Surgical Strike: ଆଜିର ଦିନରେ ସାରା ବିଶ୍ଵ ଦେଖିଥିଲା ଭାରତର ଭୟଙ୍କର ରୂପ, ଶତ୍ରୁ ଶିବିରରେ ପଶି ଧ୍ଵଂସଲୀଳା ରଚି ଭାରତୀୟ ଯବାନଙ୍କ ବଳିଦାନର ପ୍ରତିଶୋଧ ନେଇଥିଲା ଭାରତ !

ଶତ୍ରୁ ଶିବିର ଥରି ଉଠିଥିଲା ଯେବେ ଆତଙ୍କିଙ୍କ ଗଡରେ ପଶି ଆତଙ୍କ ରଚିଥିଲେ ଭାରତୀୟ ଯବାନ । ଶୂନଶାନ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ରକ୍ତର ପ୍ରତିଶୋଧ ରନ୍ତରେ ନେଇଥିଲା ହିନ୍ଦୁସ୍ଥାନ । ଆଉ ବିଶ୍ଵ ଦେଖିଥିଲା ଭାରତର ଭୟଙ୍କର ରୂପ । ଆଜି ଭାରତୀୟ ଯବାନଙ୍କ ସେହି ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ ପୁରିଯାଇଛି । ୧୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ଉରି ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଭାରତୀୟ ସେନାର ବେସ୍ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ ।

ନିଦରେ ଶୋଇଥିବା ଆମର ଯବାନମାନଙ୍କୁ ହତ୍ୟା କରିଥିଲେ ଶତ୍ରୁ । ହେଲେ ଶୋକରେ ପୂର୍ଣ୍ଣ ଥିବା ଭାରତୀୟଅଙ୍କ ମନରେ ସେତେବେଳେ ଯୋଶ ଆସିଥିଲା ଯେତେବେଳେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସବୁବେଳେ ଶାନ୍ତିରେ ବିଶ୍ବାସ ରଖୁଥିବା ଭାରତ ଏବେ କିନ୍ତୁ ଚୁପ୍ ବସିବନି । କାରଣ ଇଏ ହେଉଛି ନୂଆ ଭାରତ । ଏହି ଭାରତ ଶତ୍ରୁର ଘରେ ବି ବସିବ ଆଉ ବଳିଦାନର ପ୍ରତିଶୋଧ ବି ନେବ । ଆତଙ୍କି ଦେଶରେ ସେଦିନ ଥିଲା ଆତଙ୍କର ରାତି ।

ଭାରତୀୟ ବୀର ଯବାନମାନେ ରଚିଥିଲେ ବିଧ୍ଵଂସ ଲୀଳା । ଉରି ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅନ୍ଧାର ରାତିରେ ଶତ୍ରୁଙ୍କ ଦେଶରେ ପଶି ଶଇତାନଙ୍କ ପାଇଁ ଷଡଯନ୍ତ୍ର ରହିଥିଲେ ବୀର ଯବାନ । ଏହି ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେପ୍ଟେମ୍ବର ୨୪ ତାରିଖରୁ ଯୋଜନା କରିଥିଲେ ଭାରତୀୟ ଯବାନ । ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କି ଶିବିରକୁ ଧ୍ଵଂସ କରିବାକୁ ଭାରତର ଘାତକ କମାଣ୍ଡୋମାନେ ସେପ୍ଟେମ୍ବର ୨୮ ଓ ୨୯ ମଧ୍ୟରାତ୍ରିରେ ଶତ୍ରୁ ଶିବିରରେ ଭୟଙ୍କର ହମଲା କରିଥିଲେ ।

ଏହିପରି ଗୋଟିଏ ପରେ ଗୋଟିଏ ଆତଙ୍କି ଶିବିରକୁ ଧ୍ଵଂସ କରି ଦେଇଥିଲେ ଆମ ବୀର ଯବାନ । ଖୋଜି ଖୋଜି ଜଣ ଜଣକରି ଆତଙ୍କୀଙ୍କୁ ନିପାତ କରିଥିଲେ। ପାଖାପାଖି ଦୁଇରୁ ତିନି ଘଣ୍ଟାର ସର୍ଜିକାଲ ଷ୍ଟ୍ରାଇକ ପରେ ପିଓକେରେ ଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରି ପୁଣି ଥରେ ଭାରତ ମାଟିକୁ ଫେରି ଆସିଥିଲେ ବୀର ଯବାନମାନେ । ଆଉ ସେହି ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ଆଜି ୬ ବର୍ଷ ପୁରିଯାଇଛି । ଆଉ ଆଜିବି ଶତ୍ରୁ ମନେରଖିଛି ଭାରତୀୟ ଯବାନଙ୍କ ସେହି ଭୟଙ୍କର ପ୍ରତିଶୋଧକୁ ।

କେବଳ ପାକିସ୍ତାନ ନୁହେଁ ବରଂ ସ୍ଵର ବିଶ୍ଵ ଭାରତର ଶକ୍ତି ଦେଖିଥିଲା । ସେବେଠାରୁ ସେପ୍ଟେମ୍ବର ୨୯କୁ ସାହାସୀ ବୀରଙ୍କ ପରାକ୍ରମ ଉଦ୍ଦେଶ୍ୟରେ ଭାରତ ମନେରଖିଛି । ଏହିଦିନ ପ୍ରତିଟି ଭାରତୀୟ ଛାତ୍ରୀ ଗର୍ବରେ ଫୁଲିଉଠେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।