ସ୍ଵାମୀଙ୍କ ସହ ସ୍ତ୍ରୀ ଖାଇବା ଦ୍ଵାରା ଭୋଗିବାକୁ ପଡିଥାଏ ଏପରି ପରିଣାମ ! ଜାଣନ୍ତୁ ଖାଦ୍ୟ ଖାଇବାର ସଠିକ ନିୟମ ! Vastu Tips

ପ୍ରତ୍ଯେକଟି ମନୁଷ୍ୟଙ୍କ ପାଇଁ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ଖାଦ୍ୟ ଖାଇବା ଦ୍ଵାରା ବ୍ୟକ୍ତି ଜୀବିତ ରହିଥାଏ । ଏହା ସହ ବ୍ୟକ୍ତିକୁ ଶକ୍ତି ତଥା ଊର୍ଜା ମିଳିଥାଏ । ତେବେ ସବୁ ଲୋକ ତ ଖାଇଥାନ୍ତି । ହେଲେ ଖାଦ୍ୟ ଖାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ଅନେକ ପ୍ରକାର ନିୟମମାନ ରହିଛି । ଯେପରି ଖାଦ୍ୟର ପ୍ରକାର ଭେଦ ଠାରୁ ଆରମ୍ଭ କରି ଖାଦ୍ୟ ଖାଇବାର ପ୍ରତ୍ଯେକଟି ନିୟମ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି । ତେବେ ଚାଲନ୍ତୁ ଖାଦ୍ୟ ସହ ସମ୍ପର୍କିତ କିଛି ବିଶେଷ ନିୟମ ସମ୍ପର୍କରେ ଆଲୋଚନା କରିବା ।

ଶାସ୍ତ୍ରର ନିୟମ ଅନୁଯାଇ ଭୋଜନ କରିବା ପୂର୍ବରୁ ନିଜ ଖାଦ୍ୟରୁ ଅଳ୍ପ କିଛି ଖାଦ୍ୟ ଭୂମୀ ଉପରେ ଥୋଇ ନିଜର ଖାଦ୍ୟ ସେବନ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ସହ ଏହି ପୃଥିବୀ ପୃଷ୍ଠରେ ଯେଉଁ ମାନେ ମଧ୍ୟ କର୍ମ ବନ୍ଧନରେ ବନ୍ଧା ହୋଇଛନ୍ତି । ସେମାନଙ୍କୁ ମଧ୍ୟ କିଛି ଅର୍ଣ୍ଣ ପ୍ରାପ୍ତ ହୋଇପାରିବ । ଯଦି ଭୋଜନ ସମୟରେ କୌଣସି ଅତିଥି ଘର ମଧ୍ୟକୁ ଚାଲି ଆସିଥାଏ । ତେବେ ଅତିଥିଙ୍କୁ ସତ୍କାର କରିବା ସହ ତାଙ୍କୁ ଭୋଜନ ଅବଶ୍ୟ ଖୁଆଇବା ଉଚିତ ।

ଯେଉଁ ଘରୁ ଅତିଥି ନିରାଶ ହୋଇ ଫେରିଯାଇଥାଏ । ସେହି ବ୍ୟକ୍ତି ଆପଣଙ୍କୁ ନିଜର ପାପ କର୍ମ ଦେଇ ପୂଣ୍ୟଫଳ ନେଇ ଘରୁ ଚାଲି ଯାଇଥାଏ । ଘରକୁ ଆସିଥିବା ବିବାହିତ କନ୍ୟା, ଗର୍ଭବତୀ ମହିଳା, ବୃଦ୍ଧ ଓ ଦୁଃଖୀ ଦରିଦ୍ର ମାନଙ୍କୁ ଭୋଜନ କରାଇ ତାପରେ ଯାଇ ନିଜେ ଖାଇବା ଉଚିତ । କୌଣସି ମନୁଷ୍ୟକୁ ସ୍ନାନ ନକରି କିମ୍ବା ବୃଦ୍ଧ ଓ ଛୋଟ ପିଲା ଠାରୁ ଛଡାଇ ଖାଇବା ଅନୁଚିତ । ଦାନ ଧର୍ମ ନକରି ମଧ୍ୟ ଖାଇବା ଉଚିତ ହୋଇନଥାଏ ।

କୌଣସି ଖରାପ ଲୋକ ଦେଇଥିବା ଖାଦ୍ୟ କିମ୍ବା ଅପମାନ କରି ଦିଆଯାଇଥିବା ଖାଦ୍ୟକୁ ସେବନ କରିବା ଉଚିତ ନୁହେଁ । ଖାଇବା ଆରମ୍ଭ କରିବାର ପ୍ରଥମ ୩ ଗୁଣ୍ଡା ବା ୩ ଥର ଖାଇବା ସମୟରେ ବ୍ୟକ୍ତି କିଛି କଥା ନକହି ଖାଦ୍ୟ ସେବନ କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିର ପାପ କର୍ମ ବହୁତ ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏହା ଛଡା ସେହି ବ୍ୟକ୍ତିକୁ ଜୀବନ ସାରା କେବେବି ଖାଦ୍ୟର ଅଭାବ ହୋଇନଥାଏ ।

ବ୍ୟକ୍ତି ପୂର୍ବ ଦିଗରେ ବସି ଖାଇବା ଦ୍ଵାରା ରୋଗ ଓ ମାନସିକ ଚିନ୍ତାରୁ ଦୂରେଇକି ରହିଥାଏ । ଭଙ୍ଗା ବାସନ କିମ୍ବା ଅପରିଷ୍କାର ବାସନରେ ଖାଦ୍ୟ ଖାଇବା ଅନୁଚିତ । ସ୍ଵାମୀ ଖାଇ ସାରିବା ପରେ ସ୍ତ୍ରୀକୁ ଖାଇବା ଉଚିତ । ଯଦି ସ୍ଵାମୀ ଦୂରରେ ରହିଥାନ୍ତି । ତେବେ ସ୍ଵାମୀଙ୍କୁ ସ୍ମରଣ କରି ହିଁ ଭୋଜନ କରିବା ଉଚିତ । ସ୍ଵାମୀ ଓ ସ୍ତ୍ରୀ ଉଭୟ କେବେ ବି ଗୋଟିଏ ଥାଳିରେ ଖାଇବା ଉଚିତ ନୁହେଁ ।

ନଚେତ ଉଭୟଙ୍କ ମଧ୍ୟରେ କ୍ଲେଶ ତଥା ଅଶାନ୍ତି ବଢିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