ସୁଶାନ୍ତଙ୍କ ମୃତ୍ୟୁର ପୂର୍ବ ଦିନ ରାତିରେ କଣ ହୋଇଥିଲା, ବିହାର ପୋଲିସ ସାମ୍ନାରେ ଚାକର ଖୋଲିଲା ଅନେକ ରାଜ

ଆଜି ଆମେ ଆପଣଙ୍କୁ କହିବୁ କି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପୂର୍ବ ଦିନ ରାତିରେ ଅର୍ଥାତ ୧୩ ଜୁଲାଇ ରାତିରେ କଣ ହୋଇ ଥିଲା । କହିବାକୁ ଗଲେ ମିଡିଆ ୧୩ ଜୁଲାଇ ରାତିକୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିଲା । ଯାହାକି କେତେ ଦୂର ପର୍ଯ୍ୟନ୍ତ ସତ ଅଟେ ଏହା କାହାକୁ ବି ଜଣା ନାହିଁ । ଅନ୍ୟ ପଟେ ସୁଶାନ୍ତଙ୍କ ଘରେ କାମ କରୁଥିବା ଚାକର ବାରମ୍ବାର ନିଜର ବୟାନ ଚେଞ୍ଜ କରୁଥିଲା ।

ଯାହା ଦ୍ଵାରା ସ୍ପଷ୍ଟ ଜଣା ପଡୁ ନ ଥିଲା କି ସେହି ଦିନ ରାତିରେ କଣ ହୋଇଥିଲା । ଏହା ସହିତ ସୋସିଆଲ ମିଡିଆରେ କୁହାଯାଉଥିଲା କି ସେହି ରାତିରେ ସୁଶାନ୍ତଙ୍କ ଘରେ ଏକ ଜୋରଦାର ପାର୍ଟିର ଆୟୋଜନ କରାଯାଇଥିଲା ଓ ବହୁତ ଲୋକ ମଧ୍ୟ ସେହି ପାର୍ଟିରେ ସାମିଲ ଥିଲେ ।

କିନ୍ତୁ ଅନ୍ୟ ପଟେ ସିସିଟିଭି ଫୁଟେଜ ବି ଗାୟବ ଥିଲା । ଯାହା ଦ୍ଵାରା ୧୩ ଜୁଲାଇ ରାତି ରେ କଣ ହୋଇ ଥିଲା ଏହାର ସତ୍ୟତା ବିଷୟରେ ଜାଣିବା ବହୁତ କଷ୍ଟକର ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କ ଘରେ କାମ କରୁଥିବା ଚାକର ବିହାର ପୋଲିସ ସାମ୍ନାରେ ସେହି ରାତିରେ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଦେଇଛି ।

ସୁଶାନ୍ତଙ୍କ ଚାକରର କହିବା ଅଟେ କି, ୧୩ ଜୁଲାଇ ରାତିରେ ସୁଶାନ୍ତଙ୍କ ଘରେ ନା ହିଁ କୌଣସି ପାର୍ଟି ହୋଇଥିଲା, ନା ହିଁ ଘରେ କେହି ଥିଲେ ଓ ନା ହିଁ ସେ ଘରୁ ବାହାରକୁ ଯାଇ ଥିଲେ । ସବୁଦିନ ଭଳି ସେ ରାତିରେ ଖାଇଲେ ଓ ନିଜ ରୁମକୁ ଚାଲି ଗଲେ । ୧୪ ଜୁଲାଇ ସକାଳେ ବି ସବୁଦିନ ଭଳି ଜଲ୍ଦି ଉଠିଲେ ଓ ତଳକୁ ଆସିଲେ । ଅଳ୍ପ ସମୟ ବସିଲେ ଓ ଜୁସ ପିଇଲେ । ଏହା ପରେ ସେ ପୁଣି ଥରେ ଉପରକୁ ଚାଲିଗଲେ । କିଛି ବି ଏମିତି ହୋଇ ନ ଥିଲା ଯାହା ଦ୍ଵାରା କୌଣସି ପ୍ରକାରର ସନ୍ଦେହ ହେବ । ତାଙ୍କର କାମ ସବୁଦିନ ଭଳି ସମାନ ଥିଲା ।‘

