ସ୍ଵାମୀ – ସ୍ତ୍ରୀ ହେଇ ହୋଟେଲରେ ରହିଲେ ପ୍ରେମୀ ଯୋଡି, କିଛି ସମୟ ପରେ ହେଲା କିଛି ଏମିତି କି ଶେଷରେ ଡାକିବାକୁ ପଡିଲା ପୁଲିସ

କହିବାକୁ ଗଲେ ସ୍ଵାମୀ ସ୍ତ୍ରୀ କହୁଥିବା ଏହି ଯୋଡି ଦିଲ୍ଲୀର ଏକ ହୋଟେଲରେ ସକାଳୁ ସକାଳୁ ଏକ ରୁମ ବୁକ କରିଲେ । କିନ୍ତୁ ତାଙ୍କର ହୋଟେଲରେ ଆସିବାର କିଛି ଘଣ୍ଟା ମଧ୍ୟରେ ହିଁ କିଛି ଏମିତି ହେଲା କି ହୋଟେଲରେ ପରିସ୍ଥିତି ଖରାପ ହୋଇଗଲା । ପରେ ଜଣା ପଡିଲା କି ଯେଉଁ ଯୋଡି ସ୍ଵାମୀ ସ୍ତ୍ରୀ ରୂପରେ କିଛି ସମୟ ପୂର୍ବେ ହୋଟେଲରେ ରୁମ ନେଇଥିଲେ ସେହି ରୁମରୁ ସେମାନଙ୍କର ଶବ ମିଳିଛି । ମାମଲାକୁ ଗମ୍ଭୀରତାର ସହ ନେଇ ହୋଟେଲର ମାଲିକ ପାଖାପାଖି ୫.୩୦ ସମୟରେ ପୋଲିସ କୁ ସୂଚନା ଦେଲେ କି ଶୁକ୍ରବାର ଦିନ ବୁକ କରାଯାଇଥିବା ରୁମର କବାଟ ଭିତରୁ ବନ୍ଦ ଅଛି ।

ଯାହା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି କବାଟକୁ ଭାଙ୍ଗି ଭିତରକୁ ଗଲା ତ ସାମ୍ନାରେ ଦୁଇ ଜଣଙ୍କର ଶବ ପଡିଥିଲା ଓ ଏହା ସହିତ ଏକ ସୁଇସାଇଡ ନୋଟ ବି ଥିଲା ।

ମୃତକ ଯୁବକର ପରିଚୟ ସୁରେଶ (୨୯ ବର୍ଷ) ଥିଲା । ୩ଟି ଧାଡିରେ ସୁଇସାଇଡ ନୋଟ ରେ ଯୁବକ ଜଣକ ନିଜ ମା’କୁ ସମ୍ବୋନ୍ଧିତ କରି ସୁଇସାଇଡ ପାଇଁ ଦୁଃଖିତ ହୋଇ ଲେଖିଥିଲା କି ତାହା ଭିତରେ ବଞ୍ଚିବାର ଇଚ୍ଛା ଶେଷ ହୋଇ ଯାଇଛି ।

ଏହା ଛଡା ନୋଟରେ ଆଉ କିଛି ବି ଲେଖା ହୋଇ ନ ଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚରେ ସୁଇସାଇଡର କାରଣ ବିଷୟରେ କିଛି ବି ସୂଚନା ମିଳି ନାହିଁ । କେବଳ ଏତିକି ଜଣା ପଡିଛି କି ସୁରେଶ କେରଳ ରାଜ୍ୟର ଅଲାପୁଝୁ  ର ନିବାସୀ ଅଟେ । ହୋଟେଲ ମାଲିକକୁ ପଚରା ଉଚରା ପରେ ଜଣା ପଡିଲା କି ଶୁକ୍ରବାର ଦିନ ସେମାନେ ରୁମ ବୁକ କରିବାର ଏକ ଘଣ୍ଟା ପରେ ପାଖାପାଖି ୮.୩୦ ରେ ସେମାନେ ପରଟା – ଦହି ଓ ଚା’ର ଅର୍ଡର ଦେଲେ ।

କିନ୍ତୁ କୁହାଯାଉଛି କି ସେମାନେ କେବଳ ଚା’ ହିଁ ପିଇଛନ୍ତି । ସୂଚନା ପରେ ଯେତେବେଳେ ପୋଲିସ ଆସିଲା ତେବେ ରୁମରେ ପୋଲିସ କୁ ଝିଅଟିର ଶବ ବିଛଣାରେ ପଡିଥିବା ଅବସ୍ଥାରେ ମିଳିଲା ।

ସୂଚନା ଅନୁସାରେ ଜଣା ପଡିଛି କି ଯୁବକ ଜଣକ ୧୩ ତାରିଖରେ ଦିଲ୍ଲୀ ଟ୍ରେନରେ ଆସିଥିଲା, କିନ୍ତୁ ଝିଅଟି ବିଷୟରେ କିଛି ବି ସୂଚନା ମିଳି ନାହିଁ ନା ହିଁ ଜଣା ପଡିଛି କି ସେମାନେ ସ୍ଵାମୀ – ସ୍ତ୍ରୀ ଅଟନ୍ତି । ଘଟଣା ବିଷୟରେ ମୃତକର ପରିଜନମାନଙ୍କୁ ପୋଲିସ ଦ୍ଵାରା ସୂଚନା ଦିଆଯାଇ ସାରିଛି । ସେମାନଙ୍କର ଆସିବାର ପ୍ରତୀକ୍ଷା କରାଯାଉଛି । ଏହା ପରେ ଏହି ସୁଇସାଇଡ ବିଷୟରେ ଜଣା ପଡିବ ।

ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।