ବିଧବା ମହିଳା ସାଜିଥିଲେ ରାଣୀ ମହୁମାଛି । ଅର୍ଥାତ ବିଧବା ମହିଳାଜଣକ ନିଜ ଘରେ ଦେହ ବେପାର କରୁଥିଲେ । ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ସୁନ୍ଦରୀ ଯୁବତୀ ଆସନ୍ତି ଓ ତାଙ୍କ ଫଟୋ ରଖି ଗ୍ରାହକ ଯୋଗାଡ କରନ୍ତି ବିଧବା ମହିଳାଜଣକ । ପ୍ରଥମେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଦର ମୂଲଚାଲ କରନ୍ତି ବିଧବା ମହିଳା । ରେଟ୍ ଠିକ ହେବା ପରେ ଯାଇ ଘରକୁ ଆସନ୍ତି ଗ୍ରାହକ । ଆଉ ସେଠାରେ ଯାହା ଚାଲେ ଆପଣ ଜାଣି ପାରୁଥିବେ ।
ସବୁ ସରିବା ପରେ ରାଣୀ ମହୁମାଛି ହାତକୁ ଟଙ୍କା ବଢାଇଆ ଦିଅନ୍ତି ଗ୍ରାହକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ବିଜ୍ଞାପିତ ଅଞ୍ଚଳ ନାଗପାଳ 11 ନଂ ୱାର୍ଡ ନାଗପାଳ ପେଟ୍ରୋଲ ପମ୍ପ ର ସାମ୍ନା ଗଳି ଭିତରେ । ସେଠାରେ ଦୀର୍ଘ ଦିନ ଧରି ବେ-ଶ୍ୟା-ଳ-ୟ ଖୋଲି ଦେହ ବେପାର କରୁଥିଲେ । ବାହାର ରାଜ୍ୟର ଅନେକ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର କରୁଥିଲେ ବିଧବା । ଏମିତି କିଛି ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ।
ଏନେଇ କିନ୍ତୁ ବିଧବାଙ୍କୁ ପୂର୍ବରୁ ଖବର ମିଳି ସାରିଥିଲା । ତେଣୁ ଘରେ ଥିବା ସବୁ ଯୁବତୀଙ୍କୁ ପୋଲିସ ଆସିବା ଆଗରୁ ବିଦା କରି ଦେଇଥିଲେ । ଏହାପରେ ବିଧବାଜଣକ ପୋଲିସକୁ ନିଜେ ସାମ୍ନା କରିଥିଲେ । ଆଉ କହିଥିଲେ କି ଏସବୁ କାରନାମା ମୁଁ ନିଜେ କରୁଛି । ମୋ ପୁଅ ଆଉ ମୁଁ ଏକା ଘରେ ରହୁଛୁ, ତେଣୁ ବଞ୍ଚିବା ପାଇଁ ମୁଁ ଏମିତି କରୁଛି ।
ପୋଲିସ ଉକ୍ତ ମହିଳାଙ୍କ ଘର ତଲାସି କରିବା ପରେ ଅନେକ ଗୁଡିଏ ଆପତ୍ତିଜନକ ଜିନିଷ ସେଠାରୁ ମିଳିଥିଲା । ପୋଲିସ ଆସିବା ଖବର ପାଇ ଘରେ ଥିବା ସୁନ୍ଦରୀ ଯୁବତୀ ଓ ଗ୍ରାହକ ସମସ୍ତଙ୍କୁ ଘରୁ ବିଦା କରି ଦେଇଥିଲେ ବିଧବା । ଫଳରେ ପୋଲିସ ହାତରେ ଆଉ କେହି ବି ଆସି ପାରିନାହାନ୍ତି । ହେଲେ ମହିଳାଜଣକ ନିଜେ ଏଭଳି କାର୍ଯ୍ୟ କରୁଥିବା ପୋଲିସକୁ ସଫା ସଫା କହି ଦେଇଥିଲେ ।
ସେ କୁଆଡେ ଇଣ୍ଟରନେଟ ରୁ ଦେଖିଥିଲେ କି ଏଭଳି କାର୍ଯ୍ୟ କରିବା କିଛି ବି ଅପରାଧ ନୁହେଁ । ତେଣୁ ପୁଅକୁ ନେଇ ବଞ୍ଚିବା ପାଇଁ ଏଭଳି ପନ୍ଥା ଆପଣେଇ ଥିଲେ । ତେବେ ସେ କେତେ ସତ କହୁଛନ୍ତି ତାହା କେବଳ ତଦନ୍ତ ହେବା ପରେ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।