ଏହା ଛଡା ବିହାର ପୋଲିସ ସୁଶାନ୍ତଙ୍କ ଘରେ ବର୍ତ୍ତମାନ ଓ ପୂର୍ବରୁ କାମ କରୁଥିବା ସବୁ ଲୋକମାନଙ୍କୁ ଜେରା କରିଛି । ଯେଉଁଥିରେ ବହୁତ ମହତ୍ଵ ପୂର୍ଣ କଥା ସାମ୍ନାକୁ ଆସିଛି । ଏହା ସହିତ ରିୟା ଚକ୍ରବତୀ ବିଷୟରେ ବି କିଛି ତଥ୍ୟ ବିହାର ପୋଲିସ ହାତରେ ଲାଗିଛି । ଚାକରର କହିବା ଅନୁସାରେ ରିୟା ଚକ୍ରବତ୍ତୀ ୮ ଜୁନ ରାତିରେ ସୁଶାନ୍ତ ସିଂହ ରାଜପୁତଙ୍କ ଘରୁ ଚାଲି ଯାଉଛନ୍ତି । ଗୋଟିଏ ବଡ ବ୍ୟାଗ ଓ ନିଜର କିଛି ଜିନିଷ ନେଇ ସେ ଚାଲି ଯାଉଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସେହି ଦିନ ସେ ସୁଶାନ୍ତ ସମସ୍ତ ମେଡିକାଲ ରିପୋର୍ଟ ନେଇ ଚାଲି ଯାଇ ଥିଲେ । କିନ୍ତୁ ରିୟା ଚକ୍ରବତ୍ତୀ ସୁଶାନ୍ତଙ୍କ ଦେହାନ୍ତର ଦୁଇ ମାସ ପୂର୍ବରୁ ଏହା କହୁଥିଲେ କି ତାଙ୍କର ଓ ସୁଶାନ୍ତଙ୍କ ମଝିରେ ଆଉ କିଛି ବି ସମ୍ପର୍କ ନାହିଁ । କିନ୍ତୁ ୮ ଜୁନ ରାତି ପର୍ଯ୍ୟନ୍ତ ସେ ସୁଶାନ୍ତଙ୍କ ଘରେ କଣ କରୁଥିଲେ । ଏହା ଏକ ବଡ ପ୍ରଶ୍ନ ହୋଇ ସାମ୍ନାକୁ ଆସୁଛି । ଆପଣଙ୍କୁ କହିଦେଉଛୁ କି ଗତ ୧.୫ ବର୍ଷ ହେବ ସୁଶାନ୍ତ ଯେଉଁଠି ବି ନଜର ଆସୁଥିଲେ ରିୟା ଚକ୍ରବର୍ତି ବି ତାଙ୍କ ସହ ନଜର ଆସୁଥିଲେ ।

ଯଦି ସୁଶାନ୍ତଙ୍କ ଜିମ ଟ୍ରେନର ର ବୟାନ ବିଷୟରେ କହିବା ତେବେ ସେ କହିଲେ କି ସୁଶାନ୍ତ ଡାକ୍ତର ପାଖକୁ ଯାଉ ନ ଥିଲେ । ରିୟା ଚକ୍ରବର୍ତି ତାଙ୍କ ଡାକ୍ତର ପାଖକୁ ଯାଉ ଥିଲେ ଓ ଔଷଧ ନେଇ ଆସୁଥିଲେ ଓ ସେ ହିଁ ସୁଶାନ୍ତଙ୍କୁ ଔଷଧ ଦେଉ ଥିଲେ । କହିବାକୁ ଗଲେ ଏହି କଥାରୁ ଜଣା ପଡୁଛି କି ରିୟା ସୁଶାନ୍ତଙ୍କୁ ନିଜ ମୁଠିରେ ରଖିଥିଲେ । ଅନ୍ୟ ପଟେ ଯଦି ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କହିବା ତେବେ ସେ ସୁଶାନ୍ତଙ୍କ ଅବସାଦରେ ଥିବା କଥାକୁ ମିଥ୍ୟା ବୋଲି କହିଛନ୍ତି । ସେ କହିଲେ କି ସୁଶାନ୍ତ ଅବସାଦରେ ନ ଥିଲେ ।‘

ଏ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