ରାଜଧାନୀରୁ ଗିରଫ ହୋଇଥିବା ଠକ ମହିଳା ଅର୍ଚ୍ଚନା ନାଗଙ୍କ ସ୍ଵାମୀ ମଧ୍ୟ ତାଙ୍କ ସହ ଏଭଳି କଳା କାରବାରରେ ଲିପ୍ତ ଥିଲେ । ସ୍ଵାମୀ ଜଗବନ୍ଧୁ ଚାନ୍ଦ ମାତ୍ର ଯୁକ୍ତ ଦୁଇ ଯାଏଁ ପାଠ ପଢିଛି । +୨ ପାସ କରିବା ପରେ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଯାଇ ସେ କାମ କରୁଥିଲା । ଏହାପରେ ଏକ ଫାଇନାନ୍ସ କମ୍ପାନୀରେ କାମ କରିବା ସହ କିଛି ସହଯୋଗୀଙ୍କ ସସହ ମିଶି ଭୁବନେଶ୍ବରରେ ପାର୍ଟନରସିପରେ ଏକ ଗାଡି ଶୋ’ରୁମ ଆରମ୍ଭ କରିଥିଲା ।
ଏହାରି ଭିତରେ କଳାହାଣ୍ଡି ଜିଲ୍ଲାର ଅର୍ଚ୍ଚନା ନାଗଙ୍କୁ ବିବାହ ମଧ୍ୟ କରିଥିଲେ । ବିବାହକୁ ନେଇ ପରିବାର ଲୋକଙ୍କ ସହ ମନାନ୍ତର ହେବା ପରେ ସେବେଠାରୁ ପରିବାର ଲୋକଙ୍କ ସହ କୌଣସି ସମ୍ପର୍କ ରଖି ନଥିବା ପରିବାର ଲୋକେ କୁହନ୍ତି । ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନା ସହ ଭୁବନେଶ୍ବରରେ ଏକ ଆଲିଶାନ ଘରେ ରହୁଥିବା ବେଳେ ବାପମା’ କିନ୍ତୁ ଝୁମ୍ପୁଡି ଘରେ ରହୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଯେତେବେଳେ ଜଗବନ୍ଧୁଙ୍କ ପୈତୃକ ଗାଁ ବାଉଁଶବଣୀରେ ଚିତ୍ର ସାମ୍ନାକୁ ଆସିଥିଲା ଏହା ଦେଖିବା ଲୋକର ହୋସ୍ ଉଡେଇ ଦେଇଥିଲା ।
+୨ ପାସ କରିଥିବା ଜଗବନ୍ଧୁ କିପରି ନିଜ ସ୍ତ୍ରୀ ଅର୍ଚ୍ଚନା ସହ ମିଶି ଏତେ ବଡ ବଙ୍ଗଳା ଠିଆ କରିଦେଲେ ତାହା ହେଉଛି ସବୁଠୁ ବଡ ପ୍ରଶ୍ନ । ଏସବୁ ପଛରେ ଦୁଇଜଣଙ୍କ ମଧ୍ୟରୁ କାହାର ସାତିର ଦିମାଗ ଅଧିକ ଅଛି ତାହା ବି ରୋଚକ ବିଷୟ । ଅର୍ଚ୍ଚନା ଓ ଜଗବନ୍ଧୁ ଉଭୟଙ୍କ ପରିପାଟୀ ଦେଖିଲେ ନିହାତି ଭଦ୍ର ଘରର ବୋଲି ଲାଗିବେ ।
କିନ୍ତୁ ତାଙ୍କର କାମ ଯେ କେତେ ଅଶ୍ଳୀଳ ତାହା ସାମ୍ନାକୁ ଆସିଯାଇଛି । ଅର୍ଚ୍ଚନା କିଭଳି ସୋସିଆଲ ମିଡିଆରେ ବନ୍ଧୁତ୍ଵ ସ୍ଥାପନ କରି ଦେହ ଦେଖେଇ ଟଙ୍କା ଲୁତୁଥିଲେ ତାହା ଏବେ ଦାଣ୍ଡରେ ପଡି ହାତରେ ଗଡୁଛି । ଅନ୍ୟପଟେ ଅର୍ଚ୍ଚନା କିଭଳି ଭାବେ ନିଜ ବୁଦ୍ଧିକୁ ପ୍ରୟୋଗ କରି କିପରି ଅନେକ ଲୋକଙ୍କୁ ଫସେଇଥିଲେ ତାହା ମଧ୍ୟ ସମସ୍ତଙ୍କ ହୋସ ଉଡେଇ ଦେଉଛି ।
ସ୍ଵାମୀ ସ୍ତ୍ରୀଙ୍କ ଏହି ଟ୍ରାପରେ ଅନେକ ଲୋକ ଫସିବା ପରେ ଏବେ ପୁରା ମାମଲା ସାମ୍ନାକୁ ଆସିଛି । ଅର୍ଚ୍ଚନା ଜଣେ ପେଷାରେ ଓକିଲ ଥିଲେ ଆଉ ଜଗବନ୍ଧୁ ମାତ୍ର +୨ ପାଠ ପଢି ଏତେ ବଡ ରାଜମହଲ ଭଳି ଘର ଠିଆ କରିଛନ୍ତି ଯେ ଦେଖିବା ଲୋକର ବୁଦ୍ଧି ହଜିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।