“କୃଷ୍ଣଙ୍କ ବୋପା ସିଏ, ପାଠଶାଠ ପଢିନି 140 ଲେଡିଙ୍କୁ ଏଞ୍ଜୟ କରିଛି, କି ଚାବି କିରେ ତା’ର !” Sura Routray ଙ୍କ ଏହି ସାକ୍ଷାତକାର ଶୁଣିଲେ ଆପଣ ନିଜ ହସ ସମ୍ଭାଳି ପାରିବେନି, ଦେଖନ୍ତୁ video

“କୃଷ୍ଣଙ୍କ ବୋପା କିଏ ଥିଲେ ମୁଁ ଜାଣିନି, କିନ୍ତୁ ସେ ତାଙ୍କ ବୋପା ମୁଁ ଯାହା ଦେଖିଲିଣି । ତା’ ଦେହରେ ରୁମ ଯେତିକି ନାରୀ ସେତିକି । ନାରୀ ଜାତି ବି କଣ ଏମିତି ହାଁ ହାଁ ହେଉଛନ୍ତି । ପାଠଶାଠ କିଛି ନାହିଁ ହେଲେ ୧୪୦ଟା ଲେଡିଙ୍କୁ ସେ ଏଞ୍ଜୋୟ କରିଛି । ଆରେ ବାପ୍ ରେ, ଧନ୍ୟ ତୋ ଚାବି କିରେ ! କି ଚାବି ତୋର ଘରଚଟିଆ ନା କାଉ ନା ହଂସ ନା ଶାର୍ଗୁଣା କି ନହେଲ ବତକ… ଆରେ ବାପ୍ ରେ କି ଶକ୍ତିରେ ତା’ର ।” ଏକ ସାକ୍ଷାତକାରରେ ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଯାହା ଶୁଣିଲେ ଆପଣ ହସି ହସି ଗଡିଯିବେ । ତେବେ ମାତ୍ର ଷଷ୍ଠ ଯାଏଁ ପାଠ ପଢି ୧୫୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଠକିଥିବା ଯୁବକ ପ୍ରଭାସ ରାଜ୍ ଙ୍କ ସମ୍ବନ୍ଧରେ ଏହିଭଳି ମନ୍ତବ୍ୟ ରଖିଛନ୍ତି । ଆଜ୍ଞା ହଁ, କଟକ ବଡମ୍ବା ଅଞ୍ଚଳର ଏହି ଯୁବକ ଜଣକ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଯୁବକ ଜଣକ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି, କିନ୍ତୁ ତାଙ୍କ କୃଷ୍ଣକଳା କଥା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ ।

ଷଷ୍ଠ ଯାଏଁ ପାଠ ପଢିଛନ୍ତି, କିନ୍ତୁ ସୋସିଆଲ ମିଡିଆ ରେ ନିଜକୁ କେତେବେଳେ ଡାକ୍ତର ବୋଲି ପରିଚୟ ଦିଅନ୍ତି ତ ଆଉ କେତେବେଳେ ଆକ୍ଟର ବୋଲି । ଏହିଭଳି ଏକାଧିକ ଫେକ୍ ଆକାଉଣ୍ଟ ଖୋଲି ଫେସ୍ବୁକ୍ ରେ ସୁନ୍ଦରୀ ଯୁବତୀ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ ଏହି ଯୁବକ । ଆଉ ଏହାପରେ ତାଙ୍କୁ ଡେଟ୍ ରେ ନେଇ ଯାଉଥିଲେ ବଡ ବଡ ହୋଟେଲ ଏବଂ ସପି॰ ମଲ୍ ମାନଙ୍କୁ ।

ସେଠାରେ ତାଙ୍କ ସହ କିଛି ସମୟ ବିତାଇବା ପରେ ଯୁବତୀ ଯେତେବେଳେ ୱାଶ୍ରୁମ୍ ଯାଉଥିଲେ ସେତେବେଳେ ତାଙ୍କ ବ୍ୟାଗ ଏବଂ ଟଙ୍କା ପଇସା ନେଇ ଚମ୍ପଟ ମାରୁଥିଲେ ଏହି ଯୁବକ । ନିକଟରେ ଜଣେ ସୁନ୍ଦରୀ ଯୁବତୀଙ୍କୁ ନେଇ ଭୁବନେଶ୍ବରର ଏକ ମଲ୍ କୁ ଯାଇଥିବା ବେଳେ ଯୁବତୀ ଜଣକ ଠକାମିର ଶିକାର ହୋଇଥିଲେ । ଯୁବତୀଙ୍କୁ ଡ୍ରେସ କିଣିଦେବେ କହି ଚେଞ୍ଜି॰ ରୁମ୍ କୁ ପଠାଇ ଦେଇଥିଲେ ଏହି ଠକ ଯୁବକ ଆଉ ତା’ପରେ ତାଙ୍କ ବ୍ୟାଗ ଏବଂ ମୋବାଇଲ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ ସେ ।

ଏହାପରେ ଯୁବତୀ ଜଣକ ଯାଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଖୋଳତାଡ ଆରମ୍ଭ କରିଥିଲା, ଆଉ ତା’ପରେ ଯୁବକ ଜଣକ ଏହିଭଳି ଯୁବତୀଙ୍କୁ ଠକୁଥିବା କଥା ସାମନାକୁ ଆସିଥିଲା । ଯାହା ଶୁଣିବା ଲୋକର ହୋସ୍ ଉଡେଇ ଦେଉଛି । ତେବେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।