ବାହାଘର ପୂର୍ବରୁ ପୁରୁଷମାନଙ୍କୁ ଏମିତି ସର୍ତ୍ତ ମାନିବା ପାଇଁ ବାଧ୍ୟ କରୁଛନ୍ତି ସାଉଦି ଆରବର ଝିଅମାନେ

ସାଉଦି ଅରବ ଏକ ଏମିତି ଦେଶ ଅଟେ ଯେଉଁଠି ମହିଳାମାନଙ୍କ ଉପରେ ବିଭିନ୍ନ ପ୍ରକାରର ନିୟମ ଲାଗୁଥିଲା । କିଛି ଏମିତି କାମ ଥିଲା ଯାହାକୁ ମହିଳାମାନେ କରି ପାରୁ ନ ଥିଲେ । କିନ୍ତୁ ଧୀରେ ଧୀରେ ମହିଳାମାନଙ୍କର ଅଧିକାରକୁ ନେଇ ଆଇନ ପ୍ରସ୍ତୁତ କରାଯାଉଛି । ଗତ ବର୍ଷ ହିଁ ଏକ ଆଇନ ହୋଇଥିଲା ଯେଉଁଥିରେ ସାଉଦି ଅରବ ରେ ମହିଳାମାନଙ୍କୁ ଡ୍ରାଇଭିଙ୍ଗ ପାଇଁ ଅନୁମତି ଦିଆ ଯାଇଛି ।

କିନ୍ତୁ ଆଇନ ର ଗଠନ ହେବା ପରେ ବି କିଛି ଲୋକମାନଙ୍କର ଚିନ୍ତାଧାରା ବଦଳି ନାହିଁ । ଏମିତିରେ ଏଠିକାର ମହିଳାମାନେ ନିଜର ଅଧିକାରକୁ ପୂର୍ଣ୍ଣ ରୂପରେ ପାଇବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ଏହି ମହିଳାମାନେ ବାହାଘର ପୂର୍ବରୁ ନିଜର ସ୍ଵାମୀଙ୍କ ଠାରୁ କିଛି ଖାସ ସର୍ତ୍ତ ବାଲା ଏକ କଣ୍ଟ୍ରାକ୍ଟ ସାଇନ କରି ନେଉଛନ୍ତି ।

ଯାହା ଦ୍ଵାରା ବାହାଘର ପରେ ସେମାନେ ସେହି ସର୍ତ୍ତ ଗୁଡିକ ପୁରା କରିବା ପାଇଁ ମନା କରି ପାରିବେ ନାହିଁ । ଏହି ଆଧାରରେ ସେମାନେ ଡିଭୋର୍ସ ବି ନେଇ ପାରିବେ । ଏହି କଣ୍ଟ୍ରାକ୍ଟ ଅନୁସାରେ ମହିଳାମାନେ କାର ରଖିବା, ଡ୍ରାଇଭିଙ୍ଗ କରିବା, ଚାକରାଣୀ ରଖିବା, ବିବାହ ପରେ ପଢିବା ଓ ଚାକିରି କରିବା ଭଳି ଅନ୍ୟ କିଛି ସର୍ତ୍ତ ରଖିଛନ୍ତି ।

ରିୟାଦ ନିବାସୀ ମୌଲବୀ ଅବ୍ଦୁଲମୋହସେନ ଅଲ-ଆଜମୀଙ୍କ ଅନୁସାରେ ବର୍ତ୍ତମାନ ସମୟରେ ସାଉଦି ଅରବର ମହିଳାମାନେ ବାହାଘର ପରେ ଝଗଡା ଓ ବିବାଦର ସ୍ଥିତିକୁ ଟାଳିବା ପାଇଁ ନିଜର ସ୍ଵାମୀ ଠାରୁ କଣ୍ଟ୍ରାକ୍ଟ ରେ ବିଭିନ୍ନ ପ୍ରକାରର ସର୍ତ୍ତ ରଖି ସାଇନ କରାଇ ନେଉଛନ୍ତି ଓ ଏହି କଣ୍ଟ୍ରାକ୍ଟ ସାଇନ ପରେ ସ୍ଵାମୀମାନେ ଏହି ସମସ୍ତ ସର୍ତ୍ତ ଗୁଡିକୁ ମାନିବା ପାଇଁ ବାଧ୍ୟ ହୋଇଯାଉଛନ୍ତି ।

କହିବାକୁ ଗଲେ ସାଉଦି ଆରବର ମହିଳାମାନେ ବର୍ତ୍ତମାନ ଆଧୁନିକତା ଯୁଗ ଆଡକୁ ଅଗ୍ରସର ହେବାକୁ ଚାହୁଁଛନ୍ତି ଓ ପୁରୁଷ ପ୍ରଧାନ ସମାଜରେ ଏହି ନିୟମ ଗୁଡିକୁ ମୂଳରୁ ନଷ୍ଟ କରିଦେବାକୁ ଚାହୁଁଛନ୍ତି । କହିବାକୁ  ଗଲେ ପୂର୍ବୀ ଅଲ୍ହାସା ସହରରେ ଏକ ମହିଳା ସର୍ତ୍ତ ରଖିଥିଲା କି ତାହାର ସ୍ଵାମୀ ସ୍ମୋକିଙ୍ଗ କରିବା ଛାଡି ଦେବ । ଅନ୍ୟ ଏକ ମହିଳା ସର୍ତ୍ତ ରଖିଥିଲା କି ତାହାର ଆୟ ଉପରେ ତା’ ସ୍ଵାମୀର କୌଣସି ଅଧିକାର ରହିବ ନାହିଁ ।

ଏତିକି ନୁହେଁ ଅନ୍ୟ ଏକ ମହିଳା କହିଲା କି ସେ ବିବାହ ପରେ ଏକ ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହେବ ନାହିଁ । ପୁଣି ଜଣେ ମହିଳା ନିଜ ସ୍ଵାମୀକୁ ଦ୍ଵିତୀୟ ବିବାହ ନ କରିବା ପାଇଁ ସର୍ତ୍ତ ରଖିଥିଲା । ଇସ୍ଲାମ ଧର୍ମରେ ଗୋଟିଏରୁ ଅଧିକ ବିବାହ କରିବା ପାଇଁ ଅନୁମତି ଅଛି । କିନ୍ତୁ ମହିଳା ଜଣକ ଏହିଭଳି ଚାହୁଁ ନ ଥିଲା । ସେ ନିଜର ଏହି କଣ୍ଟ୍ରାକ୍ଟ ର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର ବି କରିଥିଲା । ଯାହାକୁ ପଢି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।