ସ୍ଵାମୀ ସ୍ତ୍ରୀ ମଧ୍ୟରେ କେଉଁ ଭଳି ସମ୍ପର୍କ ହେବା ଦରକାର ! ବିବାହିତ ଲୋକ ନିଶ୍ଚୟ ଦେଖନ୍ତୁ… ଶ୍ରୀକୃଷ୍ଣ ଉପଦେଶ

କୁହାଯାଏ ଭଗବାନ ଯୋଡ଼ି ଉପରୁ ବନାଇ ପଠାନ୍ତି । ଏହାର ଅର୍ଥ ସମସ୍ତ ବ୍ୟକ୍ତି ପାଇଁ କେହି ନା କେହି ତାର ଜୀବନସାଥି ହୋଇ ରହିବା ପାଇଁ ଭଗବାନ ଯୋଡ଼ି ବନାଇଛନ୍ତି । ଆପଣ କ’ଣ ଜାଣନ୍ତି ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ କେଉଁ ଭଳି ସମ୍ପର୍କ ରହିବା ଦରକାର ? ବାହା ହେଲେ ମଧ୍ୟ ବେଳେ ବେଳେ ଆମେ ଏହି ସମ୍ପର୍କକୁ ବୁଝିବାକୁ ଡେରି କରି ଦେଇ ଥାଉ, ଯାହା ଏକ ଦାମ୍ପତ୍ୟ ଜୀବନ ପାଇଁ ନିହାତି ଜରୁରୀ । ବିବାହ ଗୋଟିଏ ଏମିତି ବନ୍ଧନ ଯେଉଁଠି ସ୍ବାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ସାଙ୍ଗେ ସାତ ଜନମ ରହିବା ପାଇଁ ଶପଥ ନିଅନ୍ତି । ଦୁନିଆର ଏହି ପବିତ୍ର ସମ୍ପର୍କକୁ ଲିଭାଇବାକୁ ହେଲେ ଦୁହେଁ ଦୁହିଁଙ୍କୁ ବୁଝିବାକୁ ପଡ଼ିବ, ଦୁହେଁ ଦୁହିଁଙ୍କୁ ସାଥ ଦବାକୁ ପଡିବ ।

ଏହି ପବିତ୍ର ବନ୍ଧନରେ ଦୁହେଁ ଦୁହିଁଙ୍କ ଜୀବନସାଥି ହୋଇ ରହିବା ପାଇଁ ଶପଥ ନିଅନ୍ତି କିନ୍ତୁ ବିବାହ ପରେ ଏହି ସମ୍ପର୍କକୁ ଲିଭାଇବା ଏତେ ସହଜ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସ୍ବାମୀ ସ୍ତ୍ରୀ ସମ୍ପର୍କ କେଉଁ ଭଳି ହେବା ଦରକାର ! ସଂସାରରେ ସ୍ବାମୀ ସ୍ତ୍ରୀର ସମ୍ପର୍କ ସବୁଠାରୁ ବଡ଼ ସମ୍ପର୍କ ବୋଲି ମାନନ୍ତି ଏବଂ ଅଟେ ବି । ସାତ ଘେରା ନେଇ ଦୁହେଁ ଦୁହିଁଙ୍କ ସହ ସାତ ଜନ୍ମର ସମ୍ପର୍କ ଯୋଡି ହୋଇ ଥାଆନ୍ତି ।

ଜଣେ ଆଉଜଣର ଅର୍ଦ୍ଧାଙ୍ଗ ବନି ଯାଆନ୍ତି । ଅର୍ଦ୍ଧ ଅର୍ଥାତ୍ ଅଧା ଅଙ୍ଗ । କଣ ଆପଣ ଏହାର ମହତ୍ତ୍ଵ ବୁଝି ପାରୁଛନ୍ତି । ନିଜର ସମସ୍ତ ଜୀବନ କାହା ସହିତ ବାଣ୍ଟିବା ଏହି ସମସ୍ତ ସଂସାରରେ ସ୍ବାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ସମସ୍ତ ଜୀବନ ଏକା ସାଙ୍ଗରେ ବିତାଇ ପାରିବେ । କଣ ଏଥିରେ ସମସ୍ତେ ସକ୍ଷମ ରହି ପାରିବେ ।

ନିଜ ଜୀବନକୁ ଅନ୍ୟ କାହା ସହିତ ବାଣ୍ଟିବାକୁ ହେଲେ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେଲା ସ୍ଵିକୃତି, ସ୍ବିକାର କରିବା । ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ସ୍ବିକାର କରିବା । ତାର ଭଲ, ଖରାପ ସବୁକିଛି । ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିକୁ ସ୍ବିକାର କରିବାକୁ ପଡ଼ିବ । ସେତେବେଳେ ଏହି ସମ୍ବନ୍ଧ ବଢିବ । ସେତେବେଳେ ଏହି ସମ୍ପର୍କ ଆହୁରି ସୁନ୍ଦର ହୋଇଯିବ ।

ଜଣେ ଦୁଇ ଜଣଙ୍କ ଦୋଷ ଦେଖିବା, ତାକୁ ତଳକୁ ଖସାଇବା କେବଳ ଆଉ କେବଳ ଗୋଟିଏ କାମ କରିଥାଏ ଏହି ସମ୍ବନ୍ଧର ଜୀବନ ଶେଷ କରିଥାଏ ଖାଲି । ବଦଳରେ ଏମିତି ହେବା ଦରକାର ଦୁହେଁ ଦୁହିଁଙ୍କ ଦୋଷ ବୁଝିପାରି ତାଙ୍କୁ ନଜଣାଇ ତାଙ୍କର ସୁଧାର ଆଣନ୍ତୁ । ତାଙ୍କ କମଜୋରୀ କୁ ତାଙ୍କ ଶକ୍ତି ବନାଇ ଦିଅନ୍ତୁ ।

ଏହା ହୋଇଥାଏ ଦାମ୍ପତ୍ୟ, ଏହା ହୋଇଥାଏ ଭୁଲର ନାଶ, ଏବଂ ଏହା ହୋଇଥାଏ ଗୁଣର ଉଦ୍ଧାର‌ । ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ଏହି ପେଜକୁ ଲାଇକ୍ କରନ୍ତୁ, ଫଲୋ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।