ସ୍ଵାମୀ ଜୀବନରେ ବିପଦ ଆଣିଥାଏ ମଙ୍ଗଳସୂତ୍ର, ମଙ୍ଗଳସୂତ୍ରକୁ ଏଭଳି ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ ! ଜାଣନ୍ତୁ ମଙ୍ଗଳସୂତ୍ର ପିନ୍ଧିବାର ସଠିକ ନିୟମ

ହିନ୍ଦୁଧର୍ମରେ ମଙ୍ଗଳସୂତ୍ରର ବହୁତ ଗୁରୁତ୍ଵ ରହିଛି । ହିନ୍ଦୁ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧିବା ପରମ୍ପରା କାହିଁ କେଉଁ ଯୁଗରୁ ପାଳିତ ହୋଇଆସୁଛି । ଏହି ମଙ୍ଗଳସୂତ୍ର ବିବାହିତା ମହିଳାଙ୍କୁ ସଧବାର ପରିଚୟ ଦେଇଥାଏ । ମଙ୍ଗଳସୂତ୍ରର ବ୍ୟବହାରକୁ ଅନେକ ହିନ୍ଦୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳସୂତ୍ରକୁ କିପରି ବ୍ୟବହାର କରିବା ସ୍ଵାମୀ ଜୀବନରେ ବିପଦରେ ଆଣିଥାଏ ଏବଂ କିପରି ବ୍ୟବହାର କରିବା ଦ୍ଵାରା ସ୍ବାମୀଙ୍କ ଆୟୁଷ ବଢିବା ସହ ଉନ୍ନତି ମଧ୍ୟ ହୋଇଥାଏ ।

ପ୍ରଥମରେ ହେଉଛି, କୌଣସି ବିବାହିତା ନାରୀ ଅନ୍ୟ କାହାର ମଙ୍ଗଳସୂତ୍ର ମାଗିକରି ପିନ୍ଧିବା ବର୍ଜିତ ଅଟେ । ସେହିପରି ନିଜ ମଙ୍ଗଳସୂତ୍ର ଗଳାରୁ ଖୋଲି ଅନ୍ୟ କାହାରିକୁ ଦେବା ମଧ୍ୟ ଅଶୁଭ ହୋଇଥାଏ । ଯେତେ ଚିହ୍ନା ପରିଚିତ ଓ ନିଜ ଲୋକ ହୋଇଥାନ୍ତୁ ନା କାହିଁକି ଏଭଳି କେବେବି କରନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ଵାରା ସ୍ଵାମୀଙ୍କ ଆୟୁଷ କମି ଯାଇଥାଏ ଏବଂ ଭଲ ପାଇବା ମଧ୍ୟ କମି ଯାଇଥାଏ । ନିଜ ମଙ୍ଗଳସୂତ୍ର ଅନ୍ୟକୁ ଦେବା ଦ୍ବାରା କିମ୍ବା ଅନ୍ୟର ମଙ୍ଗଳସୂତ୍ର ନିଜେ ପିନ୍ଧିବା ଦ୍ଵାରା ସ୍ଵାମୀ ସ୍ତ୍ରୀନାକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ଜଣେ ବିବାହିତା ମହିଳା ପାଇଁ ଶଙ୍ଖା, ସିନ୍ଦୁର, ପାଉଁଜି ଓ ଝୁଣ୍ଟିଆ ଆଜି ଯେତେ ମହତ୍ବପୂର୍ଣ୍ଣ ହୋଇଥାଏ ଏହାଠାରୁ ମଙ୍ଗଳସୂତ୍ର ମଧ୍ୟ ଢେର ଅଧିକ ମହତ୍ବପୂର୍ଣ୍ଣ ହୋଇଥାଏ । ମଙ୍ଗଳସୂତ୍ର ସ୍ଵାମୀଙ୍କ ଅସ୍ଥିତ୍ଵର ପରିଚୟ ଦେଇଥାଏ । ତେଣୁ ନିଜ ସ୍ଵାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ ପାଇଁ ମହିଳାମାନେ ଗଳାରେ ମଙ୍ଗଳସୂତ୍ର ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ମଙ୍ଗଳସୂତ୍ର ବିବାହିତ ଜୀବନକୁ ନଜରାଦୋଷ ଲାଗିବାରୁ ରକ୍ଷା କରିଥାଏ ବୋଲି ମଧ୍ୟ ବିଶ୍ବାସ କରାଯାଏ । ମଙ୍ଗଳସୂତ୍ରରେ ଲାଗିଥିବା କଳା ମାଳି ଅନ୍ୟର ଖରାପ ନଜରରୁ ରକ୍ଷା କରିଥାଏ । ଦାମ୍ପତ୍ୟ ଜୀବନରେ ଯେପରି କାହାରି ଖରାପ ନଜର ନଲାଗେ ସେଥିପାଇଁ ମଙ୍ଗଳସୂତ୍ରରେ କଳା ମାଳିର ଉପଯୋଗ କରାଯାଇଥାଏ । ସେହିପରି ମଙ୍ଗଳସୂତ୍ରକୁ ଗଳାରୁ କାଢିବା ବର୍ଜନୀୟ ଅଟେ । ସ୍ଵାମୀ ବିବାହ ସମୟରେ ଯେଉଁ ମଙ୍ଗଳସୂତ୍ର କେବଳ ସେତେବେଳେ ଖୋଲିବା ଉଚିତ ଯେତେବେଳେ କିଛି ଅଶୁଭ ଘଟଣା ଘଟିଥାଏ ।

