ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାହିଁକି ଆମିଷ ଭୋଗ ଲାଗିଥାଏ ? ସତରେ କଣ ଆମିଷ ଭକ୍ଷଣ କରନ୍ତି କାଳିଆ ସାଆନ୍ତ ? ଡ. ଶରତ କୁମାର ମହାନ୍ତି

ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ଶ୍ରୀମନ୍ଦିର ଅନେକ ବିଚିତ୍ରତାରେ ପରିପୂର୍ଣ୍ଣ । ଏକଥା ସମସ୍ତେ ଜାଣନ୍ତି ଯେ ଶ୍ରୀମନ୍ଦିର ମଧ୍ୟରେ କେବେବି ଆମିଷ ଦ୍ରବ୍ୟ ପ୍ରବେଶ କରେନାହିଁ । କିନ୍ତୁ ଏହା ଏକ ଗୋପନୀୟ ନୀତି । ଯେହେତୁ ମା’ ଜଗତଜନନୀ ବିମଳାଙ୍କର ଶ୍ରୀପାଦ ପୀଠେଶ୍ଵରୀ ହୋଇଥିବାରୁ 52ଟି ଶକ୍ତିପୀଠ ମଧ୍ୟରୁ ଶ୍ରୀକ୍ଷେତ୍ର ହେଉଛି ଅନ୍ଯତମ । ଏଠାରେ ବିମଳା ମା’ ନିଜେ ବିରାଜିତ ହେବାସହ ତାଙ୍କ ଦୁଇ ପାର୍ଶ୍ଵରେ ଛାୟା ଓ ମାୟା ନାମକ ଚଣ୍ଡିକା ମଧ୍ୟ ରହିଛନ୍ତି । ଶ୍ରୀକ୍ଷେତ୍ର ହେଉଛି ଉଡ୍ରଆନ କ୍ଷେତ୍ର ଅର୍ଥାତ ଉଡ୍ର ଦେଶର ପରମ୍ପରାକୁ ମାନ୍ୟ କରାଯାଏ ।

ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ନିତେଇ ଧୋବଣୀ ଓ ପିତେଇ ସଉରୁଣୀ ତନ୍ତ୍ର ବଳରେ ଗୋଟିଏ ଗଛ ଉପରେ ସବାର ପଶ୍ଚିମ ଓଡିଶାରୁ ଆସିଥିଲେ । ନିଜର ତନ୍ତ୍ର ଦ୍ଵାରା ସେମାନେ ଅନେକ ତନ୍ତ୍ରମନ୍ତ୍ରର ପ୍ରଭାବକୁ ଶ୍ରୀମନ୍ଦିରକୁ ରକ୍ଷା କରିଥିଲେ । ଏହି ପୀଠରେ ଅଷ୍ଟଚଣ୍ଡିକା ଓ ଅଷ୍ଟଶମ୍ଭୁ ରହିଛନ୍ତି । ସେମାନଙ୍କ ନିକଟେ ଅନେକ ପ୍ରକାର ଭୋଗ ଓ ଆମିଷ ଆଦି ଉତ୍ସର୍ଗ କରାଯାଏ ।

କିନ୍ତୁ ଶ୍ରୀମନ୍ଦିରରେ ଆଶ୍ଵୀନ ମାସର ଦେବୀ ପୂଜା ସମୟରେ ଯେଉଁ ତିନି ରାତି ଅର୍ଥାତ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀ ଦିନ ଦେବୀମାତୃକା ଛାୟା ଓ ମାୟାଙ୍କୁ ଆମିଷ ଦ୍ଵାରା ଆପାୟିତ କରାଯାଏ । ଅର୍ଥାତ ରାଜାଙ୍କ ମାନସିକ ଦ୍ଵାରା ତାଙ୍କ ପ୍ରଦତ୍ତ୍ଵ ଛାଗବଳି ମନ୍ଦିରର ଅଗ୍ନିକୋଣରେ କାକୁଡିଖାଇଙ୍କ ନିକଟରେ ବଳିଭୁଜା ଇତ୍ୟାଦି ପ୍ରଦାନ କରାଯାଏ । ଏଥିପାଇଁ ଶ୍ରୀମନ୍ଦିରର ଚାରି ଦ୍ଵାରାକୁ ଛାଡି ଏକ ସ୍ଵତନ୍ତ୍ର ଦ୍ଵାର ରହିଛି, ସେହି ଦ୍ଵାର ଦେଇ ନିଶବ୍ଦ ରାତିରେ ସେହି ଭୋଗ ନେଇ ଛାୟା ମାୟାଙ୍କୁ ଅର୍ପଣ କରାଯାଏ ।

