ସୂର୍ଯ୍ୟକୁମାର ଯାଦବ ଭାରତର ନୂଆ ଅଧିନାୟକ, ଆଗାମୀ ଟି-20 ସିରିଜ୍‌ରୁ ବାଦ୍ ପଡିଲେ ରୋହିତ ଶର୍ମା ।

ବାଦ ପଡିଲେ ରୋହିତ ଶର୍ମା । ନୂଆ ଅଧିନାୟକ ହେଲେ ସୂର୍ଯ୍ୟ କୁମାର ଯାଦବ । ଟିମ ଇଣ୍ଡିଆର ମଙ୍ଗ ଏବେ ସମ୍ଭାଳିବେ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟ । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ଟ୍ରଫି ନେଇ ସାରିଛି ଅଷ୍ଟ୍ରେଲିୟା । ଆଉ ଧୂଳିସାତ ହୋଇ ଯାଇଛି ଭାରତର ତୃତୀୟ ବିଶ୍ଵକପ ଜିତିବାର ସ୍ଵପ୍ନ । ପୁରା ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ସବୁ ମ୍ଯାଚ ଜିତି ଆସିଥିବା ଟିମ ଇଣ୍ଡିଆରେ ଫାଇନାଲ ରେ ହାରି ଯାଇଛି ।

ଅଷ୍ଟ୍ରେଲିୟା ଠାରୁ 6 ୱିକେଟ ରେ ହାରି ଦେଶବାସୀ ଙ୍କ ମନ ଭାଙ୍ଗି ଦେଇଛି ଭାରତ । ଏବେ ଏକ ବଡ ଖବର ରହିଛି କି ଅଷ୍ଟ୍ରେଲିୟାକୁ ପୁଣି ଥରେ ହରାଇବାର ସୁଯୋଗ ଭାରତକୁ ମିଳିଛି । ଅଷ୍ଟ୍ରେଲିୟା ବିପକ୍ଷରେ ତ-20 ସିରିଜ ଖେଳିବ ଭାରତ । ହେଲେ ଏଥିରେ ନେତୃତ୍ଵ ନେବେନି ରୋହିତ ଶର୍ମା । ଯୁବ ତାରକା ଙ୍କ କ୍ଯାପଟେନସିପରେ ମଇଦାନକୁ ଓଲହାଇବ ଟିମ ଇଣ୍ଡିଆ ।

ନଭେମ୍ବର 22ରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିୟା ବିପକ୍ଷରେ ଟି-20 ସିରିଜ । ଆଉ ବିଶ୍ବକପ ର ପରାଜୟ ଭୁଲି ଟି-20 ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି । ଏହା ପୂର୍ବରୁ ଆଉ ଏକ ବଡ ଖବର ସାମ୍ନା କୁ ଆସିଛି । ଦଳର କ୍ଯାପଟେନ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଙ୍କ ଭଳି କିଛି ଖେଳାଳି ଆଗାମୀ ଟି-20 ସିରିଜ ରୁ ବାଦ ପଡି ପାରନ୍ତି । ସୂଚନା ଅନୁଯାୟୀ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଙ୍କୁ ମିଳିପାରେ ଟି-20 ଦଳର ଅଧିନାୟକ ପଦ ।

ବିଶ୍ଵକପ ଭଳି ମେଗା ଇଭେଣ୍ଟ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ କିଛି ସିନିଯର ଖେଳାଳି ଙ୍କୁ ବିଶ୍ରାମ ଦିଆ ଯାଇପାରେ । ଅନ୍ୟ ପଟେ ବିଶ୍ଵକପରେ ଆହତ ହୋଇଥିବା ହାର୍ଦିକ ପାଣ୍ଡିଆ ଅସୁସ୍ଥ ହେବାର କିଛି ସୂଚନା ଏ ଯାଏଁ ମିଳି ନାହିଁ । ତେଣୁ ସେହି ଆଗାମୀ ଟି-20 ସିରିଜ ଖେଳି ନ ପାରନ୍ତି । ଏପରି ସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ଙ୍କୁ ମିଳିପାରେ ଅଧିନାୟକ ପଦ ।

ସୂର୍ଯ୍ୟ କୁମାର କଙ୍ଗାରୁ ଦଳ ବିପକ୍ଷରେ ମଇଦାନ କୁ ଓଲହାଇବାର ସମ୍ଭାବନା ରହିଛି । ଯଦିଓ BCCI ଏ ନେଇ କିଛି ଘୋଷା କରି ନାହିଁ ତଥାପି ଏ ସମ୍ପର୍କରେ ଆଗକୁ ଘୋଷଣା କରିପାରେ । ଆଗାମୀ ସିରିଜରେ ଟିମ ଇଣ୍ଡିଆର କ୍ଯାପଟେନ ହେବାକୁ ଯାଉଛନ୍ତି ସୂର୍ଯ୍ୟ କୁମାର ଯାଦବ ଚଳିତ ବିଶ୍ଵକପରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛନ୍ତି । ବିଶ୍ଵକପରେ ଗୋଟେ ବି ଅର୍ଦ୍ଧ ଶତକ କରିପାରି ନାହାନ୍ତି ସୂର୍ଯ୍ୟ କୁମାର ।

କେବଳ ଇଂଲଣ୍ଡ ବିରୁଦ୍ଧରେ 49 ରନ କରି ଆଉଟ ହୋଇଥିବା ସୂର୍ଯ୍ୟ କୁମାର ଯାଦବ ଅନ୍ୟ କୌଣସି ମ୍ଯାଚରେ କରି ନାହାନ୍ତି । ତାଙ୍କ ଠାରୁ ଦଳ ଯେଉଁ ଆଶା କରିଥିଲା ତାହା ଦେଖାଇବାରେ ସେ ବିଫଳ ହୋଇଛନ୍ତି । ତଥାପି ତିଜ ମ୍ୟାନେଜମେଣ୍ଟ ତାଙ୍କ ଉପରେ ପୁଣି ଠାରେ ଭରସା କରିବା ସହ ଦଳର ଅଧିନାୟକ ଦେବାକୁ ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କାମେଣ୍ଟ କରନ୍ତୁ, ଧନ୍ୟବାଦ ।