ଏହି ଘରର ଇଣ୍ଟେରିଅର ଡିଜାଇନ ଦେଖିଲେ ଆଖି ଝଲସି ଜୀବ । କପବୋର୍ଡରୁ ଆରମ୍ଭ କରି ସିଲିଙ୍ଗ, ଘରର କାନ୍ଥ ଓ ଲାଇଟିଂ ଯାଏଁ ସବୁ ଦେଖିଲେ ଆପଣ ବି କହିବେ ଏହା କୌଣସି ଆଲିଶାନ ଘରଠୁ କିଛି କମ୍ ନୁହେଁ । ଘରର ବାହାରପଟ ମଧ୍ୟ ବେଶ ଆଖି ଦୃଷ୍ଟିଆ । ଘରର ରଙ୍ଗ ଆଉ ଡିଜାଇନ ରାଜଧାନୀରେ ଥିବା ଅନ୍ୟ ମହଙ୍ଗା ଘରକୁ ବି ଟକ୍କର ଦେବ । ହେଲେ ଘର ଆଗରେ ଲାଗିଥିବା ଫଳକକୁ ଦେଖିଲେ ଆପଣଙ୍କ ଆଖିକୁ ବିଶ୍ବାସ ହେବନି ।
ଏହି ଘରଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର । ଗଜପତି ଜିଲ୍ଲା କାଶିନଗର ଗ୍ରାମର ୪ ନଂ ୱାର୍ଡରେ ଥିବା ପାଲାକି ସଞ୍ଜୀବ ରାଓଙ୍କ ଘର । ସଞ୍ଜୀବ ଜେନ ଦିନ ମଜୁରିଆ ଓ ବାହାଘର ଭୋଜି ମାନଙ୍କରେ ରୋଷେୟା କମ କରି ପରିବାର ଲୋକଙ୍କ ପେଟ ପୋଷନ୍ତି । ବହୁଦିନ ଧରି ସେ ଝୁମ୍ପୁଡି ଘରେ ଦିନ କାଟିବା ସହ ପକ୍କାଘର ଖଣ୍ଡେ କରିବା ପାଇଁ ସ୍ଵପ୍ନ ଦେଖୁଥିଲେ । ୨୦୧୭ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ।
ସେଥିରୁ ମିଳିଥିବା ୨ ଲକ୍ଷ ଟଙ୍କା ଓ ନିଜେ ମୂଲମଜୁରି କରି ସଞ୍ଚିଥିବା କିଛିଟା ସାଧନ ଓ ସହଯୋଗରେ ସ୍ଵପ୍ନର ଘର ତିଆରି କରି ପାରିଛନ୍ତି ସଞ୍ଜୀବ । ଆଉ ଏବେ ଏହି ଘର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପୁରସ୍କୃତ ହେବା ପାଇଁ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି । ଏନେଇ ସଞ୍ଜୀବ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ଗୋଟିଏ ବଡ ସ୍ଵପ୍ନ । ଆଉ ଏଇ ଘର ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ନିମନ୍ତ୍ରଣ ଆସିଛି ।
ଏହି ସୁନ୍ଦର ଘର ପାଇଁ ସେ ନିଜେ ଡିଜାଇନ କରିବା ସହ ନିଜେ ଶ୍ରମିକଙ୍କ ସହ ମିଶି କାମ ମଧ୍ୟ କରିଛନ୍ତି । ଏହି ଘର ନିର୍ମାଣ ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ଓ କାଶିନଗର ଏମଏସି ସହଯୋଗ କରିଛନ୍ତି । ଏହାସହ ତାଙ୍କୁ ଏଇ ପୁରସ୍କାର ଦେବା ପାଇଁ ସମସ୍ତ ବ୍ୟବସ୍ଥା ଓ ଆୟୋଜନ ମଧ୍ୟ ପ୍ରଶାସନ ତରଫରୁ କରାଯାଇଛି । ସଞ୍ଜୀବ କହିଛନ୍ତି କି, ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଟଙ୍କା ମିଳିବା ପରେ ସେ କିଛିଟା ସଞ୍ଚୟ ଟଙ୍କା ଯୋଡି ଏହି ଘର ତିଆରି କରିଛନ୍ତି ।
ଘର ତିଆରି କରିବା ପାଇଁ ତାଙ୍କୁ ଏକ ବର୍ଷ ପାଖାପାଖି ଲାଗି ଯାଇଥିଲା । ଆଉ ଏହି ଘର ତିଆରି ହେବା ପରେ ସେମାନେ ଖୁବ ଖୁସିରେ ରହିଛନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ମିଳିବାକୁ ଯାଉଥିବାରୁ ମଧ୍ୟ ସେ ଖୁବ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।