ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ୍, ମାଡି ଆସେ ଭୟଙ୍କର ବିପଦ- Vastu Tips

ଜୋତିଶ ଶାସ୍ତ୍ର କିମ୍ବା ପୁରାଣ ମାନ୍ୟତା ଅନୁସାରେ ସବୁ ବ୍ୟକ୍ତିଙ୍କୁ ସକାଳୁ  ଉଠି ସ୍ନାନ ସଋ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ । ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ବ୍ୟକ୍ତିକୁ ଜୀବନରେ ବହୁତ ଖୁସି ମିଳିଥାଏ ଓ ମନସ୍କାମନା ପୂରଣ ହୋଇଥାଏ । ଏହି ଜଳରେ ମନ୍ଦାର ଫୁଲ ଦେଇ ସୂର୍ଯ୍ୟଙ୍କୁ ଜଳର ଅର୍ଘ୍ୟ ଅର୍ପଣ କରିବା ଉଚିତ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣା କରିବା ସମୟରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଉଚ୍ଚାରଣ  କରିବା ଉଚିତ ।

ଏହା ଦ୍ଵାରା ମନରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତିର ବାରମ୍ବାର ସ୍ୱାସ୍ଥ୍ୟ ଖରାପ ଥାଏ ସେହି ବ୍ୟକ୍ତି ସକାଳୁ ସ୍ନାନ ସାରି ଯଦି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଏ ତେବେ ତାର ସ୍ଵାସ୍ଥ୍ୟରେ ସୁଧାର ଆସିଥାଏ ।

ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଦଶା ଠିକ ନଥାଏ ସେହି ବ୍ୟକ୍ତି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ଵାର କୁଣ୍ଡଳୀ ଠିକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ  ।

ପ୍ରଥମ

ସୂର୍ଯ୍ୟ ଦେବ ପୂର୍ବ ଦିଗକୁ ଥିବା ବେଳେ ଜଳ ଅର୍ପଣ କରିବା ଉଚିତ ଓ ଏହି ଜଳ ଅର୍ପଣ କରିବା ବେଳେ ଧ୍ୟା ରଖିବା ଉଚିତ କି ଜଳ ଯେପରି ପାଦରେ ନପଡିବ । ପାଦରେ ଜଳ ପଡିବା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି । ଓଁ ସୂର୍ଯ୍ୟାୟ ନମ ମନ୍ତ୍ର ଜାପ କଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ।

ଦ୍ଵିତୀୟ

ସୂର୍ଯ୍ୟ ଦେବଙ୍କୁ ବିନା ସ୍ନାନରେ ଜଳ ଚଢାଇବା ଉଚିତ ନୁହେଁ । ଏହା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି ଓ ଆପଣ ସବୁ କାର୍ଯ୍ୟରେ ଅସଫଳ ହୋଇଥାନ୍ତି ।

ତୃତୀୟ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣା କରିବା ବେଳେ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ । ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରିବା ଉଚିତ ନୁହେଁ କାରଣ ଏହି ମ୍ପାଟରରେ ସୂର୍ଯ୍ୟ ଦେବଙ୍କ ଉତ୍ତାପ ଦ୍ଵାରା କିଛି ଖାପ ଗ୍ୟାସ ନିର୍ଗତ ହୋଇଥାଏ ଓ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଚତୁର୍ଥ

ବ୍ରହ୍ମ ମୁହୂର୍ତରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ସକାଳ ୩ ଟାରୁ ୫ ଟା ବ୍ରହ୍ମା ମୁହୂର୍ତ ସମୟ ହୋଇଥାଏ ଏହି ସମୟରେ ନିଜର ନିତ୍ୟକର୍ମ ସାରି ସ୍ଵଚ୍ଛ ବସ୍ତ୍ର ପରିଧାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ନବଗ୍ରହଙ୍କର କୃପା ରହିଥାଏ ।

ପଞ୍ଚମ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ବେଳେ ଅକ୍ଷତ ଓ ମନ୍ଦାର ଫୁଲ ଜଳରେ ପକାଇ ଜଳ ଅର୍ପଣ କରିବା ଉଚିତ ।

ଷଷ୍ଠ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାବେଳ ହାତକୁ ଉପରକୁ କରି ଜଳ ଅର୍ପଣ କରିବା ଉଚିତ । ଏପରିକି ଜଳ ଧାରାରେ ସୂର୍ଯ୍ୟ ଦେବଙ୍କୁ ଦେଖିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିକୁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିଥାଏ ।

ସପ୍ତମ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ବେଳେ ଖାସ କରି ଏହି କଥା ପ୍ରତି ଧ୍ୟାନ ରଖନ୍ତୁ କି ଆପଣ ଚପଲ ପିନ୍ଧାନ୍ତୁ ନାହିଁ । ଚପଲ ପିନ୍ଧିବା ଦ୍ଵାରା ଆପଣଙ୍କର ଅନିଷ୍ଟ ହୋଇଥାଏ । ଏଥିପାଇଁ ଆପଣ ଏହି କଥା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ଅଷ୍ଟମ

ସୂର୍ଯ୍ୟ ଦେବଙ୍କୁ ଅନ୍ୟ କୌଣସି ଦିନ ଜଳ ଅର୍ପଣା କରନ୍ତୁ କି ନାହିଁ କିନ୍ତୁ ରବିବାର ଦିନ ଅବଶ୍ୟ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହି ଦିନ ସୂର୍ଯ୍ୟ ଦେବଙ୍କ ଦିନ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।