ଦୁନିଆର ସବୁଠୁ ଅଧିକ ଡାକଘର ରହିଛି ?
ଉ: ଭାରତରେ ସବୁଠୁ ଅଧିକ ଡାକଘର ଅଛି ।
୪- ଦୁନିଆର କେଉଁ ଦେଶରେ ୩ଟି ରାଜଧାନୀ ରହିଛି ?
ଉ: ଦକ୍ଷିଣ ଆଫ୍ରିକାର ୩ଟି ରାଜଧାନୀ ।
୫- ଭାରତର କେଉଁ ନଦୀକୁ ଜାତୀୟ ନଦୀର ମାନ୍ୟତା ଦିଆଯାଇଛି ?
ଉ: ଗଙ୍ଗା ନଦୀକୁ ।
୬- ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ଚଳାଚଳ ଆରମଭ ହୋଇଥିଲା ?
ଉ: କଲିକତାରେ ।
୭- ଭାରତର କେଉଁ ସହରରେ ହାୱା ମହଲ ରହିଛି ?
ଉ: ଜୟପୁର (ରାଜସ୍ଥାନ) ।
୮- କାହାକୁ ଭାରତର ନେପୋଲିୟନ କୁହାଯାଏ ?
ଉ: ସମୁଦ୍ରଗୁପ୍ତ ।
୯- ଭାରତରେ ୧୪ ନଭେମ୍ବରକୁ କେଉଁ ଦିବସ ରୂପେ ପାଳନ କରାଯାଏ ?
ଉ: ଶିଶୁ ଦିବସ ।

୧୦- ଦୁନିଆର କେଉଁ ଦେଶ ସବୁଠୁ ଅଧିକ ବିଲାତି ବା ଟମାଟୋ ଉତ୍ପାଦନ କରିଥାଏ ?
ଉ: ଚୀନ ।
୧୧- ଭାରତର କେଉଁ ରାଜ୍ୟ ସର୍ବାଧିକ କାଜୁ ବାଦାମ ଉତ୍ପାଦନ କରିଥାଏ ?
ଉ: ମହରାଷ୍ଟ୍ର ।
୧୨- ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?
ଉ: ମହାରାଷ୍ଟ୍ର ।
୧୩- ଭାରତର ପ୍ରଥମ ନାଗରିକ କିଏ ?
ଉ: ରାଷ୍ଟ୍ରପତିଙ୍କୁ ପ୍ରଥମ ନାଗରିକର ମାନ୍ୟତା ଦିଆଯାଇଛି ।
୧୪- ଭାରତର କେଉଁ ସହରକୁ ‘Blue City’ ବୋଲି କୁହାଯାଏ ?
ଉ: ଯୋଦ୍ଧପୁରକୁ କୁହାଯାଏ ।
୧୫- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?
ଉ: ଡକ୍ଟର ରାଜେନ୍ଦ୍ର ପ୍ରସାଦ ।
୧୬- ଭାରତର କେଉଁ ରାଜ୍ୟ ଚାଉଳର ପାତ୍ର ଭାବେ ଜଣାଶୁଣା ?
ଉ: ଆନ୍ଧ୍ରପ୍ରଦେଶ ।

୧୭- କେଉଁ ଫଳ ଭିତରେ ବିଷ ରହିଥାଏ ?
ଉ: ସେଓ ।
୧୮- ବିହାର ରାଜ୍ୟର ମୁଖ୍ୟ ପର୍ବର ନାମ କଣ ?
ଉ: ଛଠ୍ ପୂଜା ।
୧୯- ଭାରତର ସବୁଠୁ ଛୋଟ ରାଜ୍ୟ କେଉଁଟି ?
ଉ: ଗୋଆ ।
୨୦- ତାହା କଣ ଯାହା ଭାଇର ୨ଟି ଓ ଭଉଣୀର ୩ଟି ଥାଏ ?
ଉ: ଅକ୍ଷର, ଭାଇ ୨ଟି ଅକ୍ଷର ଏବଂ ଭଉଣୀ ୩ଟି ଅକ୍ଷର ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।