ଓଲଟା ସ୍ଵସ୍ତିକରୁ ମନୋକାମନା ହୋଇଥାଏ ପୂର୍ଣ୍ଣ , ସୌଭାଗ୍ୟ ସହିତ ହୋଇଥାଏ ଲକ୍ଷ୍ମୀପ୍ରାପ୍ତି

ପ୍ରତ୍ୟେକ ମଣିଷର କିଛି ସ୍ଵପ୍ନ ଥାଏ ଯାହାକୁ ପୁରା କରିବା ପାଇଁ ସେ ନିଜ ତରଫରୁ କୌଣସି ଅଭାବ ରଖି ନଥାଏ । ସନାତନ ଧର୍ମରେ ଏମିତି ବହୁତ ଉପାୟ କୁହା ଯାଇଛି ଯାହା ଦ୍ଵାରା ଆପଣ ନିଜର ସବୁ ମନୋକାମନାକୁ ବହୁତ ଶୀଘ୍ର ପୁରା କରି ପାରିବେ । ଏହି ଉପାୟ ମଧ୍ୟରୁ ଗୋଟିଏ ସ୍ଵସ୍ତିକର ଉପାୟ କୁହା ଯାଇଛି । ସ୍ଵସ୍ତିକ ଶବ୍ଦ ସଂସୃତର ଦୁଇଟି ଶବ୍ଦ ସୁ ଏବଂ ଅସ୍ତିର ମିଶ୍ରଣରେ ହୋଇଛି ଯାହାର ମାନେ ଶୁଭ ହେଉ, କଲ୍ୟାଣ ହେଉ । ହିନ୍ଦୁ ଧର୍ମରେ ସ୍ଵସ୍ତିକର ବହୁତ ମହତ୍ତ୍ଵ ଥାଏ ।

ଯଦି କୌଣସି ପୂଜା ପାଠ ବା ଶୁଭ କାମ କରାଯାଇଥାଏ ତେବେ ସର୍ବ ପ୍ରଥମେ ସ୍ଵସ୍ତିକ କୁ ମହତ୍ତ୍ଵ ଦିଆଯାଇଥାଏ । ପୁରାଣରେ ମଧ୍ୟ ସ୍ଵସ୍ତିକ ବିଷୟରେ ବହୁତ କଥା କୁହାଯାଇଛି । ସ୍ଵସ୍ତିକକୁ ଧନର ଦେବୀ ମା ଲକ୍ଷ୍ମୀ ଓ ବୁଦ୍ଧିର ଦେବତା ଗଣେଶଙ୍କର ପ୍ରତୀକ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସ୍ଵସ୍ତିକର ଅଲଗା ଅଲଗା ବ୍ୟବହାର କୁହାଯାଇଛି ଯାହାକୁ କରି ବ୍ୟକ୍ତି ନିଜର ସବୁ ସମସ୍ୟାରୁ ମୁକ୍ତି ପାଇପାରିବ ଓ ତାକୁ ଧନ ଓ ସୌଭାଗ୍ୟ ସହିତ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ ।

ସ୍ଵସ୍ତିକର ଲାଭ ସିଧା ନୁହେଁ, ବରଂ ଓଲଟା ସ୍ଵସ୍ତିକ କରିବା ଦ୍ଵାରା ହୋଇଥାଏ । ଯଦି ଆପଣ ଓଲଟା ସ୍ଵସ୍ତିକ କରନ୍ତି ତେବେ ଏଥିରୁ ଆପଣଙ୍କ ଇଚ୍ଛା ବହୁତ ଶୀଘ୍ର ପୂର୍ଣ୍ଣ ହେବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସ୍ଵସ୍ତିକର କିଛି ଉପାୟ ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବା ସ୍ଵସ୍ତିକର ଏହି ଉପାୟ ଗୁଡିକ ବିଷୟରେ 

୧. ଯଦି ଆପଣଙ୍କୁ ବ୍ୟାପାରରେ ସଫଳତା ମିଳୁ ନାହିଁ ତେବେ ଆପଣଙ୍କ ବ୍ୟାପାରରେ ଲାଭ ହେବା ପାଇଁ ଗୁରୁବାର ଦିନ ଘରର ଉତ୍ତର ପୂର୍ବ ଦିଗକୁ ଗଙ୍ଗା ଜଳରେ ଧୋଇ ସେଠାରେ ହଳଦିର ସ୍ଵସ୍ତିକ ତିଆରି କରନ୍ତୁ । ସ୍ଵସ୍ତିକର ପୂଜା ବିଧି ବିଧାନ ଅନୁସାରେ କରି ଗୁଡ ଭୋଗ ଅର୍ପଣ କରନ୍ତୁ । ଆପଣଙ୍କୁ ଏହି ଉପାୟ ସାତ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଏହା ପରେ ଆପଣଙ୍କୁ ବ୍ୟାପାରରେ ଲାଭ ମିଳିବା ଆରମ୍ଭ ହୋଇଯିବ ।

୨. ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସୁ ତେବେ ଏହା ପାଇଁ ଘର ବାହାରେ ମୁରୁଜ ସହିତ ସିନ୍ଦୁରର ସ୍ଵସ୍ତିକ କରନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଏଥିରେ ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରେ ବାସ କରିଥାନ୍ତି । ଘରର ସଦସ୍ୟଙ୍କୁ ଦେବୀ ଦେବତାଙ୍କର ଆଶୀର୍ବାଦ ମିଳିଥାଏ ।

୩. ଯଦି ଆପଣ କୌଣସି ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଘରର ପୂଜାସ୍ଥଳ ବା ମନ୍ଦିରରେ ସ୍ଵସ୍ତିକ କରି ତା ଉପରେ ପାଞ୍ଚୋଟି ଚାଉଳ ରଖି ଦୀପ ଜଳାନ୍ତୁ । ଏଥିରେ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ । ଏହା ବ୍ୟତୀତ ଘରର ପୂଜା ସ୍ଥାନରେ ବା ମନ୍ଦିରରେ ସ୍ଵସ୍ତିକ କରି ତା ଉପରେ ଇଷ୍ଟ ଦେବତାଙ୍କର ପ୍ରତିମା ରଖି ପୂଜା କରନ୍ତୁ । ଏଥିରେ ଦେବୀ ଦେବତା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କୁ ମନ ମୁତାବକ ବର ଦେଇଥାନ୍ତି ।

ଉପରୋକ୍ତ ସ୍ଵସ୍ତିକ ର କିଛି ଛୋଟ ଛୋଟ ଉପାୟ ଯାହାକୁ କରି ମଣିଷ ନିଜ ଜୀବନର ସମସ୍ୟାରୁ ଶୀଘ୍ର ମୁକ୍ତି ପାଇପାରିବା ଓ ମନୁଷ୍ୟକୁ ଲକ୍ଷ୍ମୀ ପ୍ରାପ୍ତି ସହିତ ତାର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଯଦି ଆପଣ ଏହି ଉପାୟ କୁ କରନ୍ତି ତେବେ ଆପଣଙ୍କୁ ଏହାର ଲାଭ ନିଶ୍ଚୟ ମିଳିବ ।

ଆପଣଙ୍କୁ ଆମର ଏହି ଟିପ୍ପଣିଟି ଭଲ ଲାଗିଥିଲେ ଶେୟାର କରନ୍ତୁ ଓ ଆହୁରି ଏହି ଭଳି ଧାର୍ମିକ ଜ୍ଞାନ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ନିଜର ଭାଗ୍ୟ ବଦଳାନ୍ତୁ ।