ଆଜିକାଲି ଗଣମାଧ୍ୟମରେ ପ୍ରତିଦିନ ପରକୀୟାପ୍ରୀତିକୁ କେନ୍ଦ୍ର କରି ଅନେକ ପାରିବାରିକ ବିବାଦ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଥରେ ଏହିପରି ଏକ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଶାଶୁ ଜଣକ ଏନେଇ ନିଜ ବୋହୂ ବିଷୟରେ ଯାହା କହୁଛନ୍ତି ନା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଶାଶୁଙ୍କ କହିବା ଅନୁଯାୟୀ, କିଛି ବର୍ଷ ହେଲା ଏକ ସୁନ୍ଦର ଝିଅ ଦେଖି ନିଜ ପୁଅ ପାଇଁ ବୋହୂ କରି ଆଣିଥିଲେ । ସୁନ୍ଦର ବୋହୂଟିଏ ତାଙ୍କ ଘରକୁ ବି ସୁନ୍ଦର ବି ଗଢି ତୋଳିବ ଅନେକ ଆଶା ଆକାଂକ୍ଷା ରଖିଥିଲେ ।
ହେଲେ ତାଙ୍କର ସବୁ ଆଶା, ମାନ ଇଜ୍ଜତ ଆଜି ବୋହୂ ପାଇଁ ମାଟିରେ ମିଶି ଯାଇଛି । କିନ୍ତୁ ତାଙ୍କ ପୁଅକୁ ବାହା ହେବା ପରେବି ବୋହୂର ପରକୀୟାପ୍ରୀତି ଯାଇ ନଥିଲା । ବାହାଘର ପରେବୀ ଅନ୍ୟ କାହାର ପିଲାକୁ ପେଟରେ ଧରି ଭଙ୍ଗେଇକି ଆସିଥିଲା । ତଥାପି ଝିଅ ଭଳି ସ୍ନେହ କରି ବୋହୂର ସବୁ କଥା ଲୁଚେଇ ତାକୁ ମେଡିକାଲ ନେଇ ଚିକିତ୍ସା କରେଇଥିଲେ । ହେଲେବି ବୋହୂ ଖାଲି ସବୁବେଳେ ବାପଘରକୁ ଯିବ ବୋଲି ଜିଦି ଧରି ବସିଲା ଏବଂ ଗଲା ମଧ୍ୟ ।
ବୋହୂ ଘରକୁ ନ ଆସିବାରୁ ଭଦ୍ରଲୋକଙ୍କୁ ନେଇ ସଭା କରି ବାରମ୍ବାର ବୋହୂକୁ ବୁଝେଇକି ଘରକୁ ଆଣିଥିଲେ । ହେଲେ ତାଙ୍କ ବୋହୂ ସବୁବେଳେ ଖାଲି ବାପଘରକୁ ପଳେଇବା ପାଇଁ ଅଡି ବସନ୍ତି ଓ ତାଙ୍କ ପୁଅକୁ ଝୁମ୍ପୁଡ଼ି ବସ୍ତି, ଅଟୋବାଲା ଆଦି କହି ଗାଳି କରନ୍ତି । ତାଙ୍କ ପୁଅ ଅଟୋ ଚଲାଉଥିବା ବେଳେ ସେ ନିଜେ ଏକ ପାନ ଚାହା ଦୋକାନ ଦେଇ ତାଙ୍କ ପରିବାର ଚଳାନ୍ତି । ସକାଳୁ ଆସି ଅଧରାତି ଯାଏଁ ଦୋକାନରେ ସେ ପଡି ରୁହନ୍ତି । କିନ୍ତୁ ବୋହୂ ରୋଷେଇ ବି କରିକି ଦିଏନାହିଁ ।
ନିଜେ ପ୍ରେସରକୁକରରେ ରାନ୍ଧି ଖାଇକି କବାଟ କିଳିକି ଶୋଇପଡେ । ଆଉ ବିବାହ ପୂର୍ବରୁ ଏବଂ ପରେ ଅନେକ ଲୋକଙ୍କ ସହ ତାଙ୍କ ବୋହୂର ସମ୍ପର୍କ ଅଛି ଓ ଅନେକଙ୍କ ପିଲା ସେ ନଷ୍ଟ ମଧ୍ୟ କରିଛି । ଆଉ ଏବେ ସୁଶାନ୍ତ ନାମକ ଜଣେ ଲୋକକୁ ଆଣି ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରେ ମାରିବାକୁ ଧମକ ଦେବା ସହ ଦୋକାନ ବାହାରେ ଯାଇ ଧାରଣା ଦେଇଛି ବୋହୂ । ବୋହୂର ଅତ୍ୟାଚାର ଏବେ ତାଙ୍କ ପାଇଁ ଏବଂ ତାଙ୍କ ପୁଅ ପାଇଁ ଅସହ୍ୟ ହେଲାଣି ।
ଭଳି ଚରିତ୍ରହୀନ ବେଶ୍ୟା ବୋହୂକୁ ଆଉ ଘରେ ରଖିବାକୁ ସେ ବି ଚାହୁଁ ନାହାନ୍ତି । ସେ ଯେତେ ଓକିଲ ଧରୁଛନ୍ତି ସମସ୍ତେ ହଟି ଯାଉଛନ୍ତି ବୋହୂ କଥାରେ ପଡି । ତେଣୁ ନ୍ୟାୟ ପାଇଁ ସେ ଜଗନ୍ନାଥଙ୍କ ଉପରେ ଭରସା ରଖିଛନ୍ତି ନିଶ୍ଚୟ ଏଥିରୁ ସେ ରକ୍ଷା ପାଇବେ ବୋଲି ଆଶା ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।