ସ୍ଵାମୀ ଖଟୁଥିଲା ବାହାର ରାଜ୍ୟରେ, ଏପଟେ ସ୍ତ୍ରୀ ସମ୍ପର୍କ ରଖୁଥିଲା ପୁଅ ଟ୍ୟୁସନ ସାରଙ୍କ ସାଥିରେ, ପ୍ରେମରେ ଅଡୁଆ ହେବାରୁ ନିଜ ପୁଅ ସହ ମା’ କଲା ଏଭଳି ଭୟଙ୍କର କାଣ୍ଡ… ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଠାବ ହୋଇଛି ସେହି ଜାଗା ଯେଉଁଠି ନିଜ ୩ ବର୍ଷର ଶିଶୁ ମା ସସ୍ମିତାନାଥ ପ୍ରେମିକ ଲକ୍ଷ୍ମୀଧର ସହ ମିଶି ପୋତି ଦେଇଥିଲା ଓ ଅଭିନୟ ରଚିଥିଲା ପୁଅ ଛାତି ଉପରୁ ପଡି ତାର ଜୀବନ ଚାଲି ଯାଇଛି । ଟିୟୁସନ ସାରା ଙ୍କ ପ୍ରେମ ଏତେ ବାଉଳା କରିଥିଲା ନିରୀହ ଶିଶୁକୁ ହତ୍ୟା କରିବା ବେଳେ ମା ର ହାତ ଟିକେ ବି ଥରିଲା ନାହି । ପ୍ରେମ ପାଗିଳି ହେଇଗଲା ମା ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ସବୁ ଭୁଲିଗଲା ମାତୃତ୍ଵ ର ସବୁ ସୀମା ।

ସତରେ ଇଶ୍ଵର ମା ହେବାର ସୁଯୋଗ ପୁରୁଷକୁ ଦେଇ ନାହାନ୍ତି କେବଳ ନାରୀକୁ ଦେଇଛନ୍ତି କାରଣ ମା ଭିତରେ ରହିଛି ବାଶ୍ଚଲ୍ୟ ତା ଭିତରେ ରହିଛି ମମତା, ସୃଜନଶୀଳତା ଯିଏ ଜୀବନକୁ ସୃଷ୍ଟି ଦେଇ ପାରିବ । ହେଲେ ସେ ସବୁର ବିପଥ ହୋଇଛି ଏହି ମା ଟି ଯାହାର ନାଁ ସସ୍ମିତା । ଯାହାକୁ ୯ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ସାମାନ୍ଯ ଦେହର ସୁଖ ଆଗରେ ସବୁ ଆଜି ଫିକା ପଡିଗଲା । ଅନ୍ୟ ପକ୍ଷରେ ଟିୟୁସନ ମାଷ୍ଟର ଲକ୍ଷ୍ମୀଧର ଶପଥ ନେଇଥିଲା ପିଲାଙ୍କୁ ପଢାଇ ତାଙ୍କୁ ଜୀବନରେ ବଡ ମଣିଷ କରିବ ।

ଶିକ୍ଷକତାର ପୂର୍ଣ୍ଣ ଦାୟିତ୍ଵ ତା ପାଖରେ ଥିଲା ବୋଲି ସେ ପାଠ ପଢାଉଥିଲା । ହେଲେ ପଢାଇବା ଆଳ ରେ ପିଲାଙ୍କର ମା ଉପରେ  ନଜର । ଆଉ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ଭିତରେ ଗଢି ଉଠିଥିଲା ପାପ ସମ୍ପର୍କ । ଆଉ ସେହି ସମ୍ପର୍କରେ ପିଶାଚିନି ମା ଛୁଆକୁ ମାରି ପକାଇଲ । ସୂଚନା ଅନୁଯାୟୀ ସସ୍ମିତାଙ୍କ ସ୍ଵାମୀ ବାହାରେ ରାଜ୍ୟରେ ରହି ଦାଦିନ ଖଟନ୍ତି । ଆଉ ଏପଟେ ସସ୍ମିତା ଲକ୍ଷ୍ମୀଧର ମିଶି ପ୍ରେମ କରିଲା ଆଉ ଦୁହେଁ ଏକାଠି ରହିବାକୁ ସ୍ଵପ୍ନ ଦେଖିଲା ।

ସେଥିପାଇଁ ପୂର୍ବରୁ ଜନ୍ମ ହୋଇଥିବା ଦୁଇ ପିଲାଙ୍କୁ ତା ମାମୁଁ ଘରକୁ ପଠାଇ ଦେଇଥିଲା । ଆଉ ୩ ବର୍ଷର ପିଲା ଯେବେ ଅଝଟ ହେଉଥିଲା ଆମ ମାକୁ ଖୋଜୁଥିଲା ତାହା ତିକ୍ତକର ହୋଇ ଉଠିଥିଲା ଦୁହିଙ୍କ ପାଇଁ । ଆଉ ଦୁହେଁ ପ୍ଳାନ କରିଥିଲେ କେମିତି ଏଥିରୁ ନିସ୍ତାର ପାଇବେ । ସେଥିପାଇଁ ଉଭୟ ଯୋଜନା କରିଥିଲେ । ପ୍ରଥମେ ସସ୍ମିତା ଛୁଆକୁ ନେଇ ଗାଧୁଆ ଘରେ ମାରି ଦେଇଥିଲା  ପରେ ଛୁଆକୁ ନେଇ ଛାତ ଉପରୁ ଫୋପାଡି ଦେଇଥିଲା ।

ପରେ ଛୁଆକୁ ନେଇ ମେଡିକାଲ ଯାଇଥିଲା ସେଠାରେ ଡାକ୍ତର ଛୁଆକୁ ମୃତ ଘୋଷଣା କରିଥିଲେ । ସେଠାରେ ମା ଅଭିନୟ କରିଥିଲା ଛୁଆ ଖେଳିବା ବେଳେ ଛାତ ଉପରୁ ଗାଳି ପଡିଛି । ଆଉ ଏପଟେ କାହାକୁ କିଛି ନ ଜଣାଇ ଛୁଆକୁ ପୋତି ଦେଇଥିଲା । ଏହି ଘଟଣା ସମ୍ପର୍କରେ ଜାଣି ପାରିଥିଲେ ଦୁଇ ଝିଅ ଆଉ ପରେ ମାମୁଁ ଘରକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଦୁହିଙ୍କୁ ପଚାରାଉଚରା କରିବା ପରେ ସତ ମାନିଥିଲେ । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।