ଏହାପରେ ଚୂନ ପାଣି ଦ୍ଵାରା ଧୌତ ସେହି ସ୍ଥାନକୁ ଧୌତ କରି ଏହି ପୂଜା ସମାପନ ପରେ ମହାପ୍ରଭୁଙ୍କର ଅନ୍ଯାନ୍ଯ ନୀତିମାନ କରାଯାଏ । ଏହାସହ ପ୍ରତ୍ଯେକ ଦିନ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଦିଆ ଯାଉଥିବା ନୈବେଦ୍ୟ, ବଡଶିଙ୍ଗାର ଭୋଗ, ସନ୍ଧ୍ୟା ଧୂପ ଓ ମଧ୍ୟାହ୍ନ ଧୂପ ଭୋଗରେ ମାସ ଅର୍ଥାତ ବିରିରେ ପ୍ରସ୍ତୁତ ପିଠା ମାତା ବିମଳାଙ୍କ ସମେତ ସମସ୍ତ ଦେବୀ ମାତୃକାଙ୍କୁ ଅର୍ପଣ କରାଯାଏ ।

ଆମ + ଇଷ ରୁ ଆମିଷ ଶବ୍ଦର ବିତ୍ପତ୍ତି ହୋଇଛି । ତେଣୁ ଯାହାକୁ ଖାଇବା ଦ୍ଵାରା ଶରୀରରେ ଆମ ଦୋଷ ପ୍ରକପିତ ହୋଇଥାଏ ତାହା ହେଉଛି ଆମିଷ । ଆମିଷ ଅର୍ଥ ନୁହେଁ କୁକୁଡା, ମାଛ, ଛେଳି ଇତ୍ୟାଦି । ମହାପ୍ରଭୁଙ୍କ ନିକଟରେ ପ୍ରତ୍ଯେକ ଦିନ ବିରିରେ ପ୍ରସ୍ତୁତ ପିଷ୍ଟକ ବା ପିଠା ତଥା ସୁଆର ପିଠା, ସରା ପିଠା, କାନ୍ତି ପିଠା ଆଦି ମହାପ୍ରଭୁ ସେବନ କରିଥାନ୍ତି ।

ତେଣୁ ଏହାକୁ ମଧ୍ୟ ମହାପ୍ରଭୁଙ୍କ ଆମିଷ କହିଲେ ଅତ୍ଯୁକ୍ତି ହେବନାହିଁ । ମହାପ୍ରଭୁଙ୍କ ନିଦ୍ରା ସମୟରେ କଂସାରେ ନାରିକେଳ ଜଳ ବା ପଇଡ ପାଣି ଅର୍ପଣ କରା ଯାଇଥାଏ । ଶ୍ରୀମନ୍ଦିରରେ ରହୁଥିବା ଦେବୀମାନଙ୍କ ଆତ୍ମତୃପ୍ତି ପାଇଁ ତାଙ୍କୁ ଅନେକ ପ୍ରକାର ପିଠାଦି ଦିଆଯାଏ । ଓଡିଶାର ଅନେକ ଦେବାଦେବୀଙ୍କ ପୀଠକୁ ଏସବୁ ପ୍ରେରଣ କରାଯାଏ ।

ଦୁଇ କ୍ଷେତ୍ରକୁ ଦୁଇ ଆଡୁ ଦୁଇ ଚଣ୍ଡିକା ଯଥା ହରଚଣ୍ଡୀ ଓ ରାମଚଣ୍ଡୀ ଶ୍ରୀକ୍ଷେତ୍ରକୁ ରକ୍ଷା କରିଥାନ୍ତି । ସେମାନଙ୍କ ନିକଟକୁ ମଧ୍ୟ ମହାପ୍ରସାଦ ଓ ବିରିପିଠା ପ୍ରେରଣ କରାଯାଏ । ପିଠାଗୁଡିକ ଯେହେତୁ ମାସରେ ପ୍ରସ୍ତୁତ ହେଉଛି ତେଣୁ ଶାସ୍ତ୍ରୀୟ ଦୃଷ୍ଟିରୁ ସେସବୁ ମଧ୍ୟ ଆମିଷ ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।