କେବଳ ମୁଠାଏ ଲୁଣ ଆପଣଙ୍କ ଘରକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିଦେବ, ଲୁଣ ଡବାରେ ମିଶେଇ ଦିଅନ୍ତୁ ଏହି 1 ଜିନିଷ, 100% ପ୍ରମାଣିତ ଉପାୟ

ଲୁଣ ଏକ ସାଧାରଣ ଜିନିଷ ଯାହାକି ସମସ୍ତଙ୍କ ରୋଷେଇ ଘରେ ବହୁଳ ଭାବେ ବ୍ଯବହ୍ରୁତ ହୁଏ । ଏହି ସାଧାରଣ ଜିନିଷ କିଭଳି ମନୁଷ୍ୟକୁ ଧନୀ କରିପାରେ, ଏହା ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣକୁ ବ୍ୟବହାର କରି ଯେକେହି ମଧ୍ୟ ଧନୀ ହୋଇପାରିବେ । ଘରେ ମା’ ଲକ୍ଷ୍ମୀଙ୍କ ପ୍ରବେଶ ହେବା ସହ ଜୀବ ଖୁସିରେ ଭରିଯାଏ । ତେବେ ଚାଲନ୍ତୁ ଜାଣିବା ଲୁଣର କେଉଁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ ଧନ ଚୁମ୍ବକ ଭଳି ଟାଣି ହୋଇ ଆସିବ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଉଭୟ ଚନ୍ଦ୍ର ଏବଂ ଶୁକ୍ରଙ୍କ ପ୍ରତୀକ ବୋଲି ମାନାଯାଏ । ଲୁଣକୁ ଷ୍ଟିଲ କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଚନ୍ଦ୍ର ଓ ଶନିଙ୍କ ମିଳନ ବୋଲି କୁହାଯାଏ । ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେବା ସହ ରୋଗ ଏବଂ ଶୋକର କାରଣ ସାଜିଥାଏ । ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ । ଆଜିକାଲିର ସର୍ବମୂଳରେ ଧନର ଆବଶ୍ୟକତା ରହିଛି । କେତେବେଳେ ରୋଜଗାର ଭଲ ହୁଏନାହିଁ ତ ଆଉ କେତେବେଳେ ଯେତେ ରୋଜଗାର ହେଲେ ମଧ୍ୟ ନିଅଣ୍ଟ ହୁଏ ।

ଘରେ ଥିବା ନକରାତ୍ମକ ଊର୍ଜା ଏବଂ ବାସ୍ତୁଦୋଷ ଯୋଗୁଁ ଏଭଳି ହୋଇଥାଏ । ତେଣୁ ପ୍ରତି ସପ୍ତାହର ଗୁରୁବାର ଦିନକୁ ଛାଡି ଅନ୍ୟ କୌଣସି ଦିନ ପାଣିରେ କିଛି ଲୁଣ ମିଶାଇ ସେହି ପାଣିରେ ଘରକୁ ଲିପାପୋଛା କରନ୍ତୁ । ଏହା କରିବା ଦ୍ଵାରା ଘରର ନକରାତ୍ମକତା ଦୂର ହୋଇ ରୋଜଗାରର ମାର୍ଗ ଖୋଲିଯାଏ ।

ଘରର ଉନ୍ନତି ପାଇଁ ଏକ କାଚପତ୍ରରେ ଅଳ୍ପ ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଘରର ପୂଜାଘରର କୌଣସି ଏକ କୋଣରେ ରଖିଦିଅନ୍ତୁ । ଏହାଦ୍ବାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ପ୍ରତି ଶନିବାର ଦିନ ଏହି ପାଣିକୁ ବଦଳାଇ ଦିଅନ୍ତୁ । ଯଦି ଘରେ ସର୍ବଦା କଳହ ଲାଗି ରହୁଛି ତେବେ ଏକ କାଚ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ ଓ କିଛି ସିନ୍ଦୂର ମଧ୍ୟ ମିଶାଇ ଦିଅନ୍ତୁ । ଏହି ପାଣିକୁଆ ନିଜ ମୁଣ୍ଡରେ ସାତଘେରା ବୁଲାଇ ଦିଅନ୍ତୁ ଓ ଗାଢୁଆ ପାଣିରେ ସେହି ପାଣିକୁଆ ମିଶାଇ ଗାଧାନ୍ତୁ ।

ମୁଣ୍ଡ ଉପରେ ସେହି ପାଣି ବୁଲାଇବା ବେଳେ “ଓଁ ସଂ ଶନିଶ୍ଚରାୟ ନମଃ” ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଘର ପରିବାରରେ ଝଗଡା କଳହ ବନ୍ଦ ହେବାସହ ଧନ ସଞ୍ଚୟ ବୃଦ୍ଧି ହୋଇଥାଏ । ଯଦି କୌଣସି ପିଲାକୁ ନଜରାଦୋଷ ଲାଗିଛି ତେବେ ସାତ ମୁଠା ଲୁଣ ନେଇ ସେହି ପିଲାର ମୁଣ୍ଡରେ ସାତଘେରା ବୁଲାଇ ଦିଅନ୍ତୁ । ପରେ ସେହି ଲୁଣକୁ ନଦୀ କିମ୍ବା ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ । ଦେଖିବେ ନଜରଦୋଷ ଛାଡିଯିବ ।

ଯଦି ଆପଣଙ୍କର କେହି ଶତ୍ରୁ ସାଜୁଛି ବା ବାଧା ଦେଉଛି ତେବେ ଏକ ମୁଠା ଲୁଣ ନେଇ ନିଜ ମୁଣ୍ଡ ଚାରିପଟେ ସାତଘେରା ବୁଲେଇ ଦିଅନ୍ତୁ ଓ ଘରର ମୁଖ୍ୟଦ୍ବାର ଭିତରେ ଠିଆ ହୋଇ ଘର ବାହାରକୁ ସେହି ଲୁଣକୁ ପକେଇ ଦିଅନ୍ତୁ । ଏହାଦ୍ବାରା ଶତ୍ରୁତାରୁ ମୁକ୍ତି ମିଳିଥାଏ ଓ ଜୀବନ ଶାନ୍ତିରେ ବିତିଥାଏ । ଯଦି ଆପଣ ଚାହୁଁଛନ୍ତି ଜୀବନ ସୁଖଶାନ୍ତିରେ ବିତୁ ଏବଂ ଘରେ କେବେବି ଧନର ଅଭାବ ନହେଉ ତେବେ ଏକ କାଚ ବୋତଲରେ କିଛି ଲୁଣ ନିଅନ୍ତୁ ଓ ସେଥିରେ 5-7ଟି ଲବଙ୍ଗ ମିଶାଇ ଦିଅନ୍ତୁ ।

ଏହି ଡବାକୁ ରୋଷେଇ ଘରର କୌଣସି ସ୍ଥାନରେ ଲୁଚାଇ ରଖିଦିଅନ୍ତୁ । ଯେପରି ତାହା ଉପରେ କାହାର ନଜର ନପଡେ ଏବଂ କେହି ଏହାକୁ ଯେପରି ବ୍ୟବହାର ନକରେ । ଦେଖିବେ ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।