ସ୍ଵର୍ଗ ପ୍ରାପ୍ତି ପାଇଁ ମିଳିତ ଭାବେ ଆ-ତ୍ମ-ହ-ତ୍ୟା କଲେ 73 ରୁ ଅଧିକ ଲୋକେ, ପୁରା ଘଟଣା ଲୋମ ଟାଙ୍କୁରି ଉଠିବ

ମଣିଷ ସମାଜ ଆଜି ବି ଅନ୍ଧବିଶ୍ଵାସର ଅନ୍ଧଗଳିରେ ଘୁରି ବୁଲୁଛି । ଧର୍ମ ଭଳି ଏକ ପବିତ୍ର ବିଶ୍ବାସ ଆଳରେ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି ଧର୍ମାନ୍ଧ ମାନେ । ନିରୀହ ମଣିଷଙ୍କ ବିଶ୍ବାସରେ ବିଷ ଦେଇ ସେମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଏଭଳି ଜଣେ ପାଦ୍ରୀଙ୍କ କଥାରେ ବିଶ୍ବାସ କରି 73 ଜଣରୁ ଅଧିକ ଲୋକ ଏବେ ପ୍ରାଣ ହରାଇଛନ୍ତି । ଯୀଶୁ ଖ୍ରୀଷ୍ଟଙ୍କ ନାମରେ ହିଁ ଭରି ରହିଛି ପବିତ୍ରତା ଏବଂ ଶାନ୍ତି । ଜଗତର ଲୋକଙ୍କ ଉଦ୍ଧାର ପାଇଁ ସେ ଦିନେ କ୍ରୁଶବିଦ୍ଧ ହୋଇଥିଲେ ।

ହେଲେ ଜଣେ ପାଦ୍ରୀ ନିଜକୁ ଯୀଶୁଙ୍କ ଅନୁଗାମୀ ବୋଲି କହି 73 ଜଣ ଲୋକଙ୍କ ମୃ-ତ୍ୟୁ-ର କାରଣ ପାଲଟିଛନ୍ତି । ଆଫ୍ରିକୀୟ ଦେଶ କେନିୟାରେ ଜଣେ କୁଶିକ୍ଷାର କୁପରିଣାମ ଦେଖିବାକୁ ମିଳିଛି । କିଛି ଲୋକଙ୍କୁ ସ୍ଵର୍ଗ ପ୍ରାପ୍ତି ପାଇଁ ପ୍ରବର୍ତ୍ତାଇଥିଲେ ପାଦ୍ରୀ । ସେମାନେ ଯଦି ଉପବାସ କରି ଆ-ତ୍ମ-ହ-ତ୍ୟା କରନ୍ତି ତେବେ ସେମାନଙ୍କ ଆତ୍ମା ଯୀଶୁଙ୍କ ସହ ଭେଟ କରିପାରିବ ବୋଲି ସେ କହିଥିଲେ । ପାଦ୍ରୀଙ୍କ କଥାକୁ ଅନ୍ଧଙ୍କ ଭଳି ବିଶ୍ବାସ କରି ଅନୁଗାମୀ ମାନେ ଉପବାସ କରିବା ଆରମ୍ଭ କରି ଦେଇଥିଲେ ।

ଫଳରେ ଜଣଙ୍କ ପରେ ଜଣେ ଅନୁଗାମୀଙ୍କର ମୃ-ତ୍ୟୁ ହୋଇଥିଲା । ଏହି ଘଟଣା କେହି ଜାଣିବା ପୂର୍ବରୁ ପାଦ୍ରୀଙ୍କର କିଛି ଶିଷ୍ୟ ସେମାନଙ୍କ ଶ-ବ-କୁ ନେଇ ନିକଟରେ ଥିବା ଏକ ଜଙ୍ଗଲରେ ପୋତି ଦେଇଥିଲେ । ଏନେଇ କେନିୟା ପୋଲିସ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି କବର ଭିତରୁ ଶ-ବ ଗୁଡିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ।

ସୂଚନାନୁସାରେ ଏପର୍ଯ୍ୟନ୍ତ 73 ଜଣଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି । ଏଭଳି କିଛି ଚିତ୍ର ଆପଣଙ୍କୁ ବିବ୍ରତ କରି ଦେଇପାରେ । ଧାର୍ମିକ ହେବା ଏବଂ ଧର୍ମ ପ୍ରଚାରକଙ୍କ ପ୍ରତି କଥାରେ ବିଶ୍ବାସ କରିବାରେ କେତେ ଫରକ ଥାଏ ତାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ । କାରଣ ମିଳୁଥିବା ଶବ ଗୁଡିକ ମଧ୍ୟରୁ ଅନେକ ଛୋଟ ପିଲାଙ୍କ ଶବ ମଧ୍ୟ ରହିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଶାକାହୋଲା ଗାଁର ପାଦ୍ରୀଜଣକ “ଗୁଡ୍ ନ୍ଯୁଜ ଇଣ୍ଟରନ୍ୟାସନାଲ ଚର୍ଚ୍ଚ” ପରିଚାଳନା କରୁଥିଲେ ।

ଯୀଶୁ ଖ୍ରୀଷ୍ଟଙ୍କ ସହ ଭେଟ କରାଇ ଦେବା ନାଁରେ ଲୋକଙ୍କୁ ମ-ର-ଣ ମୁହଁକୁ ଠେଲି ଦେଇଥିବା ପାଦ୍ରୀଙ୍କୁ ଗି-ର-ଫ କରିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।