ସୁପ୍ରୀମ କୋର୍ଟର ଐତିହାସିକ ଆଦେଶ : ଶଶୁରଘର ଦ୍ଵାରା ପ୍ରତାଡିତ ମହିଳାମାନେ, କେଉଁଠି ବି କେସ କରି ପାରିବେ

ଶଶୁରଘରେ ମାରପିଟ  ଓ ପ୍ରତାଡନା ର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ସୁପ୍ରୀମ କୋର୍ଟ ଐତିହାସିକ ଆଦେଶ ଦେଇଛନ୍ତି । ସୁପ୍ରୀମ କୋର୍ଟ କହିଛନ୍ତି କି ଏହିଭଳି ମହିଳାମାନେ, ଯେଉଁମାନଙ୍କୁ ତାଙ୍କର ଶଶୁରଘର ଦ୍ଵାରା ବାହାର କରିଦିଆଯାଏ କିମ୍ବା ଯେଉଁମାନେ ଶଶୁରଘରର କ୍ରୁରତା ଦ୍ଵାରା ଚିଡିଯାଇ ନିଜେ ହିଁ ଘରୁ ବାହାରି ଯାଆନ୍ତି ଓ କେଉଁଠି ଅଲଗା ଜାଗାରେ ଯାଇ ବାଧ୍ୟରେ ରୁହନ୍ତି ।

ଏହି ମହିଳାମାନେ କେବଳ ବୈବାହିକ ସ୍ଥାନରେ ନୁହେଁ ଅନ୍ୟ ଜାଗାରେ ମଧ୍ୟ ରିପୋର୍ଟ ଲେଖି ପାରିବେ ଯେଉଁଠି ସେ ରହିବାକୁ ବାଧ୍ୟ ହେଉଛନ୍ତି । ସୁପ୍ରୀମ କୋର୍ଟ ନିଜର ନିସ୍ପତିରେ ସଫା ସଫା କହିଦେଇଛନ୍ତି କି ମହିଳାମାନଙ୍କୁ କେବଳ ନିଜ ବୈବାହିକ ସ୍ଥଳରେ ହିଁ ରିପୋର୍ଟ ଲେଖିବା ଆବଶ୍ୟକ ନାହିଁ । ସେମାନେ ଯେଉଁଠି ପାରିବେ ସେହି ଅଞ୍ଚଳର ଥାନାରେ ରିପୋର୍ଟ ଲେଖି ପାରିବେ ।

ସୁପ୍ରୀମ କୋର୍ଟ ନିଜ ଆଦେଶରେ କହିଛନ୍ତି କି ମହିଳାମାନେ IPCର ଧାରା ୪୯୮ A ଅନୁସାରେ କୌଣସି ବି ନିକଟତମ ଥାନାରେ ନିଜର କେସ ଦର୍ଜ କରି ପାରିବେ । ମହିଳାମାନେ ନିଜ ପିତା – ମାତାଙ୍କ ସହ ରୁହନ୍ତୁ କିମ୍ବା ନ ରୁହନ୍ତୁ, ସେମାନେ ଯେଉଁଠି କେସ ଦର୍ଜ କରିବେ ସେଠିକାର ପୋଲିସ କାର୍ଯ୍ୟକାରୀ ଆରମ୍ଭ କରି ପାରିବେ ।

ଏହା ପୂର୍ବରୁ ଶଶୁରଘର ଦ୍ଵାରା ପୀଡ଼ିତା ମହିଳାମନେ ସେହି ଜାଗାରେ ହିଁ ରିପୋର୍ଟ ଦର୍ଜ କରିବାକୁ ବାଧ୍ୟ ଥିଲେ, ଯେଉଁଠି ସେମାନଙ୍କର ଶଶୁରଘର ଥିଲା । ଯାହା କାରଣରୁ ମହିଳାମାନେ କେବଳ ଏଥିପାଇଁ ହିଁ ରିପୋର୍ଟ ଲେଖି ପାରୁ ନଥିଲେ, ଯାହା ଦ୍ଵାରା ତାଙ୍କୁ ପୁଣି ଥରେ ନିଜର ବୈବାହିକ ସ୍ଥାନକୁ ଯିବାକୁ ପଡୁଥିଲା ।

ଏମିତିରେ ଚିଫ ଜଷ୍ଟିସ ରଂଜନ ଗୋଗୋଈ ଏହି ନିସ୍ପତି ଶୁଣାଇ ଏପରି ମହିଳାମାନଙ୍କୁ ବଡ ଖୁସି ଦେଇଛନ୍ତି ।