ଯଦି ଆପଣଙ୍କ ହାତରେ ବି ଅଛି ‘X’ ର ଚିହ୍ନ , ତେବେ ଏହା ପଛରେ ଲୁଚି ରହିଛି ଏହି ରାଜ !!

ଜ୍ୟୋତିଷ ବିଦ୍ୟା ଏକ ଏମିତିକା ବିଦ୍ୟା ଯେଉଁଥିରେ ବ୍ୟକ୍ତିର ଭବିଷତ ବହୁତ ପ୍ରକାରରେ କୁହାଯାଇଥାଏ ଓ ବହୁତ ଥର ଏକ ପ୍ରମାଣିତ ହୋଇଥାଏ । ହସ୍ତରେଖା ଜ୍ୟୋତିଷର ବି ବିଶେଷ ମହତ୍ତ୍ଵ ରହିଛି । ହସ୍ତରେଖା ଜ୍ୟୋତିଷରେ ହାତର ଗଠନ ଓ ସେଥିରେ ଥିବା ରେଖାକୁ ଆଧାର କରି ଭବିଷ୍ୟବାଣୀ କରାଯାଇଥାଏ ।

ହାତର ରେଖା ପଢିବାର ଆରମ୍ଭ

ଐତିହାସିକ ଲୋକଙ୍କ ମାନିବା ଅନୁସାରେ ହସ୍ତରେଖା ପଢିବାର ଜ୍ଞାନର ଉତ୍ପତ୍ତି ଭାରତରେ ହୋଇଥିଲା । ପରେ ଏହା ଚୀନ, ତିବ୍ବତ, ମିଶର, ଫାରସ ରୁ ଆରମ୍ଭ କରି ୟୁରୋପ ଭଳି ଦେଶରେ ଖେଳି ଯାଇଥିଲା । ଗ୍ରୀସର ବିଦ୍ଵାନ ଅଙ୍କ୍ସଗୋରସ ନିଜ ସମୟରେ ଭାରତୀୟ ଉପ ମହାଦୀପରେ ରହି ହସ୍ତକଳା ଜ୍ଞାନ ବିଷୟରେ ଯାହା ବି ଶିଖିଥିଲେ , ସେ ତାକୁ ହେମେର୍ସଙ୍କୁ ଜଣାଇଥିଲେ ।

ପାପୁଲିରେ X ଥିବା

ମିଶରର ବିଦ୍ଵାନଙ୍କ ଅନୁସାରେ ସିକନ୍ଦରଙ୍କ ହାତରେ ଏହି ଚିହ୍ନ ଥିଲା । ସିକନ୍ଦରଙ୍କ ହାତ ବ୍ୟତୀତ ଏହି ଚିହ୍ନ ପ୍ରାୟ କାହାରି ହାତରେ ମିଳି ନଥିଲା । ଅନୁମାନ ଲଗାଗଲା କି ଦୁନିଆରେ କେବଳ ୩ ପ୍ରତିଶତ ଲୋକଙ୍କ ହାତରେ ଏହି ଚିହ୍ନ ମିଳିଥାଏ । ସେହି ସମୟରେ ମସ୍କୋ ଯୁନିଭର୍ସିଟିରେ ପାପୁଲିରେ ହସ୍ତରେଖା ମିଳୁଥିବା ଓ ଏହାର ଭାଗ୍ୟ ସହିତ ଥିବା ସମ୍ବନ୍ଧକୂ ନେଇ ରିସର୍ଚ କରା ଯାଇଥିଲା। ବ୍ୟକ୍ତି ଓ ତାଙ୍କ ହାତରେ ଥିବା ରେଖାମାନଙ୍କର ସମ୍ବନ୍ଧ ଉପରେ ଏକ ପେପର ତିଆରି କରା ଯାଇଥିଲା ।

“X’ ଚିହ୍ନ ବାଲା ଲୋକ ହୋଇଥାନ୍ତି ଲିଡର

ମସ୍କୋରେ ହୋଇଥିବା ଏକ ରିସର୍ଚରେ ଜୀବିତ ଓ ମୃତ ଦୁଇ ପକ୍ଷରୁ 2 ମିଲିୟନ ଲୋକଙ୍କ ବିଷୟରେ ସୂଚନା ଏକତ୍ରିତ କରା ଯାଇଥିଲା । ରିସର୍ଚ କଲାପରେ ସେ ଜାଣିଲେ କି ଯେଉଁମାନଙ୍କ ହାତରେ X ରେଖା ଥିଲା ସେ କୌଣସି ବଡ ନେତା, କୌଣସି ଲୋକପ୍ରିୟ ବ୍ୟକ୍ତି ବା ଏମିତି କୌଣସି ବ୍ୟକ୍ତି ଥିଲେ ଯାହାକୁ ବଡ ବଡ କାମ ପାଇଁ ଖୋଜାଯାଏ ।

ହାତରେ X ର ମାନେ କଣ?

ଯେଉଁ ବ୍ୟକ୍ତିଙ୍କ କେବଳ ଗୋଟିଏ ହାତରେ ଏହି ଚିହ୍ନ ଥାଏ ସେ ସଫଳ ବ୍ୟକ୍ତିତ୍ବ ବା ସଫଳତା ତାଙ୍କ ପାଦ ଚୁଇଁଥାଏ । କିନ୍ତୁ ଯେଉଁ ବ୍ୟକ୍ତିମାନଙ୍କର ଦୁଇ ହାତରେ ଏହି ଚିହ୍ନ ଥାଏ ସେ ବଡ କାମ କଲାବାଲା ପ୍ରସିଦ୍ଧ ଲୋକ ହୋଇଥାନ୍ତି । ଏମାନେ ସେହି ଲୋକ ହୋଇଥାନ୍ତି ଯେଉଁମାନଙ୍କୁ ମଲା ପରେ ମଧ୍ୟ ମନେ ପକାଯାଇଥାଏ ।

ଏଥିରୁ କୁହାଯାଇପାରେ କି ଆମର ହାତର ରେଖା ବହୁତ କିଛି କହିଥାଏ ।