କୋଭିଡ ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ଯା, କିପରି ନେବେ ନିଜର ଯତ୍ନ- Dr Jayanta Panda

ଆମ ଦେଶରେ ବ୍ୟାପୀଥିବା କୋରୋନାର ଦିତୀୟ ଲହରରେ ଆକ୍ରାନ୍ତ ହେଉଥିବା ଲୋକ ମାନେ ସୁସ୍ଥ ହେବ ପରେ ତାଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖା ଯାଉଛି । ଯେମିତିକି ଛାତିରେ ଯନ୍ତ୍ରଣା ହେବା, ଅବଶ ହେବା, କାସ ହେବା, ଭୋକ ନ ହେବା ଇତ୍ୟାଦି ।

କୋଭିଡ଼ ପରେ ଆଉ ଦୁଇଟି କୋଭିଡ଼ ଦେଖା ଯାଉଛି ଯାହା ହେଉଛି ଲଙ୍ଗ ଓ ପୋଷ୍ଟ କୋଭିଡ଼ । କୋଭିଡ଼ ପରେ ଯଦି ତିନି ମାସ ବା ୧୨ ସପ୍ତାହ ଯାଏଁ କିଛି ଲକ୍ଷଣ ଦେଖାଯାଏ ତେବେ ତାହାକୁ ଲଙ୍ଗ କୋଭିଡ଼ କୁହାଯାଏ । କୋରୋନା ଭାଇରାସ ଆମ ଶରୀରର ଛାତି, ନିଶ୍ଵାସ ପ୍ରଶ୍ବାସକୁ ଅଧିକ ଆକ୍ରାନ୍ତ କରିଥାଏ । କୋଭିଡ଼ ପରର ସମସ୍ଯା ଶ୍ଵାସନଳୀ ସହ ଜଡିତ ହୋଇଥାଏ । ଯେମିତିକି କାସ ହେବା, ଛାତିରେ କଷ୍ଟ ଅନୁଭବ ହେବା, ଅକ୍ସିଜେନ ଲେବଲ କମ ହେବ ଇଠାଡି ।

କିଛି ରୋଗୀ ଅନ୍ୟ କେତେକ ଲକ୍ଷଣରେ ପୀଡିତ ହୋଇଥାନ୍ତି । ଯେମିତିକି ମୁଣ୍ଡ ବିନ୍ଧିବା, ଚିଡିଯିବା, ନିଦ ନ ଲାଗିବା, ମାନସିକ ଅବସାଦ ଗ୍ରସ୍ତ ହେବା ଇତ୍ୟାଦି । କିଛି ଲୋକଙ୍କ ଠାରେ ଭୋକ ହେଉଛି ତ ଆଉ କିଛି ଲୋକଙ୍କ ଠାରେ ଭୋକ ହେଉଛି କିମ୍ବା ଲୋକଙ୍କର ଓଜନ ଅଧିକ ବା କମ ହେଉଛି ।

ଯେଉଁ ମାନଙ୍କର ହୃତ୍ପିଣ୍ଡ ଆକରଣତ ହୋଇଥାଏ ତାଙ୍କର ହୃତପିଣ୍ଡର ସ୍ପନ୍ଦନ ବଢିଯିବା,  ହେବା ଆଦି ଲକ୍ଷଣ ଦେଖା ଯାଉଛି । ଏହି ସବୁ ଅନ୍ତନଳି, ହୃତପିଣ୍ଡ, ଖାଦ୍ୟନଳୀ ଆଦିକୁ ଗୋଟିଏ ଭାଗରେ ରଖାଗଲେ ଶ୍ଵାସନଳୀ ସମ୍ବଧିତ ସମସ୍ୟାକୁ ଦିତୀୟ ଭାଗରେ ରଖା ଯାଇପାରେ । ଯେଉଁ ମାନେ ଅଧିକ ଦିନ ଯାଏଁ ଆଇସିୟୁରେ ରହି ଚିକିତ୍ସା ହେଉଛନ୍ତି ସେମାନଙ୍କ ଠାରେ ଏହି କୋଭିଡ଼ ପରେ ଜଟିଳ ସମସ୍ୟା ଦେଖା ଯାଉଛି । ଯେଉଁ ମାନେ ଡାଇବେଟିସ, କିଡନି, ହୃଦରୋଗ ଆଦି ସମସ୍ଯା ରହିଥାଏ ସେମାନଙ୍କ ଠାରେ ଲଙ୍ଗ କୋଭିଡ଼ର ଲକ୍ଷଣ ଦେଖା ଯାଉଛି ।

