ଜଲ୍ଦି ହେବାକୁ ଯାଉଛି ସୁନା ରେଟ ଦୁଇ ଗୁଣା, ଆସନ୍ତୁ ଜାଣନ୍ତୁ କଣ କହିଲେ ଏକ୍ସପର୍ଟ

ମହାମାରୀ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ଜାରି ଅଛି । ଯେଉଁ କାରଣରୁ ପୁରା ଦେଶ ବନ୍ଦ ହୋଇ ଯାଇଛି । ଏମିତିରେ ଯଦି ସୁନା ଓ ଚାନ୍ଦି ବିଷୟରେ କହିବା ତେବେ ଏହି କ୍ଷେତ୍ରରେ ବହୁତ କ୍ଷତି ହେଉଛି । କାରଣ ବର୍ତ୍ତମାନ ସମସ୍ତ ସୁନା ଓ ଚାନ୍ଦି ଦୋକାନ ଗୁଡିକ ବନ୍ଦ ଅଛି । ଏମିତିରେ ଶୁଣିବାକୁ ମିଳୁଛି କି ଭବିଷ୍ୟତରେ ସୁନାର ଦାମ ବର୍ତ୍ତମାନର ସୁନାର ଦାମ ଠାରୁ ଦ୍ଵିଗୁଣ ବଢି ପାରେ ।

କେତେକ ମାର୍କେଟରେ ସୁନାର ଦାମ ବଢିବାର ନଜର ଆସୁଛି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ସବୁଦିନ ସୁନାର ଦାମ ବଢୁଛି । କହିବାକୁ ଗଲେ ଗୁରୁବାର ଦିନ ସୁନା ୪୬,୨୦୦ ପ୍ରତି ୧୦ ଗ୍ରାମ ହୋଇ ଏକ ନୂଆ ଅଲଟାଇମ ରେକର୍ଡ କରି ନେଇଥିଲା । ଅନ୍ୟ ପଟେ ଯଦି ଏକ୍ସପର୍ଟଙ୍କ ମାନିବେ ତ ଜଲ୍ଦି ହିଁ ଏହା ଭବିଷ୍ୟତରେ ୮୨୦୦୦ ପ୍ରତି ୧୦ ଗ୍ରାମ ପହଞ୍ଚି ପାରେ ।

ଅନ୍ୟ ପଟେ ବ୍ୟାଙ୍କ ଅଫ ଆମେରିକା ସିକ୍ୟୋରିଟୀଜ (ବୋଫା ସେକ)ର ବିଶ୍ଲେଷକମାନଙ୍କ ମାନିବା ଅଟେ କି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ୨୦୨୧ ପର୍ଯ୍ୟନ୍ତ ପ୍ରତି ୧୦ ଗ୍ରାମକୁ ୩୦୦୦ ଡଲାର ମାନେ ଭାରତୀୟ ମୁଦ୍ରା ହିସାବରେ ୮୨୦୦୦ ଟଙ୍କା ହୋଇପାରେ ଓ ବର୍ତ୍ତମାନ ସମୟରେ ଯଦି କଥାବାର୍ତ୍ତା କରିବା ତେବେ ଅନ୍ତରାଷ୍ଟ୍ରୀୟ ବଜାରେ ସୁନାର ଦାମ ୧୭୫୦ ଡଲାର ଉପରେ କାରୋବାର କରୁଛି ।

କାହିଁକି ସୁନା ଚାନ୍ଦିରେ ଦାମ ବଢିଲା

କହିବାକୁ ଗଲେ ମହାମାରୀ ଭୂତାଣୁ କାରଣରୁ ବିଶ୍ଵ ଅର୍ଥବ୍ୟବସ୍ଥା ଖରାପ ହୋଇ ଯାଇଛି । ଏମିତିରେ ନିବେଶକମାନେ ଏହିଭଳି ଭୟାଭୟ ପରିସ୍ଥିତିକୁ ଦେଖି ସୁରକ୍ଷିତ ନିବେଶ ଖୋଜୁଛନ୍ତି । କିନ୍ତୁ ସୁନା ସବୁବେଳେ ନିବେଶକମାନଙ୍କ ପାଇଁ ଏକ ସୁରକ୍ଷିତ ନିବେଶ ରହିଛି । ଏମିତିରେ ନିବେଶକମାନଙ୍କ ସଙ୍କୋଚ ଫଳରେ ସୁନାର ଦାମ ବଢି ଚାଲିଛି । କିନ୍ତୁ ଏହା ସତ୍ବେ ବି ସୁନାର ଦାମ ତଳ ଉପର ହେଉଛି ।

ସର୍ରାଫା ବଜାର ବନ୍ଦ ହେବା ସତ୍ବେ ବି କେନ୍ଦ୍ରୀୟ ବ୍ୟାଙ୍କ, ଫଣ୍ଡ ମ୍ୟାନେଜର ଓ ନିବେଶକ ସୁନାରେ ନିବେଶ କରୁଛନ୍ତି । ଯେଉଁ କାରଣରୁ ସୁନା ଦାମରେ କିଛି ଚେଞ୍ଜେସ ଆସିଛି । କହିଦେଉଛୁ କି ଗତ ସପ୍ତାହରେ ୭ ଏପ୍ରିଲକୁ ଘରେଲୁ ବଜାରରେ ସୁନାର ଦାମ ୪୫୭୨୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଅନ୍ୟ ପଟେ ବର୍ତ୍ତମାନ କୁହାଯାଉଛି କି ଏହି ସପ୍ତାହରେ ଏହା ୪୬୦୦୦ ଟଙ୍କା ହୋଇଯିବ ଓ ଜୁନ ପର୍ଯ୍ୟନ୍ତ ଏହାର ଦାମ ୫୦୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଯିବାର ଆଶା କରା ଯାଉଛି । ଦୈନନ୍ଦିନ ଘଟୁଥିବା ଖବର ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।