ଗାଁରେ ସମ୍ପତିକୁ ନେଇ ଏବେ ଆଉ ହେବ ନାହିଁ ବିବାଦ, PM ମୋଦୀ ଏମିତି ଉପାୟରେ କରିଦେଲେ ସମାଧାନ

ଗ୍ରାମରେ ଯଦି ଆପଣଙ୍କ ସମ୍ପତ୍ତି ଅଛି ଓ ସେହି ସମ୍ପତି ସହ କିଛି ବିବାଦ ଯୋଡି ଅଛି ତେବେ ଏହି ଦିଗରେ ପଞ୍ଚାୟତ ରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମୁଖ୍ୟ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଗୁଡିକ ହେଉଛି ସ୍ୱାମିତ୍ୱ ଯୋଜନା ଓ ଈ-ଗ୍ରାମ ସ୍ୱରାଜ ଏପ ଓ ପୋର୍ଟଲ । ପିଏମ ମୋଦୀ ଏହି ସ୍ୱାମିତ୍ୱ ଯୋଜନା ସାହାର୍ଯ୍ୟରେ ଗ୍ରାମର ସମ୍ପତିକୁ ନେଇ ହେଉଥିବା ବିବାଦକୁ ସମଧାନ କରିବା ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ।

ସ୍ୱାମିତ୍ୱ ଯୋଜନା

ସ୍ୱାମିତ୍ୱ ଯୋଜନା ଅନୁସାରେ ଗ୍ରାମୀଣ ଆବାସ ଓ ସମ୍ପତିର ମ୍ୟାପିଙ୍ଗ କରାଯିବ । ଏହି ମ୍ୟାପିଙ୍ଗ ଡ୍ରୋନ ଜରିଆରେ ହେବ । ସବୁ ସମ୍ପତିର ହିସାବ ବି ହେବ । ସମ୍ପତିର ମାଲିକକୁ ଟାଇଟଲ ଡୀଡ ମିଳିବ ଓ ଏହା ସହିତ ଏକ ସର୍ଟିଫିକେଟ ବି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁସାରେ ଏହାର ସବୁଠୁ ବଡ ଲାଭ ଏହା ଅଟେ କି ସମ୍ପତିକୁ ନେଇ ଯେଉଁ ବିବାଦ ହେଉଥିଲା ତାହା ପ୍ରାୟତଃ କମ ହୋଇଯିବ ।

ଏହା ସହିତ ଗ୍ରାମର ପ୍ଲାନିଙ୍ଗରେ ବି ସାହାର୍ଯ୍ୟ ମିଳିବ ଓ ସହର ଗୁଡିକ ଭଳି ଗ୍ରାମରେ ଥିବା ସମ୍ପତି ପାଇଁ ବି ବ୍ୟାଙ୍କ ଦ୍ଵାରା ଅତି ସହଜରେ ଲୋନ ମିଳିଯିବ । ବର୍ତ୍ତମାନ ସମୟରେ ସ୍ୱାମିତ୍ୱ ଯୋଜନା ୬ଟି ରାଜ୍ୟରେ ଯେମିତି କି ୟୁପି, ମହାରାଷ୍ଟ୍ର, କର୍ନାଟକ, ମଧ୍ୟ ପ୍ରଦେଶ, ହରିୟାଣା ଓ ଉତ୍ତରାଖଂଡରେ ଆରମ୍ଭ କରାଯାଉଛି । ଏହା ଏକ ପ୍ରକାରର ପାୟଲଟ ପ୍ରୋଜେକ୍ଟ ଅଟେ । ଏହି ରାଜ୍ୟ ଗୁଡିକରେ ଏହି ଯୋଜନାରେ ସଫଳତା ମିଳିବା ପରେ ଏହାକୁ ପୁରା ଦେଶରେ ଲାଗୁ କରାଯିବ ।

ଈ-ଗ୍ରାମ ସ୍ୱରାଜ ଏପ ଓ ପୋର୍ଟଲ

ଅନ୍ୟ ଏକ ଯୋଜନା ଈ-ଗ୍ରାମ ସ୍ୱରାଜ ଏପ ଓ ପୋର୍ଟଲ ଅଟେ । ଈ-ଗ୍ରାମ ସ୍ୱରାଜ ଏପର ଖାସ କଥା ଏହା ଅଟେ କି ଏଥିରେ ଗ୍ରାମ ପଞ୍ଚାୟତ ଓ ଗ୍ରାମ ସମ୍ବନ୍ଧିତ ଗୋଟିଏ ଗୋଟିଏ କଥାକୁ ଲେଖାଯିବ । ଯେମିତି କି କେଉଁ ସବୁ ପ୍ରୋଜେକ୍ଟ ଗ୍ରାମରେ ଚାଲୁଅଛି, ଗ୍ରାମରେ କେଉଁ ସବୁ ପ୍ଲାନିଙ୍ଗ କେଉଁ ସବୁ ସ୍ଟେଜରେ ଅଛି, କେତେ ଟଙ୍କା ଲାଗିଛି, କେତେ ଦିନ ଭିତରେ ଏହି ସବୁ ପ୍ରୋଜେକ୍ଟ ପୁରା ହେବ, କେତେ ଟଙ୍କା ଓ କେଉଁଠି ଖର୍ଚ ହେଉଛି, ଏହି ସମସ୍ତ କଥାର ସୂଚନା ଈ-ଗ୍ରାମ ସ୍ୱରାଜ ଏପ ଉପରେ ମିଳିବ । ଗ୍ରାମର ସବୁ ବ୍ୟକ୍ତି ଏହି ଏପ ମାଧ୍ୟମରେ ନିଜର ପଞ୍ଚାୟତର ସୂଚନା ରଖି ପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁସାରେ ଏହି ଯୋଜନା ଦ୍ଵାରା ପାରଦର୍ଶିତା ବଢିବ ଓ ଲୋକମାନେ ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ଭ ଭାବରେ ସହଭାଗିତା ନେଇ ପାରିବେ । ଏହି ଯୋଜନା ଗୁଡିକ ଆରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ଦେଶର ୧ ଲକ୍ଷ ୨୫ ହଜାର ପଞ୍ଚାୟତ ସହ ବ୍ରଡବୈଂଡ କନେକ୍ଟିବିଟୀ ମାଧ୍ୟମରେ ଭିଡିଓ କାଂଫ୍ରେଂସିଂଗ ଜରିଆରେ ଯୋଡି ଥିଲେ । ଏହି ସମୟରେ କୃଷି କିସାନ କଲ୍ୟାଣ ଓ ଗ୍ରାମୀଣ ବିକାସ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବି ଉପସ୍ଥିତ ଥିଲେ । ସରକାରଙ୍କ ଏହି ଯୋଜନା ବିଷୟରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।