ସ୍ୱାସ୍ଥ୍ୟ ପାଇଁ ପାଣିର ମହତ୍ଵ କେତେ ? Odisha ର ସ୍ୱାସ୍ଥ୍ୟ ବିଶେଷଜ୍ଞ Dr. Meena Som ଙ୍କ କିଛି ଖାସ୍ Tips

ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ଵ ଦିବସ ରୂପେ ପାଳନ କରାଯାଏ । ଜଳକୁ ଜୀବନ ବୋଲି କୁହାଯାଏ । ମାନବ ସମାଜ ପାଣିର ମହତ୍ବକୁ ବୁଝିବା ସହ ଓ ଏହାର ଅପ ବ୍ୟବହାର ହେବାରୁ ରୋକିବା ନିହାତି ଜରୁରୀ । କାରଣ ଆଗାମୀ ଦିନ ମାନଙ୍କରେ ଆଶଙ୍କା କରା ଯାଉଥିବା ଜଳ ସଙ୍କଟରୁ ଆମ ପରିବେଶ, ମାନବ ସମାଜ ଓ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଆମେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ । ଏନେଇ ଚାଲନ୍ତୁ ଜାଣିବା ୟୁନିସେଫର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମଙ୍କ ଠାରୁ ।

ଜୀବ ଜଗତରେ ଜୀବନ ବଞ୍ଚି ରହିବା ପାଇଁ ଜଳର ଆବଶ୍ୟକତା ବହୁତ ରହିଛି । ସେଥିପାଇଁ ଜଳ ବିନା ଜୀବନ ନାହିଁ ବୋଲି କୁହାଯାଏ । ମଣିଷ ବଞ୍ଚି ରହିବା ପାଇଁ କେବଳ ଜଳ ନୁହେଁ ବରଂ ସଫା ବା ପରିଷ୍କୃତ ଜଳ ନିହାତି ଜରୁରୀ । କାରଣ ଅପରିଷ୍କାର ଏବଂ ଦୂଷିତ ଜଳ ପାନ କରିବା ଦ୍ଵାରା ମଣିଷ ଶରୀରରେ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ରହିଥାଏ । ସ୍ୱାସ୍ଥ୍ୟ ପାଇଁ ପରିଷ୍କାର ଜଳର ମହତ୍ଵ ବହୁତ ବେଶୀ ।

ଦିନକୁ ଜନସଂଖ୍ୟା ବଢିବା ହେତୁ ଏବଂ ବିଭିନ୍ନ ପ୍ରକାରର ପରିପାର୍ଶ୍ଵିକ କାରଣରୁ ଅନେକ ସ୍ଥାନରେ ଜଳର ଅଭବ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ଖରା ଦିନେ ଅନେକ ସ୍ଥାନରେ ଲୋକେ ପିଇବା ପାଣି ପାଇଁ ବହୁତ ହଇରାଣ ହୋଇଥାନ୍ତି । ସେଥିପାଇଁ ପ୍ରଚୁର ପଣି ଅଛି କେହି କେବେ ମଧ୍ୟ ପାଣି ପ୍ରତି ଅବହେଳା କରିବା ଉଚିତ ନୁହେଁ ।

ଯେତେବେଳେ ଦରକାର ନାହିଁ ସେତେବେଳେ ପାଣିର ଅପ ବ୍ୟବହାର ବା ପାଣି ନଷ୍ଟ ହେବାରୁ ରୋକିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ପାଣି ବଞ୍ଚାଇବା ଦିଗରେ ଚିନ୍ତା କରିବା ସହ ଏହାର ବିକଳ୍ପ ସବୁ ଏବେଠୁ ଚିନ୍ତା କରିବା ନିହାତି ଜରୁରୀ । କିପରି ବର୍ଷା ଜଳ ସଂରକ୍ଷଣ ହୋଇପାରିବ ଓ ଦୂଷିତ ପାଣି ବିଶୁଦ୍ଧ ହୋଇପାରିବ ଆଦି ଏହିସବୁ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ଜଳ ଏକ ଅତ୍ୟନ୍ତ ଦରକାରୀ ସମ୍ପଦ । ଜଳ ସମ୍ପଦ ବିନା ଜୀବ ଜଗତ ଅଧୁରା ।

ତେଣୁ ସବୁବେଳେ ଜଳ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଆବଶ୍ୟକ । ଜଳକୁ କେମିତି ସଫା ରଖିବା ଓ ବ୍ଯବହ୍ରୁତ ଜଳକୁ କେମିତି ପୁନଃ ବ୍ୟବହାର କରିବା ସେ ଦିଗରେ ମଧ୍ୟ ଚିନ୍ତା କରିବା । ନଚେତ ଭବିଷ୍ୟତରେ ଜଳ ସଙ୍କଟ ନିହାତି ଭାବେ ଅନେକ ଜୀବ ଜାତିଙ୍କୁ ଲୋପ କରିଦେବ ।

ମଣିଷ ଜୀବନ ମଧ୍ୟ ଜଳ ବିନା ତିଷ୍ଠି ରହି ପାରିବ ନାହିଁ । ତେବେ ଜଳ ଦିବସ ପାଳନ କରିବାର ସବୁଠୁ ପ୍ରଧାନ ଉଦ୍ଦେଶ୍ୟ ହେଉଛି ଜଳ ରକ୍ଷା କରିବା ଏବଂ ଏହାର ଅପ ବ୍ୟବହାରକୁ ରୋକିବା । କାରଣ ଜଳକୁ ନେଇ ଯଦି ଆମେ ଏବେଠାରୁ ସଚେତନ ନହେବ ତେବେ ଏହା ଭବିଷ୍ୟତରେ ଆମ ପାଇଁ କିମ୍ବା ଆମ ପର ପିଢି ପାଇଁ ସମସ୍ଯା ଠିଆ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।