ସ୍ଵେଚ୍ଛାସେବୀ ହେଉ ହେଉ ପାଲଟିଗଲେ ଦେହଜୀବୀ, Archana ଜୀବନକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ରୋଚକ କାହାଣୀ

ସ୍ଵେଚ୍ଛାସେବୀ ହୋଇ ପୁରା ସମାଜକୁ ସାହାଯ୍ୟ କରିବାର ଇଚ୍ଛା ଥିଲା । ବେସାହାର ଲୋକଙ୍କୁ ସାହାର ଦେବେ । ହେଲେ ସବୁକିଛି ଓଲଟପାଲଟ ହେଇଗଲା, କାରଣ ସେଚ୍ଛାସେବୀ ହେଉ ହେଉ ଦେହାଜୀବୀ ପାଲଟି ଗଲେ ଅର୍ଚ୍ଚନା ନାଗ । ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହନିଟ୍ରାପ୍ ସୁନ୍ଦରୀ ଅର୍ଚ୍ଚନାଙ୍କର ଛାତ୍ରୀ ଜୀବନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜେଲରେ ତାଙ୍କର ଦିନ ଗଡିବା ସହ ଅନେକ ରହସ୍ୟ ମଧ୍ୟ ସାମ୍ନାକୁ ଆସୁଛି ।

ଗୋଟିଏ ଦିନ ଥିଲା ଯେବେ ଅର୍ଚ୍ଚନା ତାଙ୍କ ଛାତ୍ରୀ ଜୀବନରେ ଜାତୀୟ ସେବା ଯୋଜନାର ସର୍ବଶ୍ରେଷ୍ଠ ସ୍ଵେଚ୍ଛାସେବୀ ପୁରସ୍କାର ପାଇଥିଲେ । ହେଲେ ଏହାର ଅଳ୍ପ କିଛି ବର୍ଷ ମଧ୍ୟରେ ତାଙ୍କର ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅର୍ଚ୍ଚନା ହନିଟ୍ରାପ୍ ସୁନ୍ଦରୀ କେମିତି ପାଲଟିଗଲେ ସମସ୍ତଙ୍କ ମନରେ ଏବେ ସେହି ଗୋଟିଏ ପ୍ରଶ୍ନ । ଅର୍ଚ୍ଚନା ବାଲେଶ୍ଵର ଭୋଗରାଇ ବ୍ଲାକ ଅନ୍ତର୍ଗତ କଚୁଆଡି ବୈକୁଣ୍ଠନାଥ ଉଚ୍ଚ ବିଦ୍ୟାଳୟରେ ୨୦୧୪-୨୦୧୬ ଯାଏଁ ବିଜ୍ଞାନରେ ପାଠପଢି ଦ୍ଵିତୀୟ ଶ୍ରେଣୀରେ ପାସ୍ କରିଥିଲେ ।

ଖାଲି ସେତିକି ନୁହେଁ ବରଂ NSS ରେ ମଧ୍ୟ ସେ ଜଣେ ସକ୍ରିୟ କ୍ୟାଣ୍ଡିଡେଟ ଥିଲେ । ଯେଉଁଥି ପାଇଁ ୨୦୧୫-୧୬ ବର୍ଷରେ ସର୍ବଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ପୁରସ୍କୃତ ହୋଇଥିଲେ ଅର୍ଚ୍ଚନା । ହେଲେ କଲେଜରେ ତାଙ୍କର ଏଭଳି ରୂପ କାହା ନଜରରେ ଆସି ନଥିଲା । କଲେଜ ଶେଷ ହେବା ପରେ ଅର୍ଚ୍ଚନା ମିଶନ ହନିଟ୍ରାପକୁ ଫେରିଥିଲେ । ରାଜଧାନୀକୁ ଆସି ବଡବଡିଆଙ୍କୁ ଟାର୍ଗେଟ କରିଥିଲେ ।

ନିଜର ସୁନ୍ଦରତା ଓ ଆକର୍ଷଣୀୟ ଦେହକୁ ଦେଖାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ନେତା ମନ୍ତ୍ରୀଙ୍କ ରାତି ସଙ୍ଗୀନ କରି ସକାଳ ହେଲେ ଅଶ୍ଳୀଳ ଫଟୋ ଦେଖାଇ ବ୍ଳାକମେଲ କରୁଥିଲେ । ବଡବଡିଆ ନେତା, ମନ୍ତ୍ରୀ, ବଡ ବଡ ବିଜନେସମ୍ୟାନଙ୍କ ଠାରୁ ଆରମ୍ଭ କରି ବିଲଡରସ୍ ମଧ୍ୟ ଅର୍ଚ୍ଚନାଙ୍କ ନାଗଫାଶରେ ଫସିଛନ୍ତି । ଯେଉଁଥି ପାଇଁ ମାତ୍ର ଅଳ୍ପଦିନ ମଧ୍ୟରେ ରାଜଉଆଁସ ଭଳି ଘର ସେ ତିଆରି କରିଥିଲେ । ହେଲେ ସବୁ କଥା ସାମ୍ନାକୁ ଆସିବା ପରେ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଛି ।

ତେବେ ଅର୍ଚ୍ଚନା ଏହିଭଳି ହନିଟ୍ରାପ କରିବାର ଆଉ ଏକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ନାବାଳିକା ଜୀବନରେ ତାଙ୍କ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ଏଭଳି ସେ ଏଭଳି ନାଗୁଣୀ ପାଲଟିଥିଲେ ବୋଲି କୁହାଯାଉଛି । ତେବେ ପ୍ରକୃତ ସତ କେବଳ ତଦନ୍ତରେ ହିଁ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।