Suryakumar Yadav ଙ୍କୁ ନେଇ ବିବାଦୀୟ ବୟାନ ଦେଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର Salman Butt, କହିଲେ ସୂର୍ଯ୍ୟକୁମାର ଯଦି ପାକିସ୍ତାନର ହୋଇଥାନ୍ତେ…

ବିଶ୍ଵ କ୍ରିକେଟ ଜଗତରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ନିଜ ଦମଦାର ବ୍ୟାଟିଂ ବଳରେ ବିଶ୍ଵ କ୍ରିକେଟ ପ୍ରେମୀଙ୍କ ମନରେ ରାଜ୍ କରୁଛନ୍ତୁ ସୂର୍ଯ୍ୟ । ଗ୍ରାଉଣ୍ଡରେ ଦୃଷ୍ଟି ଆକର୍ଷିତ କରିବା ଭଳି ସଟ୍ ଖେଳି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି । ସୂର୍ଯ୍ୟଙ୍କ ଫ୍ୟାନ ବେସ୍ ରେ କେବଳ କ୍ରିକେଟ ପ୍ରେମୀ ନୁହନ୍ତି ବରଂ ପୂର୍ବତନ ଖେଳାଳିଙ୍କ ସମେତ ପ୍ରତିପକ୍ଷ ଦଳର ଖେଳାଳିମାନେ ସାମିଲ ଅଛନ୍ତି । ସୂର୍ଯ୍ୟଙ୍କ ବ୍ୟାଟିଂକୁ ପ୍ରଶଂସା କରିବାରେ କୁଣ୍ଠାବୋଧ କରୁ ନଥିବା ପ୍ରଶଂସକଙ୍କ ତାଲିକାରେ ପାକିସ୍ତାନୀ ଖେଳାଳି ମଧ୍ୟ ରହିଛନ୍ତି ।

ପୂର୍ବତନ ପାକିସ୍ତାନୀ କ୍ରିକେଟର ସଲମାନ ବଟ୍ ସୂର୍ଯ୍ୟଙ୍କୁ ପ୍ରଶଂସା କରିବା ସହ ବଡ ବୟାନ ଦେଇଛନ୍ତି । ଯାହା ପାକିସ୍ତାନ କ୍ରିକେଟ ର ବାସ୍ତବତା ଉପରୁ ପରଦା ହଟାଇଛି । ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ବିସ୍ଫୋରକ ଶତକ ହାସଲ କରିବା ପରେ ସୂର୍ଯ୍ୟଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏହି ଶତକକୁ ମିଶାଇ ଟି20 ଫର୍ମାଟରେ ତିନୋଟି ଶତକ ନିଜ ନାଁରେ କରିଛନ୍ତି ସୂର୍ଯ୍ୟ ।

ଏହାକୁ ନେଇ ସଲମାନ ବଟ୍ ସୂର୍ଯ୍ୟଙ୍କୁ ପ୍ରଶଂସା କରିବା ସହ ଏନେଇ ନିଜ ୟୁଟ୍ଯୁବ ଚ୍ଯାନେଲରେ କହିଛନ୍ତି କି, ସୂର୍ଯ୍ୟ ପାକିସ୍ତାନର ହୋଇଥିଲେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇ ନଥାନ୍ତେ । କାରଣ ପାକିସ୍ତାନ ଜାତୀୟ ଦଳର ବାସ୍ତବତା ହିଁ ସେମିତି । ସୂର୍ଯ୍ୟ 30 ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ଏବଂ ସେ ବହୁତ ଭାଗ୍ଯବାନ କାରଣ ସେ ଜଣେ ଭାରତୀୟ । କାରଣ ପାକିସ୍ତାନୀ ହୋଇଥିଲେ ତାଙ୍କୁ ଜାତୀୟ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳି ନଥାନ୍ତା ।

କାରଣ 30 ବର୍ଷ ପରେ ପାକିସ୍ତାନ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ମିଳେନାହିଁ । ଏହାସହ ବଟ୍ କହିଛନ୍ତି କି, ସୂର୍ଯ୍ୟକୁମାର ଉଭୟ ଫିଟନେସ ଏବଂ ବୁଦ୍ଧିରେ ବେଶ ଆଗରେ । ପ୍ରତି ବୋଲରଙ୍କୁ ପଢି ଜାଣୁଥିବା ସୂର୍ଯ୍ୟ ଏବେ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟର ସାଜିଛନ୍ତି । ସେ ପ୍ରତି ମ୍ଯାଚରେ ଭଲ ସ୍କୋର କରିବା ସହ ଟିମ୍ ର ଆବଶ୍ୟକତା ଅନୁଯାୟୀ କ୍ରିକେଟ ଖେଳୁଛନ୍ତି । 30 ବର୍ଷ ବୟସରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ବିଧ୍ଵଂସୀ ଇନିଂସ ଆଇପିଏଲ ରେ ଦେଖିବାକୁ ମିଳିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦମଦାର ବ୍ୟାଟିଂ ଦେଖି ତାଙ୍କୁ ଟିମ୍ ଇଣ୍ଡିଆରୁ ଡକରା ଆସିଥିଲା । ଆଉ ଏବେ ଜାତୀୟ ଦଳରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଯାଇ ରଖିଛନ୍ତି ସୂର୍ଯ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।