ଯଦି କୌଣସି କାରଣରୁ ମଙ୍ଗଳସୂତ୍ର ଖୋଲିବାକୁ ପଡେ ତେବେ ତୁରନ୍ତ ଏକ କଳା ସୂତା ପିନ୍ଧିଦେବା ଉଚିତ । ସେହିପରି ମଙ୍ଗଳସୂତ୍ରରେ ସୁନା ରହିବା ଦ୍ଵାରା ଏହା ବୃହସ୍ପତି ଗ୍ରହଙ୍କ କୁପ୍ରଭାବରୁ ରକ୍ଷା କରିଥାଏ ଏବଂ ବିବାହିତ ଜୀବନରେ ସୁଖ, ସମୃଦ୍ଧିର ବିକାଶ ହୋଇଥାଏ ।

ସୁନାର ବ୍ୟବହାର ଦ୍ଵାରା ଶରୀରରେ ସକରାତ୍ମ ଊର୍ଜା ମଧ୍ୟ ଉତ୍ପନ୍ନ ହୁଏ । ମଙ୍ଗଳସୂତ୍ର ହଠାତ ଛିଡିଯିବା କୌଣସି ଅଶୁଭ ସଂକେତ ହୋଇପାରେ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ମଙ୍ଗଳସୂତ୍ର ରୋଗ ପ୍ରତିରୋଧକ ଭଳି ମଧ୍ୟ କାମ କରିଥାଏ ଏବଂ ଆମ ହୃଦୟକୁ ସୁନ୍ଦର ଏବଂ ସୁସ୍ଥ ରଖିଥାଏ ।

ସ୍ତ୍ରୀ ସକାଳୁ ଉଠିବା ପରେ ନିଜ ମଙ୍ଗଳସୂତ୍ରକୁ ମଥାରେ ଲଗାଇ ଚୁମ୍ବନ ଦେବା ଦ୍ଵାରା ସ୍ଵାମୀଙ୍କ ଆୟୁଷ ବଢିଥାଏ ଓ ରୋଜଗାରରେ ଉନ୍ନତି ହୋଇଥାଏ । ଏହାର ବିପରୀତ କାମ କଲେ ସ୍ଵାମୀଙ୍କ ଆୟୁ କ୍ଷୀଣ ହେବାସହ ରୋଜଗାର, ଚାକିରି, ବ୍ୟବସାୟରେ ମଧ୍ୟ ହାନି ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।