ସମସ୍ତେ ଗୃହସ୍ଥ ଜୀବନରେ ସୁଖର ଇଚ୍ଛା ରଖିଥାନ୍ତି । ଦିନସାରାର କାର୍ଯ୍ୟ ପରେ ବ୍ୟକ୍ତି ଘରକୁ ଲେଉଟିବା ପରେ ହିଁ ପ୍ରକୃତ ସୁଖ ପ୍ରାପ୍ତି କରିଥାଏ । କିନ୍ତୁ ଅନେକ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ମନାନ୍ତର ବା ମତାନ୍ତର ଯୋଗୁଁ ସୁଖଶାନ୍ତିରେ ବାଧା ଉପୁଜିଥାଏ । ଯାହାଫଳରେ ମନୁଷ୍ୟ ଜୀବନ ପ୍ରତି ଏକଦମ ନିରାଶ ହୋଇପଡେ । ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ଗୃହସ୍ଥ ଜୀବନରେ ସୁଖୀ ରହିବାର ଏକ ରାମବାଣ ଉପାୟ ଜଣେଇବାକୁ ଯାଉଛୁ ।
ଗୃହସ୍ଥ ଜୀବନରେ ଅଶାନ୍ତି ଓ କଳିଝଗଡା ଲାଗି ରହିଲେ ମନୁଷ୍ୟ ଶାନ୍ତିରେ ଜୀବନଯାପନ କରିବା କଷ୍ଟକର ହୋଇପଡେ । ତେବେ ପରିବାରରେ ଉତ୍ପନ୍ନ ଅଶାନ୍ତି ଅନେକ କାରଣରୁ ହୋଇଥାଏ । କେବେ ପିତା ଓ ପୁତ୍ରଙ୍କ ମଧ୍ୟରେ ଅଶାନ୍ତି, ପତି ପତ୍ନୀଙ୍କ ସମ୍ବନ୍ଧରେ ଫାଟ, ଏପରି ଘରର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଆମ ଦୈନନ୍ଦିନ ଜୀବନକୁ ବେଶ ପ୍ରଭାବିତ କରିଥାଏ । ଶାସ୍ତ୍ରରେ କିନ୍ତୁ ଏହି ସବୁ ଘରୋଇ କ୍ଲେଶକୁ ଦୂର କରିବା ପାଇଁ ଅନେକ ଉପାୟମାନ ରହିଛି ।
ଯଦି ପତି ଓ ପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ କଳିଝଗଡା ଲାଗି ରହୁଥାଏ ତେବେ ତାହା ଆଗକୁ ଆହୁରି ବଡ ସମସ୍ୟାରେ ପରିଣତ ହେବାର ଆଶଙ୍କା ରହିଥାଏ । ଏଥିପାଇଁ ଉଭୟ ପତି ଓ ପତ୍ନୀଙ୍କୁ ବୁଧବାର ଦିନ ଦୁଇ ଘଣ୍ଟା ମୌନ ରହିବା ଆବଶ୍ୟକ । ଏପରି କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ ।
ଆଉ ଏକ ଉପାୟ ହେଉଛି ପତି ଶୁକ୍ରବାର ଦିନ ପତ୍ନୀଙ୍କୁ ଫୁଲ କିମ୍ବା ସେଣ୍ଟ ଉପହାର ଦିଅନ୍ତୁ । ଏହାସହ ଏକ ଚାନ୍ଦି ପାତ୍ରରେ ଦହି ଏବଂ ଚିନି ମିଶାଇ ପତ୍ନୀଙ୍କୁ ଖୁଆନ୍ତୁ । ଚାନ୍ଦି ପାତ୍ର ନଥିଲେ ଷ୍ଟିଲ ପାତ୍ରରେ ମଧ୍ୟ ଏହା ଦେଇପାରିବେ । ଏହାସହ ସମୟ ସମୟରେ ପତି ନିଜ ପତ୍ନୀଙ୍କ ମଥାରେ ସିନ୍ଦୂର ଲଗାନ୍ତୁ ଓ ପତ୍ନୀ ପତିଙ୍କ ମଥାରେ ତିଳକ ଲଗାନ୍ତୁ । ଏଭଳି କରିବା ଦ୍ଵାରା ଉଭୟଙ୍କ ମଧ୍ୟରେ ଭଲପାଇବା ବଢିଥାଏ ଓ ମନୋମାଳିନ୍ୟ ଦୂର ହୋଇଥାଏ ।
ଆଉ ଏକ ଉପାୟ ହେଉଛି ପତ୍ନୀ ସକାଳେ ସ୍ନାନାଦି ଶେଷ କରିବା ପରେ ଏକ ଲାଲ କପଡାରେ ଶହେ ଗ୍ରାମ ଜୀରା ବାନ୍ଧି ନିଜ ବେଡରୁମରେ ରଖନ୍ତୁ । ପ୍ରତି ୧୫ ଦିନରେ ଥରେ ଏହାକୁ ବଦଳାନ୍ତୁ । ଏପରି କରିବା ଦ୍ଵାରା ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ମନ ମନାନ୍ତର ଦୂର ଓ କ୍ଲେଶ ଦୂର ହୋଇଯାଏ । ସେହିପରି ଭଗବାନ ଶ୍ରୀ ଗଣେଶଙ୍କ ଏକ ଚାନ୍ଦି ମୂର୍ତ୍ତି ଘରେ ରଖିବା ଦ୍ଵାରା ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ ।
ପତି-ପତ୍ନୀ ସବୁଦିନ ଗୌରୀଶଙ୍କର କିମ୍ବା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ ଯିବା ଉଚିତ । ସେଠାରେ ସୁଗନ୍ଧିତ ପୁଷ୍ପ ଅର୍ପଣ କରି ଦାମ୍ପତ୍ୟ ଜୀବନ ସୁଖମୟ ହେବା ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ । ଏହା ନିଶ୍ଚିତ ଭାବେ କାର୍ଯ୍ୟ କରିଥାଏ, ପ୍ରୟୋଗ କରି ଦେଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ଆହା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।