ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ତାହା ଦେଖିଲେ ଆପଣ ନିଶ୍ଚୟ ଭଗବାନଙ୍କୁ ମନେ ପକାଇବେ । ଏଭଳି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିଲେ କାହାରି ଆଖିରେ ବି ଲୁହ ଆସିଯିବ । ସ୍ଵାଧୀନତାର ଦୀର୍ଘ ପରେ ବି ଏବେ ମଧ୍ୟ ଏମିତି ଚିତ୍ର ଦେଖିବାକୁ ମିଳୁଛି । ଅକାତ ଅକାତ ପାଣିରେ ନଦୀ ପାର ହେଉଛନ୍ତି ଗର୍ଭବତୀ ମହିଳା । ଏଭଳି ବିଷମ ପରିସ୍ଥିତିରେ ସୁରକ୍ଷାକର୍ମୀ ମାନେ ନିଜ ଜୀବନକୁ ବାଜି ଲଗାଇ ଏହି ମାଆ ଟିକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାକାର ଜଣେ ଗର୍ଭବତୀ ମହିଳାଙ୍କର ହଠାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ବନ୍ୟାଜଳ ଘେରି ରହିଥିବାରୁ ଗାଁର କିଛି ଯୁବକ ତାଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ । ଲଗାଣ ବର୍ଷା ଯୋଗୁଁ ନଦୀ ଫୁଲିକି ରହିଥିଲା । ଅକାତ ଅକାତ ପାଣିରେ ଖରଖର ସୁଅ ମାଡି ଆସୁଥିଲା । ଏସବୁ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚିବା ଅସମ୍ଭବ ଲାଗୁଥିଲା ।
ଏତିକି ବେଳେ କିଛି ସୁରକ୍ଷାକର୍ମୀ ଦେବଦୂତ ସାଜି ପହଞ୍ଚିଥିଲେ । ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯିବା ପାଇଁ ନଦୀର ଏପାରରୁ ସେପାର ଏକ ଦଉଡି ବାନ୍ଧି ସେଥିରେ ଝୁଲି ମହିଳାଙ୍କୁ ନଦୀ ପାର କରାଇଥିଲେ । ମହିଳା ଜଣକ ଡାକ୍ତରଖାନାରେ ତ ପହଞ୍ଚିଗଲେ କିନ୍ତୁ ତାଙ୍କ କୋଳରେ ଦୁନିଆ ଦେଖିବାକୁ ଚାହିଁ ରହିଥିବା ଶିଶୁଟିର ଦୁନିଆକୁ ଆସିବା ଆଗରୁ ହିଁ ମୃତ୍ୟୁ ହୋଇ ଯାଇଥିଲା । ମାଆ ତା ଗର୍ଭରେ ମାସ ମାସ ଧରି ରଖିଥିବା ଶିଶୁଟି ପାଇଁ ଯେତେ ସବୁ ସ୍ଵପ୍ନ ଦେଖିଥିଲା ସେସବୁ ଭାଙ୍ଗି ଚୁରମାର ହୋଇଗଲା ।

ତେବେ ସୂଚନା ମୁତାବକ ସେହି ମହିଳାଙ୍କ ଅବସ୍ଥା ମଧ୍ୟ ଏବେ ଗୁରୁତର ଅଛି ଏବଂ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଦେହ ହଠାତ ଭୀଷଣ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନା ନେବା ଅତ୍ୟନ୍ତ ଜରୁରୀ ହୋଇଗଲା । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଦୀ ଫୁଲି ଯାଇଥିଲା ଫଳରେ ତାଙ୍କୁ ସମାନ ଢଙ୍ଗରେ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇ ମେଡିକାଲରେ ଭର୍ତ୍ତି କରାଗଲା ।
ଯାହା ହେଉ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ଵାଧୀନତାକୁ ଦୀର୍ଘ ବର୍ଷ ବିତି ସାରିଥିଲେ ମଧ୍ୟ ବାରମ୍ବାର ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସୁଛି । ତଥାପି ଏସବୁ ପ୍ରତି କାହାର ଦୃଷ୍ଟି ପଡୁନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।