ଘରଲୋକଙ୍କ ପାଇଁ ସୁଶାନ୍ତ ଛାଡିଗଲେ ଏତେ କୋଟିର ସମ୍ପତ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ

ଆପଣମାନେ ଜାଣିଥିବେ ବଲିଉଡ ଇଣ୍ଡଷ୍ଟ୍ରି ସୁଶାନ୍ତ ସିଂହ ରାଜପୁତ ଆଉ ଆମ ଗ୍ରହଣରେ ନାହାନ୍ତି । ତାଙ୍କ ଆତ୍ମହତ୍ୟା ଆଜି ସାରା ବିଶ୍ୱକୁ ଚକିତ କରି ରଖିଦେଇଛି । କାରଣ ତାଙ୍କର ଫିଲ୍ମ ଏମ୍ ଏସ ଧୋନି ଓ ଛିଛୋରେ ରେ ସେ ଏଭଳି ଅଭିନୟ କରିଥିଲେ କି ସମସ୍ତେ ତାଙ୍କର ଫ୍ୟାନ ହୋଇଯାଇଥିଲେ । ଆଜି ସାରାଦୁନିଆ ତାଙ୍କର ଆତ୍ମହତ୍ୟା ର କାରଣ ସମ୍ପର୍କରେ ଜାଣିବାକୁ ଚାହୁଁଛି । ତାଙ୍କ ପୋଷ୍ଟମଟର୍ମ ରିପୋର୍ଟ ରୁ ସେମିତି କିଛି ତଥ୍ୟ ସାମ୍ନାକୁ ଆସିନାହିଁ ।

ଆତ୍ମହତ୍ୟା ଦିନ ସେ ତିନିଜଣଙ୍କ ସହ କଥା ହୋଇଥିଲେ । ସେମାନଙ୍କ ମଧ୍ୟରୁ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ବେଷ୍ଟଫ୍ରେନ୍ଡ ମହେଶ ସେଠି ଓ ତାଙ୍କ ଭଉଣୀଙ୍କ ସହ ସେ କଥା ହୋଇଥିଲେ । କିନ୍ତୁ ଆଜିଆମେ ଆଲୋଚନା କରିବା ତାଙ୍କର ସମ୍ପତ୍ତି ଓ ତାଙ୍କ ଜୀବନଶୈଳୀ ଉପରେ କାରଣ ଦର୍ଶକବନ୍ଧୁ ଆପଣ ସମସ୍ତଙ୍କୁ ଜାଣିବାପାଇଁ ଇଛା ହେଉଥିବ ତାଙ୍କ ଜୀବନଶୈଳୀ ଉପରେ ।

ସୁଶାନ୍ତ ଙ୍କ ଜନ୍ମ ବିହାରର ଏକ ସହର ପାଟନାରେ ହୋଇଥିଲା। ଓ ଏକ ମଧ୍ୟବିତ୍ତ ପରିବାରରୁ ସେ ଆସିଛନ୍ତି । ସେ ପ୍ରଥମ ଟିଭି ସିରିୟଲ କିସ ଦେଶ ମେ ହେ ମେରା ଦିଲ ଓ ପରେ ସବୁଠାରୁ ଲୋକପ୍ରିୟ ଟିଭି ସିରିୟଲ ଯାହାର ନାମ ଥିଲା ପବିତ୍ର ରିସ୍ତା ସେ ସେହିସମୟରୁ ଫେମସ ଅଟନ୍ତି । ଏହି ଟିଭି ସିରିୟଲ ସଫଳ ହେବାପରେ ସେ ବଲିଉଡର କାଇ ପୋ ଚେ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ ଓ ପରେ ସୁଧ ଦେଶୀ ରୋମାନ୍ସ ଓ ଏମ୍ ଏସ ଧୋନି ଦ ଅନଟୋଲଡ଼ ଷ୍ଟୋରି ଏହିଭଳି ସେ ବହୁତ ହିଟ ଫିଲ୍ମ କରିସାରିଥିଲେ ।

ଫିଲ୍ମ ଜଗତକୁ ଆସିବାପରେ ତାଙ୍କର 6 ବର୍ଷର ରିଲେସନ ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ ହୋଇଥିଲା ଓ ପରେ ସେ ରିୟା ଚକ୍ରବର୍ତ୍ତୀ ଙ୍କୁ ନିଜର ନୂଆ ଗାର୍ଲଫ୍ରେଣ୍ଡ କରିଥିଲେ । ସୁଶାନ୍ତ ଏକ ଫିଲ୍ମ କରିବାପାଇଁ 8 ରୁ 10 କୋଟି ଟଙ୍କା ନେଇଥାନ୍ତି । ଓ ସେ ଏକ ବ୍ରାଣ୍ଡ ର ପ୍ରମୋସନ କରିବାପାଇଁ 3 ରୁ 5 କୋଟି ଟଙ୍କା ମଧ୍ୟ ନେଇଥାନ୍ତି ।ଆପଣ ଦେଖିଥିବେ ବହୁତ ଗୁଡିଏ କମ୍ପାନୀର ସେ ବ୍ରାଣ୍ଡ ଆମ୍ବାସାଡାର ହୋଇସାରିଛନ୍ତି ।

ସେ ନିଜ ଜନ୍ମ ସ୍ଥାନ ବିହାରରେ ଏକ ଅଲିସନ ବଙ୍ଗଳା ନିର୍ମିତ କରିସାରିଛନ୍ତି ଓ ମୁମ୍ବାଇ ର ବାନ୍ଦ୍ରା ଠାରେ ମଧ୍ୟ ତାଙ୍କର ଏକ ଫ୍ଲାଟ ଥିଲେ ଓ ଏହି ଫ୍ଲାଟ ରେ ସେ ମୃତ୍ୟୁବରଣ କରିଛନ୍ତି । ସୁଶାନ୍ତଙ୍କ ପାଖରେ ଏକ BMW ବାଇକ ଥିଲା ଯାହାର ମୂଲ୍ୟ ପାଖାପାଖି 45 ଲକ୍ଷ ହେବ ଓ ତାଙ୍କ ପାଖରେ ବହୁତ ଗୁଡିଏ ଦାମୀ କାର ଯଥା ଲ୍ୟାଣ୍ଡ ରୋଭର, ମର୍ସଡେସ ଭଳି ବହୁତ ଦାମୀ କାର ରହିଥିଲା ଯାହାର ମୂଲ୍ୟା ପାଖାପାଖି 7 ରୁ 8 କୋଟି ଟଙ୍କା ।

ବର୍ତ୍ତମାନ ତାଙ୍କୁ ବଲିଉଡ଼କୁ ଆସିବାରେ ମାତ୍ର 7 ବର୍ଷ ହୋଇଥିଲା ଓ ସମ୍ପୂର୍ଣ୍ଣ କ୍ୟାରିଅର ତାଙ୍କ ଆଗରେ ପଡିଥିଲା । ଅନୁମାନ କରି ଜଣାପଡେ ଯେ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି 120 କୋଟି ଟଙ୍କା ।