କୋଭିଡ଼ କେବଳ ଶ୍ଵାସନଳୀ ନୁହେଁ ବରଂ ମସ୍ତିସ୍କ ଠାରୁ ବୃକକ ଯାଏଁ, ଯକୃତ ଠାରୁ ସ୍ନାୟୁ ସମ୍ଭଧ ଯାଏଁ ସମସ୍ତେ କୋଭିଦରେ ଆକ୍ରାନ୍ତ ହେଉଛନ୍ତି । କୋଭିଡ଼ ସୁସ୍ଥ ହେବା ପରେ ପ୍ରଥମ ସସପ୍ତାହରେ ଜ୍ଵର, କାସ, ଛାତି ବ୍ୟଥା ହେବା ଆଦି ଲକ୍ଷଣ ଦେଖାଯାଏ । କିନ୍ତୁ ୨ୟ ବା ୩ୟ ସପ୍ତାହରେ ଶରୀରରେ ଇମ୍ୟୁନିଟି ପାୱାର କମ ହୋଇଯିବାରୁ ରୋଗୀ ଗୁରୁତର ଅବସ୍ଥାରେ ଆସିଥାଏ । ଶିଶୁ ମାନଙ୍କ ଠାରେ ଲଙ୍ଗ କୋଭିଡ଼ କମ ମାତ୍ରାରେ ଦେଖା ଯାଉଛି । କିଛି କ୍ଷେତ୍ରରେ ଶିଶୁ ମଙ୍କା ଠାରେ ଲଙ୍ଗ କୋଭିଦରେ କିଛି ସ୍ମେଲ ନ ହେବା, ଭୋକ ନ ହେବା ଆଦି ଲକ୍ଷଣ ଦେଖା ଯାଇଛି ।

କୋରୋନାରେ ଆକ୍ରାନ୍ତ ହେବାର ୧୨ ଦିନ ପରେ ରୋଗୀ ଆଉ ସଂକ୍ରମିତ ହୋଇ ନ ଥାଏ । ୧୨ ଦିନ ପରେ ରୋଗୀ ବାହରକୁ ଆସିଲେ ଅନ୍ୟକୁ  ପାରିବ ନାହି ।  ଥରେ ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହେବା ପରେ ଦିତୀୟ ଥର ଆକ୍ରାନ୍ତ ହେବାର ଦେଖା ଯାଉଛି । କିଛି ଲକ୍ଷଣ ଦେଖାଗଲେ ତାହର ପରୀକ୍ଷା କରିବା ପରେ ଜଣା ପଡିଥାଏ ଯେ ରୋଗୀ ପଜେଟିଭ ନା ନାହି ।

ଲଙ୍ଗ କୋଭିଡ଼ରୁ ମୁକ୍ତ ହେବା ପାଇଁ ଜଣେ ରୋଗୀକୁ କିଛି ସମୟ ଲାଗିଥାଏ । ଯଦି ରୋଗୀର ପ୍ରାଥମିକ ଅବସ୍ଥା ଠିକ ତାହେ ତେବେ ସେ ବହୁତ ଜଲ୍ଦି ଭଲ ହୋଇଯାଏ । କିନ୍ତୁ ଯଦି ରୋଗୀର କିଛି ଆଭ୍ୟନ୍ତରଣୀୟ ଅଙ୍ଗ ସଂକ୍ରମିତ ହୋଇଥାଏ ତେବେ ରୋଗୀକୁ ସୁସ୍ଥ ହେବା ପାଇଁ ଅନେକ ଦିନ ଲାଗିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